ନାସ୍ତ୍ରୋଦମସଙ୍କ ୧୦ ଭବିଷ୍ୟବାଣୀ, ଯାହା ଦୁନିଆରେ ସୃଷ୍ଟି କରିଛି ଚାଞ୍ଚଲ୍ୟ
Advertisement

ନାସ୍ତ୍ରୋଦମସଙ୍କ ୧୦ ଭବିଷ୍ୟବାଣୀ, ଯାହା ଦୁନିଆରେ ସୃଷ୍ଟି କରିଛି ଚାଞ୍ଚଲ୍ୟ

ଚର୍ଚ୍ଚିତ ଭବିଷ୍ୟବକ୍ତା  ନାସ୍ତ୍ରୋଦମସଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ  ସମୟଚକ୍ରରେ ସତ୍ୟରେ ପରିଣତ ହୋଇଛି | 

 ନାସ୍ତ୍ରୋଦମସଙ୍କ ୧୦ ଭବିଷ୍ୟବାଣୀ, ଯାହା ଦୁନିଆରେ ସୃଷ୍ଟି କରିଛି ଚାଞ୍ଚଲ୍ୟ

ବିଶ୍ୱର ଜଣେ ଚର୍ଚ୍ଚିତ ଭବିଷ୍ୟବକ୍ତା ଭାବେ ପରିଚିତ ଫ୍ରାନ୍ସର ନାସ୍ତ୍ରୋଦମସ, ତାଙ୍କ ପକ୍ଷରୁ କରାଯାଇଥିବା ସଠିକ ଭବିଷ୍ୟବାଣୀ ପାଇଁ ସ୍ମରଣୀୟ | ଏପରିକି ତାଙ୍କ ଦ୍ୱାରା କରାଯାଇଥିବା ଅନେକ ସତ୍ୟରେ ପରିଣତ ହେବା ସହ ବିଶ୍ୱରେ ଚହଳ ସୃଷ୍ଟି କରିଛି | ନାସ୍ତ୍ରୋଦମସଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ତାଙ୍କ ଦ୍ୱାରା ଲିଖିତ  'ପ୍ରଫେସିସ୍ ଅଫ ନାସ୍ତ୍ରୋଦମସ'(Prophecies of Nostradamus) ପୁସ୍ତକରେ ଲିପିବଦ୍ଧ ହୋଇଛି |

ନଜର ପକାନ୍ତୁ ତାଙ୍କ କରାଯାଇଥିବା ୧୦ ଭବିଷ୍ୟବାଣୀ ଯାହା ଜଗତକୁ ଥରାଇ ଦେଇଛି...

 

  • କୋରୋନା ମହାମାରୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ବାବଦରେ ପୂ୍ର୍ବାନୁମାନ କରିଥିଲେ ନାସ୍ତ୍ରୋଦମସ | ଯାହା ଆଜି ଚାଇନାରୁ ସମଗ୍ର ବିଶ୍ୱରେ ବିସ୍ତାର କରିଛି | ଏହା ଦ୍ୱାରା ପ୍ରାୟ ୧୦ ମିଲିୟନରୁ ଅଧିକ ଲୋକ ଏହା ଦ୍ୱାରା  ସଂକ୍ରମିତ ହୋଇଛନ୍ତି | 
  • ବିଶ୍ୱଯୁଦ୍ଧ: ବିଂଶ ଶତାବ୍ଦୀରେ ଦୁଇଟି ବିଶ୍ୱଯୁଦ୍ଧ ସମଗ୍ର ଜଗତକୁ କବଳିତ କରିବ ବୋଲି ପୂର୍ବାନୁମାନ କରିଥିଲେ ନାସ୍ତ୍ରୋଦମସ | ଜାପାନର ହିରୋସିମା ଏବଂ ନାଗାସାକିରେ ହୋଇଥିବା ଆଣବିକ ଆକ୍ରମଣ ବିଶ୍ୱ ବିନାଶ ସହିତ ସମକକ୍ଷ ବୋଲି ଭବିଷ୍ୟବାଣୀ କରିଥିଲେ ସେ |
  • ଆଡୋଲଫ ହିଟଲର: ପ୍ରଥମ ବିଶ୍ୱଯୁଦ୍ଧ ପରେ କ୍ଷମତାକୁ ଆସି ବିଶ୍ୱ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ସହ ଦ୍ୱିତୀୟ ବିଶ୍ୱଯୁଦ୍ଧର କାରଣ କୁହାଯାଉଥିବା ଜର୍ମାନୀର ପୂର୍ବତନ ଏକଛତ୍ରବାଦୀ ଶାସକ  ଆଡଲଫ ହିଟଲରଙ୍କ ବାବଦରେ ପୂର୍ବାନୁମାନ କରିଥିଲେ ନାସ୍ତ୍ରୋଦମସ |
  • ଆମେରିକାରେ ଆକ୍ରମଣ: ଆମେରିକାର ନ୍ୟୁୟର୍କସ୍ଥିତ ଟ୍ୱିଟ ଟାୱାରରେ ଅବସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଭବିଷ୍ୟବାଣୀ କରିଥିଲେ ନାସ୍ତ୍ରୋଦମସ | ଏହି ଘଟଣା ୯/୧୧ ନାମରେ ଜଣାଶୁଣା |
  • ବିଶ୍ୱର ବିଭିନ୍ନ ସ୍ଥାନରେ ଗୃହଯୁଦ୍ଧ: ନାସ୍ତ୍ରୋଦମସ ପୂ୍ର୍ବାନୁମାନ  କରିଥିଲେ ୨୦୨୦ ବର୍ଷରେ ବିଶ୍ୱର ବିଭିନ୍ନ ସ୍ଥାନରେ ଗୃହଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିବ | ହଂକଂ, ପାକିସ୍ଥାନ, ଦକ୍ଷିଣ ଆମେରିକୀୟ ଦେଶ ତଥା ଅନ୍ୟାନ୍ୟ ସ୍ଥାନରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି |
  • ବ୍ରିଟେନର ରାଜକୁମାରୀଙ୍କ ମୃତ୍ୟୁ: ଏକ ସଡ଼କ ଦୁର୍ଘଟଣାରେ ବ୍ରିଟେନର ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ନାସ୍ତ୍ରୋଦମସ |
  • ଇନ୍ଦିରା ଗାନ୍ଧୀଙ୍କ ହତ୍ୟା: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିବା ନେଇ ପୂର୍ବାନୁମାନ କରିଥିଲେ ବିଶ୍ୱବିଖ୍ୟାତ ଭବିଷ୍ୟବକ୍ତା ନାସ୍ତ୍ରୋଦମସ | 
  • ଜଳବାୟୁ ପରିବର୍ତ୍ତନ: ନାସ୍ତ୍ରୋଦମସ ମଧ୍ୟ ଜଳବାୟୁ ପରିବର୍ତ୍ତନ ବିଷୟରେ ପୂର୍ବାନୁମାନ କରିଥିଲେ | ଯାହାର ଫଳ ସ୍ୱରୂପ ଚଳିତ ବର୍ଷ ଅଷ୍ଟ୍ରେଲିଆ, ଫ୍ରାନ୍ସ ଏବଂ ଅମାଜନର ଜଙ୍ଗଲରେ ନିଆଁ ଲାଗିଥିଲା |
  • ନେପୋଲିଅନ ବୋନାପାର୍ଟ: ନାସ୍ତ୍ରୋଦମସଙ୍କ ର ସବୁଠାରୁ ସଠିକ ଭବିଷ୍ୟବାଣୀ ହେଉଛି ନେପୋଲିଅନ୍ ବୋନାପାର୍ଟଙ୍କ ଜୀବନୀ ବୋଲି ବିଶ୍ୱାସ କରାଯାଏ | ସେ ପୋପ୍ ପିୟୁସଙ୍କ ବିଷୟରେ ଭବିଷ୍ୟବାଣୀ କରିଥିଲେ, ଯିଏ ନେପୋଲିଅନଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ |
  • ୧୬୬୬ ଲଣ୍ଡନ ଅଗ୍ନିକାଣ୍ଡ: ଯେଉଁମାନେ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀକୁ ଗ୍ରହଣ କରନ୍ତି ସେମାନେ ବିଶ୍ୱାସ କରନ୍ତି, ବିଶ୍ୱର ଏହି ମହାନ ଭବିଷ୍ୟବକ୍ତା ୧୬୬୬ ମସିହାରେ ହୋଇଥିବା ଲଣ୍ଡନ ଗ୍ରେଟ ଫାୟାର ବାବଦରେ ପୂର୍ବାନୁମାନ କରିଥିଲେ |