ଭାରତର ଏହି ୬ ଟି ରାଜ୍ୟରେ ଜୀବନ ସାଥୀ ବଦଳାଇବାରେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି ମହିଳା
Advertisement
Article Detail0/zeeodisha/odisha1308666

ଭାରତର ଏହି ୬ ଟି ରାଜ୍ୟରେ ଜୀବନ ସାଥୀ ବଦଳାଇବାରେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି ମହିଳା

NFHS ତଥ୍ୟ ଅନୁଯାୟୀ ରାଜସ୍ଥାନ, ହରିୟାଣା, କେରଳ, ମଧ୍ୟପ୍ରଦେଶ, ଆସାମ ଓ ଜମ୍ମୁ କାଶ୍ମୀରର ମହିଳାମାନେ ପୁରୁଷଙ୍କ ଅପେକ୍ଷା ସେମାନଙ୍କ ଜୀବନରେ ଅଧିକ ପାର୍ଟନର ରଖିଥାନ୍ତି ।

ସୌ: ସୋସିଆଲ ମିଡିଆ

NFHS Report: ଲୋକମାନେ ଭାବିନ୍ତି ଯେ ପୁରୁଷମାନେ ସାଧାରଣତଃ ମହିଳାଙ୍କ ଅପେକ୍ଷା ଅଧିକ ବିବାହ କରିଥାନ୍ତି । କେତେକ ପରିମାଣରେ ଏହା ମଧ୍ୟ ସତ, କିନ୍ତୁ ଦେଶରେ ଏପରି ୬ଟି ରାଜ୍ୟ ଅଛି, ଯେଉଁଠାରେ ମହିଳାମାନେ ପୁରୁଷମାନଙ୍କୁ ଏହି ପ୍ରସଙ୍ଗରେ ପଛରେ ପକାଇ ଦେଇଛନ୍ତି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନ, ହରିୟାଣା, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ଆସାମ ଓ କେରଳ ଅନ୍ତର୍ଭୁକ୍ତ । ଏଠାରେ ହାରାହାରି ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଅଧିକ ସେକ୍ସ ପାର୍ଟନର ରଖିଥାନ୍ତି । 

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ୨୦୧୯-୨୦ ମଧ୍ୟରେ ସଂଗୃହିତ ତଥ୍ୟ ଅନୁଯାୟୀ, ଯଦିଓ ଦେଶରେ ପୁରୁଷମାନଙ୍କର ଅଧିକ ପାର୍ଟନର ଅଛନ୍ତି, କିନ୍ତୁ ମହିଳାମାନେ ମଧ୍ୟ ପଛରେ ନାହାଁନ୍ତି । ଯଦି ପୁରୁଷମାନଙ୍କର ହାରାହାରି ୧.୭ ସେକ୍ସ ପାର୍ଟନର ଥାଏ, ତେବେ ମହିଳାମାନଙ୍କର ୧.୫ ରହିଛି । ପରିସଂଖ୍ୟାନ ଅନୁଯାୟୀ, ଗ୍ରାମାଞ୍ଚଳରେ ମହିଳାମାନଙ୍କର ହାରାହାରି ୧.୮ ଭାଗୀଦାରୀ ଥିବାବେଳେ, ସହରଗୁଡ଼ିକରେ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ରହିଛି ।

ରାଜସ୍ଥାନ ବିଷୟରେ କହିବାକୁ ଗଲେ ଏଠାରେ ମହିଳାମାନଙ୍କର ହାରାହାରି ୩.୧ ଜୀବନ ସାଥୀ ଅଛି ଓ ପୁରୁଷମାନଙ୍କର ହାରାହାରି ୧.୮ ଜୀବନ ସାଥୀ ଅଛନ୍ତି । ମଧ୍ୟପ୍ରଦେଶରେ ମହିଳାଙ୍କ ପାଇଁ ୨.୫ ଜୀବନ ସାଥୀ ଅଛି ଓ ପୁରୁଷ ମାନଙ୍କର ୧.୬ ଜୀବନ ସାଥୀ ରହିଛି । କେରଳରେ ମହିଳାମାନଙ୍କର ୧.୪ ଜୀବନ ସାଥୀ ଅଛି ଓ ପୁରୁଷମାନଙ୍କର ହାରାହାରି ୧.୦ ଜୀବନ ସାଥୀ ଅଛି । ଜମ୍ମୁ କାଶ୍ମୀରରେ ମହିଳାମାନଙ୍କର ହାରାହାରି ଜୀବନ ସାଥୀ ୧.୫ ଅଛି ଓ ପୁରୁଷଙ୍କ ହାରାହାରି ୧.୧ ଅଛି । ହରିୟାଣାରେ ଏହି ପାର୍ଥକ୍ୟ ୧.୮ ଓ ୧.୫ ଥିବାବେଳେ ଆସାମରେ ଏହା ୨.୧ ଓ ୧.୮ ଅଟେ । ଏହା ବି ପଢ଼ନ୍ତୁ: ଧନଶ୍ରୀଙ୍କ ସହ ଭାଙ୍ଗିଗଲା କି ଚହଲଙ୍କ ସମ୍ପର୍କ? ସୋସିଆଲ ମିଡ଼ିଆ ଉଭୟ ଦେଲେ ଏହି ପ୍ରତିକ୍ରିୟା

ଯେତେବେଳେ ବୈବାହିକ ସମ୍ପର୍କ ବିଷୟରେ କୁହାଯାଏ, ସେତବେଳେ ପରିସଂଖ୍ୟାନ ଦର୍ଶାଏ ଯେ ପୁରୁଷମାନେ ଆଗରେ ଅଛନ୍ତି । ଏକ ସର୍ବେକ୍ଷଣ ଅନୁଯାୟୀ, ସେଠାରେ ୩.୬ ପ୍ରତିଶତ ପୁରୁଷ ଅଛନ୍ତି, ଯେଉଁମାନେ ନିଜ ଜୀବନସାଥୀ ବ୍ୟତୀତ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି । ଏଥି ସହିତ, ମହିଳାଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୦.୫ ପ୍ରତିଶତ ଅଟେ । ଏହି ସର୍ଭେରେ ୧.୧ ଲକ୍ଷ ମହିଳା ଓ ୧ ଲକ୍ଷ ପୁରୁଷଙ୍କୁ ସାମିଲ କରଯାଇଥିଲେ । ଏହା ବି ପଢ଼ନ୍ତୁ: ଟ୍ୱିଟ୍ କରିବା ପାଇଁ ମିଳିଲା ଚରମ ଶାସ୍ତି, ଯୁବତୀକୁ ଭୋଗିବାକୁ ପଡ଼ିବ ୩୪ ବର୍ଷର କାରାଦଣ୍ଡ; ଜାଣନ୍ତୁ କ'ଣ ରହିଛି କାରଣ

ଏହା ବି ପଢ଼ନ୍ତୁ: Modi Govt: ମିଥ୍ୟା ଖବର ଉପରେ ସରକାରଙ୍କ 'ଡିଜିଟାଲ୍ ଷ୍ଟ୍ରାଇକ୍', ବ୍ଲକ୍ ହେଲା ଏହି ୮ଟି ୟୁଟ୍ୟୁବ୍ ଚ୍ୟାନେଲ୍