African Swine Fever: ଚାଲିଗଲାଣି ୯ ହଜାର ବଣୁଆ ଘୁଷୁରୀଙ୍କ ଜୀବନ
Advertisement
Article Detail0/zeeodisha/odisha1292614

African Swine Fever: ଚାଲିଗଲାଣି ୯ ହଜାର ବଣୁଆ ଘୁଷୁରୀଙ୍କ ଜୀବନ

Wild Boars died by ASF: ଗତ ଜୁଲାଇ ୧୯ ତାରିଖରେ ଚମ୍ପାଇ ଜିଲ୍ଲାର ଲିସେଞ୍ଜୋ ଗ୍ରାମ ଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲରେ ଦୁଇଟି ମାଇ ବଣୁଆ ଘୁଷୁରୀ ଏବଂ ଗୋଟିଏ ଘୁଷୁରୀର ମୃତଦେହ ମିଳିଥିଲା। ଜିଲ୍ଲାର ସାମଥାଙ୍ଗା ଅଞ୍ଚଳର ଏକ ଜଙ୍ଗଲରେ ଆହୁରି ଅନେକ ବଣୁଆ ଘୁଷୁରୀଙ୍କ ଶବ ମିଳିଥିଲା। 

African Swine Fever: ଚାଲିଗଲାଣି ୯ ହଜାର ବଣୁଆ ଘୁଷୁରୀଙ୍କ ଜୀବନ

Wild Boars died by ASF: ଦେଶର ପୂର୍ବୋତ୍ତର ରାଜ୍ୟ ମିଜୋରାମରେ ବଣୁଆ ଘୁଷୁରୀ ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହାର କାରଣ ହେଉଛି ବଣୁଆ ଘୁଷୁରୀଙ୍କ ଠାରେ ବ୍ୟାପିଥିବା ଆଫ୍ରିକୀୟ ଘୁଷୁରି ଜ୍ୱର ନାମକ ଏକ ବିପଜ୍ଜନକ ରୋଗ ବୋଲି କୁହାଯାଉଛି। ପଶୁଙ୍କ ଦେହରେ ବ୍ୟାପିଥିବା ଏହି ରୋଗ ଦିନକୁ ଦିନ ବଢିବାରେ ଲାଗିଛି। ଘୁଷୁରୀଙ୍କୁ ଏହି ରୋଗ କବଳରୁ ବଞ୍ଚାଇବାର ଏକମାତ୍ର ଉପାୟ ହେଉଛି ଟୀକାକରଣ। 

ମିଜୋରାମ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଲାଲମିଙ୍ଗଥାଙ୍ଗା କହିଛନ୍ତି ଯେ ଏହି ରୋଗକୁ ରୋକିବା ଲାଗି ଭିଏତନାମରୁ ଟିକା ଆମଦାନି କରିବାକୁ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ କହିଛନ୍ତି ଯେ ବର୍ତ୍ତମାନ ଏହି ମହାମାରୀକୁ ରୋକିବାର ଏକମାତ୍ର ଉପାୟ ହେଉଛି ଟିକାକରଣ। ଭିଏତନାମରେ ଏହି ଟିକା ଉପଲବ୍ଧ। ହେଲେ ଏହାକୁ ଆମଦାନୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ। ଭିଏତନାମରୁ ଟିକା ଆମଦାନୀ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ସପ୍ତାହରୁ ରାଜ୍ୟ ସରକାର କେନ୍ଦ୍ରକୁ ଏକ ଚିଠି ଲେଖି ଜଙ୍ଗଲୀ ଘୁଷୁରୀଙ୍କ (Wild Boar) ଦେହରେ ଆଫ୍ରିକୀୟ ଘୁଷୁରି ଜ୍ୱର (African Swine Fever) ରୋଗ ଚିହ୍ନଟ ହେବା ବାବଦରେ ଜଣାଇଛନ୍ତି।

Also Read: ପ୍ରକୃତିର କୋପ; ବଜ୍ରାଘାତରେ ୨୫୦ ମେଣ୍ଢା ମୃତ

ଗତ ଗୁରୁବାର ମିଜୋରାମ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ବିଭାଗ (Mizoram Animal Husbandry and Veterinary Department) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଫେବୃଆରୀରୁ ମହାମାରୀ ହେତୁ ମୋଟ ୯୮୯୧ ଘୁଷୁରୀଙ୍କର ମୃତ୍ୟୁ ହୋଇଛି। ଡ.ଲାଲମିଙ୍ଗଥାଙ୍ଗା କହିଛନ୍ତି ଯେ ରାଜ୍ୟର ଚମ୍ପାଇ ଜିଲ୍ଲାର (Champhai District) ଦୁଇଟି ଜଙ୍ଗଲ ଅଞ୍ଚଳରେ ମିଳିଥିବା ବଣୁଆ ଘୁଷୁରୀର ଶବରୁ କିଛି ନମୁନା ନିଆଯାଇଛି। ଘୁଷୁରୀ ଶବରୁ ନିଆଯାଇଥିବା ନମୁନାକୁ ଭୋପାଳସ୍ଥିତ ଉଚ୍ଚ ସୁରକ୍ଷା ପଶୁ ରୋଗ ସଂସ୍ଥାନକୁ (Bhopal National High Security Veterinary Institute) ପଠାଯାଇଥିଲା। ଯାହାକୁ ପରାକ୍ଷାଗାରରେ ପରୀକ୍ଷା କରିବା ବେଳେ ଜାଣିବାକୁ ମିଳିଲା ଯେ ଜଙ୍ଗଲୀ ଘୁଷୁରୀ ଆଫ୍ରିକୀୟ ଘୁଷୁରି ଜ୍ୱର କାରଣରୁ ପ୍ରାଣ ହରାଉଛନ୍ତି। ଗତ ଜୁଲାଇ ୧୯ ତାରିଖରେ ଚମ୍ପାଇ ଜିଲ୍ଲାର ଲିସେଞ୍ଜୋ ଗ୍ରାମ ଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲରେ ଦୁଇଟି ମାଇ ବଣୁଆ ଘୁଷୁରୀ ଏବଂ ଗୋଟିଏ ଘୁଷୁରୀର ମୃତଦେହ ମିଳିଥିଲା। ଜିଲ୍ଲାର ସାମଥାଙ୍ଗା ଅଞ୍ଚଳର ଏକ ଜଙ୍ଗଲରେ ଆହୁରି ଅନେକ ବଣୁଆ ଘୁଷୁରୀଙ୍କ ଶବ ମିଳିଥିଲା। ଏହାପୂର୍ବରୁ ଉତ୍ତର ପୂର୍ବ ରାଜ୍ୟର ଚାଷ ଜମି ଏବଂ ଘରେ ଆଫ୍ରିକୀୟ ଘୁଷୁରି ଜ୍ୱର ହୋଇଥିବାର ରିପୋର୍ଟ ମିଳିଥିଲା।