ନିତିନ ଗଡକରୀ କାର-ବାଇକ୍-ଅଟୋ ଚାଳକଙ୍କ ପାଇଁ କଲେ ଏପରି କିଛି ଘୋଷଣା, ଶୁଣି ଚକିତ ହୋଇଯିବେ ଆପଣ
Advertisement
Article Detail0/zeeodisha/odisha1269179

ନିତିନ ଗଡକରୀ କାର-ବାଇକ୍-ଅଟୋ ଚାଳକଙ୍କ ପାଇଁ କଲେ ଏପରି କିଛି ଘୋଷଣା, ଶୁଣି ଚକିତ ହୋଇଯିବେ ଆପଣ

 Nitin Gadkari on Wrong Parking: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି ଯେ, ଭୁଲ ପାର୍କିଂର ପ୍ରବୃତ୍ତିକୁ ରୋକିବା ପାଇଁ ଏଭଳି ଆଇନ ଉପରେ ବିଚାର କରାଯାଉଛି ।

ନିତିନ ଗଡକରୀ କାର-ବାଇକ୍-ଅଟୋ ଚାଳକଙ୍କ ପାଇଁ କଲେ ଏପରି କିଛି ଘୋଷଣା, ଶୁଣି ଚକିତ ହୋଇଯିବେ ଆପଣ

ନୂଆଦିଲ୍ଲୀ: Nitin Gadkari on Wrong Parking: ନିଜର ଦମଦାର ଅନ୍ଦାଜ ଓ କାର୍ଯ୍ୟଶୈଳୀ ପାଇଁ ଜଣାଶୁଣା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ( Nitin Gadkari) ପୁଣି ଥରେ ଚର୍ଚ୍ଚା ଅଛନ୍ତି । ସେ ଏକ କାର୍ଯ୍ୟକ୍ରମ ସମୟରେ ଏପରି କିଛି ଘୋଷଣା କରିଛନ୍ତି, ଯାହାକୁ ଶୁଣି କାର, ବାଇକ୍ ଏବଂ ଅନ୍ୟାନ୍ୟ ଗାଡି ଡ୍ରାଇଭର ଚକିତ ହୋଇଯାଇଥିଲେ । ସେ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ରାସ୍ତାରେ ଭୁଲ୍ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ପଠାନ୍ତି ତେବେ ତାଙ୍କୁ ୫୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଏଭଳି ଆଇନ ଶୀଘ୍ର ସରକାର ଆଣିବେ ।

କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ତରଫରୁ କୁହାଯାଇଥିବା କଥା ଶୁଣିବା ପରେ ଗାଡି ମାଲିକମାନେ ଏହି ନିୟମକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି । କିଛି ଲୋକ ଏହାକୁ ରୋଜଗାରର ଏକ ଭଲ ଉପାୟ କହୁଛନ୍ତି । କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯିଏ ତାଙ୍କ ଗାଡିକୁ ଭୁଲ ପାର୍କିଂ କରିବ ସେଥିପାଇଁ ତାଙ୍କୁ ୧,୦୦୦ ଟଙ୍କା ଜୋରିମାନା ଦେବାକୁ ପଡି଼ବ । କେନ୍ଦ୍ର ଦ୍ୱାରା ଏଭଳି ଆଇନ ପ୍ରଣୟନ ହେବା ପରେ ରାସ୍ତାରେ ଟ୍ରାଫିକ୍ ଜାମ୍ ଓ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି ଯେ, ଭୁଲ ପାର୍କିଂର ପ୍ରବୃତ୍ତିକୁ ରୋକିବା ପାଇଁ ଏଭଳି ଆଇନ ଉପରେ ବିଚାର କରାଯାଉଛି । ସେ କହିଛନ୍ତି ଯେ, "ମୁଁ ଏକ ଆଇନ ଆଣିବାକୁ ଯାଉଛି ଯେ, ଯାହା ଅନ୍ତର୍ଗତ ରାସ୍ତାରେ ଯେଉଁ ଗାଡ଼ି ପାର୍କିଂ ହୋଇଥିବ, ସେହି ଗାଡ଼ି ମାଲିକଙ୍କୁ ୧୦୦୦ ଟଙ୍କା ଜରିମାନା ପଡ଼ିବ । ଏଥି ସହିତ ଭୁଲ୍ ପାର୍କିଂ ହୋଇଥିବା ଗାଡିର ଫଟୋ ପଠାଉଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ପ୍ରଦାନ କରାଯିବ ।

ଏହା ବି ପଢ଼ନ୍ତୁ:-ଅଖିଳେଶଙ୍କୁ ଲାଗିବ ଝଟକା, ଯୋଗୀ ସରକାରରେ ମନ୍ତ୍ରୀ ହେବେ ଓପି ରାଜଭର!

ଏହା ବି ପଢ଼ନ୍ତୁ:-ଏହି ଓଡ଼ିଆ ଚର୍ଚ୍ଚିତ ଚେହେରାକୁ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଥିଲା TMC, କିନ୍ତୁ...

ଏହା ବି ପଢ଼ନ୍ତୁ:-ମମତା ବାନାର୍ଜୀଙ୍କ ଟ୍ୱିଟ୍ ଉପରେ ଦ୍ରୌପଦୀ ମୁର୍ମୁ ଦେଲେ ଏହି ଖାସ୍ ଜବାବ, ଜାଣନ୍ତୁ କ'ଣ କହିଲେ...

 

କେନ୍ଦ୍ର ମନ୍ତ୍ରୀ ଗଡକରୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଲୋକମାନେ ଘର ନିର୍ମାଣ କରୁଛନ୍ତି କିନ୍ତୁ ପାର୍କିଂ ବ୍ୟବସ୍ଥା କରୁ ନ ନାହାଁନ୍ତି । ଏହା ବଦଳରେ ଲୋକମାନେ ନିଜ ଗାଡିଗୁଡ଼ିକୁ ରାସ୍ତାରେ ପାର୍କ କରନ୍ତି । ଗଡକରୀ କଟାକ୍ଷ କରି କହିଛନ୍ତି ଯେ, "ନାଗପୁରରେ ମୋର ରୋଷେଇଆ ପାଖରେ ଦୁଇଟି ସେକେଣ୍ଡ ହ୍ୟାଣ୍ଡ ଗାଡି ଅଛି । ଆଜି ଚାରିଜଣ ସଦସ୍ୟଙ୍କ ପରିବାରରେ ୬ଟି କାର ଅଛି । ଏଥିରୁ ଜଣାପଡୁଛି ଯେ ଦିଲ୍ଲୀର ଲୋକମାନେ ଭାଗ୍ୟଶାଳୀ ଅଟନ୍ତି । ଆମେ ସେମାନଙ୍କ ଗାଡି ପାର୍କିଂ କରିବା ପାଇଁ ରାସ୍ତା ତିଆରି କରିଛୁ ।"