ନିତିନ ଗଡକରୀଙ୍କ ବଡ ଦାବି; କହିଲେ- ଦେଶରେ ଆସନ୍ତା ୫ ବର୍ଷ ମଧ୍ୟରେ ପେଟ୍ରୋଲ ହୋଇଯିବ ବ୍ୟାନ
Advertisement
Article Detail0/zeeodisha/odisha1249439

ନିତିନ ଗଡକରୀଙ୍କ ବଡ ଦାବି; କହିଲେ- ଦେଶରେ ଆସନ୍ତା ୫ ବର୍ଷ ମଧ୍ୟରେ ପେଟ୍ରୋଲ ହୋଇଯିବ ବ୍ୟାନ

Nitin Gadkari on Petrol price: ଗୁରୁବାର ନିତିନ ଗଡକରୀ ଏକ ବଡ଼ ବୟାନ ଦେଇଛନ୍ତି । ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରୁ ପେଟ୍ରୋଲ ବ୍ୟାନ ହେବ ବୋଲି ସେ କହିଛନ୍ତି । 

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦେଶରେ ଇନ୍ଧନ ମୂଲ୍ୟ (Fuel Price) ବୃଦ୍ଧି ସାଧାରଣ ଲୋକଙ୍କ କମର ଭାଙ୍ଗି ଦେଇଛି । ମୁଦ୍ରାସ୍ଫୀତି ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ତେଣୁ, ଇନ୍ଧନର ମୂଲ୍ୟ ଦୁଇ ଟଙ୍କା ହ୍ରାସ ହୋଇଥିଲେ ମଧ୍ୟ ସାଧାରଣ ଲୋକ ଏକ ବଡ଼ ଆରାମ ପାଇଥା’ନ୍ତି । ସେପଟେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) ଗୁରୁବାର ଦିନ ଏକ ବଡ ବୟାନ ଦେଇଛନ୍ତି । ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol and diesel price) ବୃଦ୍ଧି ମଧ୍ୟରେ  ସେ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରୁ ପେଟ୍ରୋଲ ହଟାଇ ଦିଆଯିବ ଓ ଏହା ଉପରେ ବ୍ୟାନ ଲଗାଯିବ ।

ନିତିନ ଗଡକରୀ ଗୁରୁବାର ଦିନ ଆକୋଲାସ୍ଥିତ ଡକ୍ଟର ପଞ୍ଜାବରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ ତମ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା 'ଡକ୍ଟର ଅଫ୍ ସାଇନ୍ସ' ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ଭଗତ ସିଂ କୋଶିୟାରି ଅଧ୍ୟକ୍ଷତା କରିଥିଲେ ।

ଗଡକରୀ କହିଛନ୍ତି ଯେ ବର୍ତ୍ତମାନ ବିଦର୍ଭରେ ନିର୍ମିତ ବାୟୋ-ଇଥାନଲ ଯାନରେ ବ୍ୟବହୃତ ହେଉଛି । ସବୁଜ ହାଇଡ୍ରୋଜେନ କୂଅ ପାଣିରୁ ତିଆରି ହୋଇପାରିବ ଓ କିଲୋଗ୍ରାମ ପିଛା ୭୦ ଟଙ୍କାରେ ବିକ୍ରି ହୋଇପାରିବ । ଗାଡକରୀ କହିଛନ୍ତି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲ ହଟିଯିବ । ସେ କହିଛନ୍ତି ଯେ କୌଣସି କୃଷକ କେବଳ ଗହମ, ଚାଉଳ, ମକା ଲଗାଇ ନିଜର ଭବିଷ୍ୟତ ପରିବର୍ତ୍ତନ କରିପାରିବେ ନାହିଁ । ଗଡକରୀ କହିଛନ୍ତି ଯେ କୃଷକମାନେ କେବଳ ଖାଦ୍ୟ ଯୋଗାଣକାରୀ ନୁହଁନ୍ତି ଶକ୍ତି ପ୍ରଦାନକାରୀ ହେବା ଆବଶ୍ୟକ ।

ଗଡକରୀ କହିଛନ୍ତି ଯେ ଇଥାନଲ ଉପରେ ଏକ ନିଷ୍ପତ୍ତି ଦେଶରେ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରିଛି । ନିକଟ ଭବିଷ୍ୟତରେ ଦୁଇଟି ଚକିଆ ଓ ଚାରି ଚକିଆ ସବୁଜ ହାଇଡ୍ରୋଜେନ, ଇଥାନଲ ଓ ସିଏନଜି ଉପରେ ଆଧାରିତ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦର୍ଭରୁ ବାଂଲାଦେଶକୁ କପା ରପ୍ତାନି କରିବାକୁ ଯୋଜନା ରହିଛି, ଯାହା ବିଶ୍ୱବିଦ୍ୟାଳୟର ସହଯୋଗ ଆବଶ୍ୟକ କରେ । ବିଦର୍ଭରେ କୃଷକ ଆତ୍ମହତ୍ୟାକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ଅନେକ କିଛି କରିପାରିବ ।

ଏହା ବି ପଢ଼ନ୍ତୁ: ଜାପାନର ପୂର୍ବତନ ପିଏମଙ୍କୁ କିଏ ମାରିଲା ଗୁଳି? ୫ଟି ପଏଣ୍ଟରେ ଜାଣନ୍ତୁ ଗିରଫ ବ୍ୟକ୍ତିଙ୍କ ବିଷୟରେ

ଏହା ବି ପଢ଼ନ୍ତୁ: ଷ୍ଟିଲ୍ ପ୍ଲାଣ୍ଟରୁ ଜାପାନର ପିଏମ ପଦ ପର୍ଯ୍ୟନ୍ତ...କିଛି ଏପରି ଥିଲା ସିଞ୍ଜୋ ଆବେଙ୍କ ଜୀବନ ଯାତ୍ରା