Nuclear War: ପରମାଣୁ ଯୁଦ୍ଧକୁ ନେଇ ହେଲା ଆସିଲା ବଡ ଖବର, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
Advertisement

Nuclear War: ପରମାଣୁ ଯୁଦ୍ଧକୁ ନେଇ ହେଲା ଆସିଲା ବଡ ଖବର, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

Nuclear Weapons Movement:  ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ପରମାଣୁ ଅସ୍ତ୍ରଶସ୍ତ୍ରର ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପାଶ୍ଚାତ୍ୟଦେଶ। 

Nuclear War: ପରମାଣୁ ଯୁଦ୍ଧକୁ ନେଇ ହେଲା ଆସିଲା ବଡ ଖବର, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

Russia Ukraine War: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୮ ମାସ ପୂରଣ ହୋଇଯାଇଛି। ହେଲେ ଏହି ଯୁଦ୍ଧ ସମୟରେ ୟୁରୋପୀୟ ଦେଶ ଯୁକ୍ତରାଜ୍ୟରୁ ଆସିଛି ଏକ ବଡ ଖବର। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ବ୍ରିଟେନ ଠାରେ ଆଣବିକ ଅସ୍ତ୍ରଶସ୍ତ୍ର ବହନ କରୁଥିବାର ଏକ କନଭେନ ରାସ୍ତା ଉପରେ ଯାଉଥିବା ଦେଖିବାକୁ ମିଳିଛି। ଯାହା ଛଅଟି ପୋଲିସ ଗାଡ଼ି ଦ୍ୱାରା ଘେରି ହୋଇ ରହିଥିଲା। ଏହି କନଭୟ ଅତିକ୍ରମ କରିବା ପାଇଁ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଟ୍ରାଫିକ ମଧ୍ୟ ଅଟକାଇ ଦିଆଯାଇଥିଲା। ଯେତେବେଳେ ଏହି ଆଣବିକ ଅସ୍ତ୍ରଶସ୍ତ୍ର କନଭେନ ଅତିକ୍ରମ କରିଥିଲା, ସେତେବେଳେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା କିଛି ଲୋକ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ବ୍ରିଟେନରେ ପରମାଣୁ ଅସ୍ତ୍ରଶସ୍ତ୍ରର ଗତିବିଧି ବଢିଥିବା ନେଇ ଏହି ଭିଡ଼ିଓ ପ୍ରକାଶ କରିଛି।

"ଦି ସନ୍" ନାମକ ବ୍ରିଟିଶ ସମ୍ବାଦପତ୍ରରେ (British Newspaper The Sun) ଖବର ପ୍ରକାଶିତ ହୋଇଛି। ଯେଉଁଥିରେ କୁହାଯାଇଛି ୟୁକ୍ରେନ ଉପରେ ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣ ମଧ୍ୟରେ ଆଣବିକ ଅସ୍ତ୍ର ଆକ୍ରମଣର ଆଶଙ୍କା ବୃଦ୍ଧି ପାଇଛି। ଏଭଳି ଏକ ଆଶଙ୍କା ପ୍ରକାଶ କରୁଛି ପାଶ୍ଚାତ୍ୟ ଦେଶ  ବ୍ରିଟେନ। ଏହି ସମୟରେ ବ୍ରିଟେନରେ ଆଣବିକ ଅସ୍ତ୍ରଶସ୍ତ୍ରର ଗତିବିଧି ସାମ୍ନାକୁ ଆସିଛି। ୟୁକ୍ରେନ ଉପରେ ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣକୁ ବ୍ରିଟେନ ବାରମ୍ବାର ସମାଲୋଚନା କରିଆସୁଛି। 

Also Read: Nuclear Attack Plane: ନାଟୋ ସହ ମୁକାବିଲା ପାଇଁ ଅଣ୍ଟାଭିଡିଲା ଋଷିଆ, ନେଲା ଏହି ନିଷ୍ପତ୍ତି

ନିକଟରେ ବ୍ରିଟେନ (Britain) ଦାବି କରିଛି ଯେ ଏକ ଋଷୀୟ ବିମାନ (Russian Plane) କୃଷ୍ଣ ସାଗରସ୍ଥିତ (Bklack Sea) ଆନ୍ତର୍ଜାତୀୟ ଆକାଶ ମାର୍ଗରେ ପାଟ୍ରୋଲିଂ କରୁଥିବା ଏକ ବ୍ରିଟିଶ ବିମାନ (British Plane) ନିକଟରେ ମିସାଇଲ୍ ନିକ୍ଷେପ କରିଥିଲା। ଏନେଇ ବ୍ରିଟେନ ପ୍ରତିରକ୍ଷା ସଚିବ ବେନ ୱାଲେସ (Britain Defence Minister Ben Wallace) କହିଛନ୍ତି ଏହି ଘଟଣା ପରେ ଦେଶର ସଂସଦ ପାଟ୍ରୋଲିଂ ସ୍ଥଗିତ କରିଦେଇଛି। ଏହି ଘଟଣା ସମ୍ପର୍କରେ ଋଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗି  ଶୋଏଗୁଙ୍କୁ (Russian Defence Minister Sergei Shoigu) ଅବଗତ କରି ଚିନ୍ତାବ୍ୟକ୍ତ କରିଛି ବ୍ରିଟେନ।

Also Read: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁଣି ଆମେରିକା କରିବ ପରମାଣୁ ହମଲା! ଟାର୍ଗେଟରେ ଇରାନ

ମିସାଇଲ ନିକ୍ଷେପ କରିବା ବ୍ରିଟେନ ଉଦ୍ଦେଶ୍ୟରେ ଜବାବ ରଖିଛି ଋଷିଆ। ଏନେଇ ଋଷିଆ ପକ୍ଷରୁ କୁହାଯାଇଛି ଏକ ଯାନ୍ତ୍ରିକ ତ୍ରୁଟି ଥିଲା। ହେଲେ ଏହା ପରେ ପୁନର୍ବାର ପାଟ୍ରୋଲିଂ ଆରମ୍ଭ କରାଯାଇଥିବା କହିଛନ୍ତି ବ୍ରିଟେନ ପ୍ରତିରକ୍ଷା ସଚିବ। ଏନେଇ ବେନ ୱାଲେସ କହିଛନ୍ତି ଯେ ପାଟ୍ରୋଲିଂ ଟିମ ପାଖରେ ବର୍ତ୍ତମାନ ଯୁଦ୍ଧ ବିମାନ ଏସକର୍ଟ୍ସ ରହିଛି।

Also Read: ଜବାବ ଦେବାକୁ ତତ୍ପର ଡ୍ରାଗନ,ଭାରତ-ଆମେରିକା ଉପରେ କରିବ ପରମାଣୁ ହମଲା!

ଅନ୍ୟପଟେ ଡେଲିମେଲ ନାମକ ଅନ୍ୟଏକ ବ୍ରିଟିଶ ସମ୍ବାଦପତ୍ର (British Newspaper Daily Mail) ରିପୋର୍ଟ ଅନୁସାରେ, ଏକ ଥିଙ୍କଟ୍ୟାଙ୍କ ନିଷ୍କର୍ସ ବାହାର କରିଛି ଯେ ୟୁକ୍ରେନର ଏକ ପ୍ରମୁଖ ଡ୍ୟାମକୁ ଧ୍ୱଂସ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି ଋଷିଆ। ଯାହା ଖେରସାନ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିବ। ଯାହା ଏହି ସହରରେ ଏହାର ସୈନ୍ୟ ପ୍ରତ୍ୟାହାରକୁ ଆଚ୍ଛାଦନ କରିବ।