Modi Government: ଆଧାର କାର୍ଡ଼କୁ ନେଇ ଆସିଲା ବଡ଼ ଅପଡେଟ
Advertisement
Article Detail0/zeeodisha/odisha1392042

Modi Government: ଆଧାର କାର୍ଡ଼କୁ ନେଇ ଆସିଲା ବଡ଼ ଅପଡେଟ

Aadhaar Card Update: ଗତ ୧୦ ବର୍ଷରେ ଆଧାର ନମ୍ବର ଜଣେ ବ୍ୟକ୍ତିଙ୍କ ପରିଚୟ ପ୍ରମାଣ ପତ୍ର ଭାବେ ଉଭା ହୋଇଛି। ବିଭିନ୍ନ ସରକାରୀ ଯୋଜନା ଏବଂ ସେବାର ଲାଭ ପାଇବା ପାଇଁ ଆଧାର ନମ୍ବର ବ୍ୟବହାର କରାଯାଉଛି।

Modi Government: ଆଧାର କାର୍ଡ଼କୁ ନେଇ ଆସିଲା ବଡ଼ ଅପଡେଟ

Aadhar Card: ଆଧାର କାର୍ଡ ବାବଦରେ ଆସିଛି ଏକ ବଡ଼ ଖବର। ବର୍ତ୍ତମାନ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ଆଧାର କାର୍ଡ ଅପଡେଟ କରିବା ପାଇଁ ଦେଶବାସୀଙ୍କୁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଦେଉଛନ୍ତି କେନ୍ଦ୍ର ସରକାର। ଆଧାର କାର୍ଡକୁ ଅପଡେଟ କରିବାବେଳେ, ଗତ ୧୦ ବର୍ଷ ମଧ୍ୟରେ ଆସିଥିବା ପରିବର୍ତ୍ତନକୁ ଆଧାରରେ ଅପଡେଟ୍ ହୋଇପାରିବ। ଗତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଭାରତ ସରକାର ମୋଟ ୧୨୮.୯୯ କୋଟି ନାଗରିକଙ୍କୁ ଆଧାର ନମ୍ବର ଜାରି କରିଛନ୍ତି। 

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅନୁଯାୟୀ, ଏପରି ବ୍ୟକ୍ତି ଯେଉଁମାନେ ୧୦ ବର୍ଷ ପୂର୍ବେ ନିଜର ଆଧାରକାର୍ଡ (Aadhaar Card) ପାଇଥିଲେ ଏବଂ ଏହା ପରେ କେବେ ସେମାନେ ନିଜର କାର୍ଡ ଅପଡେଟ କରିନାହାଁନ୍ତି ଏପରି ଆଧାର ନମ୍ବର ଧାରକଙ୍କୁ ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ଅନୁରୋଧ କରାଯାଇଛି।

ଗତ ୧୦ ବର୍ଷରେ ଆଧାର ନମ୍ବର (Aadhaar Number) ଜଣେ ବ୍ୟକ୍ତିଙ୍କ ପରିଚୟ ପ୍ରମାଣ ପତ୍ର (Identity Card) ଭାବେ ଉଭା ହୋଇଛି। ବିଭିନ୍ନ ସରକାରୀ ଯୋଜନା ଏବଂ ସେବାର ଲାଭ ପାଇବା ପାଇଁ ଆଧାର ନମ୍ବର ବ୍ୟବହାର କରାଯାଉଛି। ମନ୍ତ୍ରଣାଳୟ ବିଶ୍ୱାସ କରେ ଯେ ସରକାରୀ ଯୋଜନା କିମ୍ବା ସେବା ପାଇବାକୁ ହେଲେ ସାଧାରଣ ଲୋକଙ୍କୁ ଆଧାର ତଥ୍ୟକୁ ସର୍ବଶେଷ ବ୍ୟକ୍ତିଗତ ବିବରଣୀ ସହିତ ଅପଡେଟ କରିବାକୁ ପଡିବ। ଯାହା ଦ୍ୱାରା ଆଧାରରେ ଆଧାର ପ୍ରାମାଣିକିକରଣ କିମ୍ବା ଯାଞ୍ଚରେ କୌଣସି ଅସୁବିଧା ହେବ ନାହିଁ।

ଆଧର କାର୍ଡ ଅପଡ଼େଟ (Aadhaar Card Update) କିପରି କରାଯିବ ତାହା ଜଣାଇଛି ଭାରତର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (Unique Identification Authority of India) ୟୁଆଇଡିଏଆଇ (UIDAI)। ନିର୍ଦ୍ଦିଷ୍ଟ ଫି ସହିତ ଆଧାର ନମ୍ବର ଧାରକଙ୍କୁ ଡକ୍ୟୁମେଣ୍ଟ ଅପଡେଟ୍ ସୁବିଧା ପ୍ରଦାନ କରିଛି ୟୁଆଇଡିଏଆଇ। ଏହା ମାଧ୍ୟମରେ ଆଧାର ନମ୍ବର ଧାରକ ବ୍ୟକ୍ତିଗତ ପରିଚୟ ପ୍ରମାଣ ଏବଂ ସେମାନଙ୍କ ଠିକଣା ସହ ଜଡ଼ିତ ଦସ୍ତାବିଜକୁ ଅପଡେଟ୍ କରିପାରିବେ। ଏହି ସୁବିଧା ମୋ ଆଧାର ଅନଲାଇନ ପୋର୍ଟାଲ (Mo Aadhar Online Portal) ମାଧ୍ୟମରେ ଉପଲବ୍ଧ ହେବ। କିମ୍ବା କୌଣସି ନିକଟସ୍ଥ ଯେକୌଣସି ନାମାଙ୍କନ କେନ୍ଦ୍ର ପରିଦର୍ଶନ କରିପାରିବେ।

ୟୁଆଇଡିଏଆଇ ହେଉଛି ଏକ ଆଇନଗତ ପ୍ରାଧିକରଣ। ଯାହା ଭାରତ ସରକାରଙ୍କ (Govt of India) ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (Ministry of Electronics and Information Technology) ଅଧୀନରେ ରହିଛି। ଏହାର ସ୍ଥାପନା ଦେଶର ସମସ୍ତ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ପ୍ରଦାନ କରିବା ଉଦ୍ଦେଶ୍ୟରେ  ହୋଇଥିଲା। ଯାହା ଦ୍ୱାରା ୟୁଆଇଡିଏଆଇ ଦ୍ୱୈତ ଏବଂ ନକଲି ପରିଚୟ ଯାଞ୍ଚ କରାଯାଇ ପାରିବ। ଏହା ସହିତ କୌଣସି ଲୋକର ବୈଧ ପରିଚୟକୁ ପ୍ରାମାଣିତ କରା ଯାଇପାରିବ।

ଏକ ଆଇନଗତ ପ୍ରାଧିକରଣ ଭାବରେ ଏହାର ପ୍ରତିଷ୍ଠା ପୂର୍ବରୁ, ୟୁଆଇଡିଏଆଇ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ନୀତି ଆୟୋଗ ସଂଲଗ୍ନ କାର୍ଯ୍ୟାଳୟ ଭାବରେ କାର୍ଯ୍ୟ କରୁଥିଲା।  ଏହି ବିଜ୍ଞପ୍ତି ୨୦୦୯ ଜାନୁଆରୀ ୨୮ ତାରିଖରେ ଜାରି ହୋଇଥିଲା। ପ୍ରଥମେ ୟୁଆଇଡିଏଆଇ ନମ୍ବର ୨୦୧୦, ୨୯ ସେପ୍ଟେମ୍ବରରେ ମହାରାଷ୍ଟ୍ର ନନ୍ଦୁରବାର ଜିଲ୍ଲା ବାସିନ୍ଦାଙ୍କୁ ପ୍ରଦାନ କରା ଯାଇଥିଲା। ହେଲେ ୨୦୧୫, ୧୨ ସେପ୍ଟେମ୍ବରରେ ମୋଦି ସରକାର  କାର୍ଯ୍ୟ ବଣ୍ଟନ ନିୟମରେ ସଂଶୋଧନ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ (DeitY) ସହିତ ଭାରତର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣକୁ ମିଶ୍ରଣ କରିଥିଲେ।