Grah Gochar in January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ଜାନୁଆରୀ ୪ ତାରିଖ ସକାଳ ୧୧ ଟା ୫୫ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ବିଶେଷକରି, କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ କରିବା ସହ ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିଥାଏ। ତେବେ, ଆସନ୍ତୁ ଜାଣିବା ବୁଧଙ୍କ କୃପା କେଉଁ ରାଶିକୁ ଧନବାନ୍ କରାଇବ।....
ସିଂହ: ବୁଧଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଏହି ଅବଧି ମଧ୍ୟରେ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହିତ ଦରମା ବଢିବ। ବାଣିଜ୍ୟ-ବ୍ୟବସାୟ ପାଇଁ ସମୟ ବେଶ୍ ଶୁଭ ରହିବ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ। ବାକି ପଡିଥିବା ଟଙ୍କାକୁ ପାଇବାରେ ସମର୍ଥ ହେବେ। ବ୍ୟବସାୟୀମାନେ ବ୍ୟବସାୟରୁ ଟଙ୍କା ଅଧିକ ରୋଜଗାର କରିବାରେ ସକ୍ଷମ ହେବେ। ପିଲାମାନଙ୍କ କ୍ୟାରିୟରକୁ ନେଇ ଲାଗି ଲହିଥିବା ଟେନସନରୁ ମୁକ୍ତି ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ପୁରୁଣା ରୋଗରୁ ମୁକ୍ତି ମିଳିବ।
ALSO READ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ନୂଆବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ହାତଖର୍ଚ୍ଚ ଦେବେ ସରକାର!
କନ୍ୟା: ବୁଧଙ୍କ କୃପା ଏହି ରାଶିର ଲୋକଙ୍କୁ ଧନବାନ୍ କରାଇବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ସହକର୍ମୀଙ୍କ ସହଯୋଗରେ ଅଧା ରହିଥିବା କାର୍ଯ୍ୟକୁ ସଫଳତାର ସହ ଶେଷ କରିବାରେ ସମର୍ଥ ହେବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବାରୁ ପ୍ରଚୁର ଅର୍ଥ ରୋଜଗାର କରିବାରେ ସକ୍ଷମ ହେବେ। ବିଦେଶ ଯାତ୍ରାର ସ୍ବପ୍ନ ସାକାର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନେ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ପାଇବେ। କିନ୍ତୁ ସହଭାଗୀତାରେ ଚାଲିଥିବା ବ୍ୟବସାୟରେ ପାର୍ଟନର ଆପଣଙ୍କୁ ଧୋକା ଦେଇପାରନ୍ତି। ଏଥିପ୍ରତି ସତର୍କ ରୁହନ୍ତୁ। ଋତୁକାଳିନ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଲଭଲାଇଫ୍ ଭଲ ରହିବ।
ତୁଳା: ବୁଧଙ୍କ ବିଶେଷ କୃପା ଏହି ରାଶିର ଭାଗ୍ୟ ଉଦୟ କରିବ। କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ। ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ପ୍ରଂଶସିତ ହେବେ। କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ମାନୀତ ହେବେ। ବାଣିଜ୍ୟ-ବ୍ୟବସାୟରେ ଲାଗି ଥିବା ମାନ୍ଦାବସ୍ଥା ଦୂର ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଗାଡି କିଣିବାର ସ୍ବପ୍ନ ସାକାର ହେବ। ଟଙ୍କା ବିନିଯୋଗ ପାଇଁ ଯୋଜନା କରୁଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବିନିଯୋଗ କଲେ ଭଲ ଲାଭ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଶତ୍ରୃଙ୍କ ଯୋଜନା ପଣ୍ତ ହେବା ସହିତ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ପରିବାର ସହ ଭଲ ସମୟ ବିତାଇବେ।
ମକର : ମକର ରାଶିଙ୍କ ପାଇଁ ବର୍ଷ ୨୦୨୫ ବେଶ୍ ଶୁଭ ରହିବ। ବୁଧଙ୍କ ଚଳନ ଏହି ରାଶିର ଅର୍ଥିକ ସ୍ଥିତି ମଜବୁତ୍ କରିବ। ବ୍ୟବସାୟର ନୂତନ ଉତ୍ସ ସୃଷ୍ଟି ହେବ। ବାଣିଜ୍ୟ-ବ୍ୟବସାୟୀଙ୍କ ପାଇଁ ମାସ୍ ଟି ଖୁବ୍ ଅନୁକୂଳ ରହିବ। ଏହି ସମୟର ଧାର-କରଜ ଆଣିଥିବା ଅର୍ଥକୁ ସୁଝିବାରେ ସକ୍ଷମ ହେବେ। ବ୍ୟାଙ୍କିଂ, ଇନ୍ସୁରାନ୍ସ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ନିଜର ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। ଦୂରଯାତ୍ରାରୁ ଶୁଭଫଳ ପାଇବେ। ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଉଚିତ୍ ନ ହେଲେ ସମସ୍ୟାରେ ପଡିବେ। ବ୍ୟବସାୟରେ କାରବାର ବୃଦ୍ଧି ହେବା ସହିତ ଦୈନିକ ରୋଜଗାର ଭଲ ହେବ। ପିତମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ।ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़