Delhi: ମସ୍କୋ ବିମାନରେ ବୋମା ଆତଙ୍କ, ଦିଲ୍ଲୀରେ ଜରୁରୀ ଅବତରଣ
Advertisement

Delhi: ମସ୍କୋ ବିମାନରେ ବୋମା ଆତଙ୍କ, ଦିଲ୍ଲୀରେ ଜରୁରୀ ଅବତରଣ

Delhi Air Port: ବୋମା ରହିଥିବାର ଖବର ମିଳିବା ମାତ୍ରେ ଦିଲ୍ଲୀରେ ଜରୁରୀ ଅବତରଣ କରିଥିଲା ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନ। 

 Delhi: ମସ୍କୋ ବିମାନରେ ବୋମା ଆତଙ୍କ, ଦିଲ୍ଲୀରେ ଜରୁରୀ ଅବତରଣ

Bomb Threat in Plane: ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ରହିଥିବାର ଖବର ମିଳିବା ପରେ ସୃଷ୍ଟି ହୋଇଥିଲା ହଟଚମଟ। ଏନେଇ ଖବର ମିଳିବା ମାତ୍ରେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ  ଜରୁରୀ ଅବତରଣ କରିଥିଲା ବିମାନ। ଦିଲ୍ଲୀରେ ବିଳମ୍ବିତ ରାତି ୩ଟା ୩୦ ମିନିଟରେ ଜରୁରୀ ଅବତରଣ କରିଥିଲା ଏହି ବିମାନ। ବିମାନରେ ରହିଥିବାର ଖବର ମିଳିବା ପରେ ଆରମ୍ଭ ହୋଇ ଯାଇଥିଲା ତଦନ୍ତ।

ବିମାନରେ ବୋମା ରହିବା ମାମଲାରେ ପ୍ରତିକ୍ରିୟା ରଖିଛି ଦିଲ୍ଲୀ ପୋଲିସ (Delhi Police)। ଏନେଇ କୁହାଯାଇଛି ଯେ ଗତକାଲି ରାତିରେ ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ (Moscow Delhi Flight) ବୋମା ରହିଥିବାର ଖବର ମିଳିଥିଲା। ବିମାନଟି ରାତି ପ୍ରାୟ ୩ଟା ୨୦ ମିନିଟ ସମୟରେ ଦିଲ୍ଲୀରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ଏବଂ ଚାଳକ  ଦଳ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଦିଲ୍ଲୀ ବିମାନ ବନ୍ଦରରେ (Delhi Airport) ଅବତରଣ କରାଯାଇଛି। ଅବତରଣ ପରେ ମସ୍କୋରୁ ଦିଲ୍ଲୀ (Moscow to Delhi Flight) ଆସିଥିବା ବିମାନର ଯାଞ୍ଚ କରାଯାଉଛି।

ମସ୍କୋରୁ ଆସିଥିବା ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ଯାଞ୍ଚ କରାଯାଉଛି। ଏପର୍ଯ୍ୟନ୍ତ କିଛି ମିଳିନାହିଁ। ଦିଲ୍ଲୀ ପୋଲିସ କହିଛି ଯେ ବିମାନ ଅବତରଣ କରିବା ପରେ ଏହାର ଆଖପାଖ ଅଞ୍ଚଳକୁ ଖାଲି କରି ଦିଆଯାଇଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ସୁରକ୍ଷା ଏଜେନ୍ସିକୁ ସତର୍କ କରି ଦିଆଯାଇଛି।

Also Read: Bomb Threat in Plane: ବିମାନରେ ବୋମା, ସାମ୍ଭାବ୍ୟ ବିପଦକୁ ନେଇ ଆସିଲା ବଡ଼ ଖବର

ସପ୍ତାହେ ପୂର୍ବରୁ ଏଭଳି ସମାନ ଧରଣର ଘଟଣା ଘଟିଥିଲା। ଇରାନରୁ ଚୀନ (Iran China Plane) ଅଭିମୁଖେ ଯାତ୍ରା କରୁଥିବା ବିମାନରେ ବୋମା ରହିଥିବାର ଖବର ମିଳିଥିଲା। ଏହା ପରେ ବିମାନ ଚାଳକ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲ (Delhi Air Traffic Control) ସହ ଯୋଗାଯୋଗ କରି ଅବତରଣ ପାଇଁ ଅନୁମତି ମାଗିଥିଲେ। ଏହା ପରେ ବିମାନ ଅବତରଣ କରିବାକୁ ଜୟପୁର (Jeypore Airport) ଏବଂ ଚଣ୍ଡିଗଡ଼ ବିମାନ ବନ୍ଦର (Chandigarh Airport) ବିକଳ୍ପ ଭାବେ ଦିଆଯାଇଥିଲା। ହେଲେ ପାଇଲଟ୍ ସେଠାରେ ବିମାନ ଅବତରଣ କରିବାକୁ ମନା କରି ଦେଇଥିଲେ। ଏହି ବିମାନ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଭାରତ ବାୟୁସୀମା (Indian Air Space) ମଧ୍ୟରେ ଉପରେ ଉଡ଼ାଣ ଭରିଥିଲା।  

ଇରାନ ବିମାନର ବୋମା ରହିଥିବାର ଖବର ପାଇବା ପରେ ସୁରକ୍ଷା ଏଜେନ୍ସିକୁ ସତର୍କ କରି ଦିଆ ଯାଇଥିଲା। ଏହି ବିମାନ ଉପରେ ନଜର ରଖିବା ଭାରତୀୟ ବାୟୁସେନାର (Indian Air Force) ସୁଖୋଇ ଯୁଦ୍ଧ ବିମାନକୁ (Sukhoi Fighter Jet) ଲଗା ଦିଆ ଯାଇଥିଲା। ପରେ ଇରାନରୁ ସବୁଜ ସଙ୍କେତ ପାଇବା ପରେ ବିମାନ ଚୀନ୍ ଅଭିମୁଖେ ଯାତ୍ରା କରିଥିଲା ଚୀନରେ ଅବତରଣ କରିବା ପରେ ବିମାନରେ ବୋମା ରହିବା ଘଟଣା ଗୁଜବ ବୋଲି ଅନୁସନ୍ଧାନରୁ ଜଣାପଡ଼ିଥିଲା।