Vande Bharat Express: ଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ୪ଟି ରୁଟରେ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍!
Advertisement

Vande Bharat Express: ଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ୪ଟି ରୁଟରେ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍!

Vande Bharat Express: ଏଣିକି ଯାତ୍ରା ହେବ ଆହୁରି ସହଜ। କାହିଁକିନା ଆଜିଠୁ ଆଉ କିଛି ରୁଟରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express)।  ଦିଲ୍ଲୀ -ବାରଣାସୀ ବନ୍ଦେ  ଭାରତ ଏକ୍ସପ୍ରେସର (Varanasi-New Delhi Vande Bharat Express train) ଶୁଭାରମ୍ଭ ହେବ।  ସେହିପରି ପୂର୍ବରୁ ମଧ୍ୟ  ଦୁଇ ସହର ମଧ୍ୟରେ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ୍  ଗଡୁଥିବା ବେଳେ ଆସନ୍ତାକାଲି ଏହି ସଂଖ୍ୟା ୨ରେ ପହଞ୍ଚିବ।  ଏହା ସହ...

Vande Bharat Express: ଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ୪ଟି ରୁଟରେ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍!

Vande Bharat Express: ଏଣିକି ଯାତ୍ରା ହେବ ଆହୁରି ସହଜ। କାହିଁକିନା ଆଜିଠୁ ଆଉ କିଛି ରୁଟରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express)। ଆଜି ଠାରୁ ପ୍ରଧାନମନ୍ତ୍ରୀ (pm modi) ନିଜ ସଂସଦୀୟ କ୍ଷେତ୍ର ବାରଣାସୀକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। ଏଠାରେ ସେ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପିତ କରିବା ସହିତ ସେ ଦିଲ୍ଲୀ -ବାରଣାସୀ ବନ୍ଦେ  ଭାରତ ଏକ୍ସପ୍ରେସର (Varanasi-New Delhi Vande Bharat Express train) ଶୁଭାରମ୍ଭ ମଧ୍ୟ କରିବେ।  ସେହିପରି ପୂର୍ବରୁ ମଧ୍ୟ  ଦୁଇ ସହର ମଧ୍ୟରେ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ୍  ଗଡୁଥିବା ବେଳେ ଆସନ୍ତାକାଲି ଏହି ସଂଖ୍ୟା ୨ରେ ପହଞ୍ଚିବ। 

Also Read:  Shani Transit: କୃପା କରିବେ ଶନିଦେବ, ନୂଆବର୍ଷରୁ ବଦଳିବ ୪ ରାଶିଙ୍କ ଭାଗ୍ୟ

ସେହିପରି ଆଉ ତିନୋଟି ରୁଟରେ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express) ଗଡି଼ବାକୁ ଯାଉଛି। ଭାରତୀୟ ରେଳବାଇର ସୂଚନା ମୁତାବତ ( Udhampur-Srinagar-Baramula Rail Link) ଉଦମପୁର- ଶ୍ରୀନଗର-ବାରମୂଳା ରେଳ ଲିଙ୍କରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବ। ଏନେଇ ରେଳବାଇ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ରେଳବାଇ ପକ୍ଷରୁ ଏହି ମାର୍ଗର ୧୫ କିଲୋମିଟର ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହେଲେ ଜାମ୍ମୁରୁ ଶ୍ରୀନଗର ଯାତ୍ରା ମାତ୍ର ୩.୫ ଘଣ୍ଟା ମଧ୍ୟରେ ଶେଷ ହେବ। ସେହିପରି, ସିକେନ୍ଦେରାବାଦ-ପୁଣେ ରୁଟରେ ମଧ୍ୟ  ସିକେନ୍ଦେରାବାଦ-ପୁଣେ ବନ୍ଦ ଭାରତ୍ ଏକ୍ସପ୍ରେସ ମଧ୍ୟ (Secunderabad-Pune Vande Bharat train route) ଚଳାଚଳ କରିବାକୁ ଯାଉଛି। ବର୍ତ୍ତମାନ ସାଧାରଣତଃ ଏହି ରୁଟରେ ଯାତ୍ରା କରିବାକୁ ଶତାଦ୍ଧି ଏକ୍ସପ୍ରେସ୍ ୮.୨୫ ଘଣ୍ଟା ନେଇଥାଏ। କିନ୍ତୁ ଏହି ରୁଟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କଲେ ଯାତ୍ରାର ସମୟ ସୀମା ହ୍ରାସ ପାଇବ। 

ଅନ୍ୟପଟେ, ବେଙ୍ଗାଲୁରୁ- କୋଏମ୍ବାଟୁ ରୁଟ୍ (Bengaluru-Coimbatore route) ରେ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବ।  ଗଣମାଧ୍ୟମ ରିପୋର୍ଟ ପ୍ରକାଇ ପାଇଥିବା ରିପୋର୍ଟ ଆଧାରରେ ଏହା କୁହାଯାଇପାରିବ ଯେ,  ଏହି ରୁଟରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ରୁଟ୍ ରେ ବନ୍ଦେ ଭାରତ ଏକ୍ସପ୍ରେସ  ଚଳାଚଳ କରିବ।  ବର୍ତ୍ତମାନ, ବିଭିନ୍ନ ସୁପରଫାଷ୍ଟ ଟ୍ରେନ୍ ଏହି ମାର୍ଗରେ ଯାତ୍ରା ଶେଷ କରିବାକୁ ୬.୪୫ ମିନିଟ୍ ରୁ ୯ ଘଣ୍ଟା ମଧ୍ୟରେ ସମୟ ନେଇଥାଏ। ବନ୍ଦେ ଭାରତ ଏକ୍ସପ୍ରେସ  ଚଳାଚଳରେ ବହୁ ସମୟ ସୀମା କମିବା  ସହ ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଞ୍ଚିପାରିବେ।