Indian Navy New ensign: ନୌସେନାର ପତାକାରେ ପରିବର୍ତ୍ତନ କରିବେ ମୋଦି, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1328978

Indian Navy New ensign: ନୌସେନାର ପତାକାରେ ପରିବର୍ତ୍ତନ କରିବେ ମୋଦି, ଜାଣନ୍ତୁ କାରଣ

୧୯୩୪ ମସିହା  ଅକ୍ଟୋବର ୨ ତାରିଖରେ ନୌସେନାର ନାଁ ନାଭାଲ୍ ସର୍ଭିସର ନାମରେ ନାମିତ ହୋଇଥିଲା। ସେବେଠାରୁ ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଏହି ନୌସେନାର ନାଁ ହିଁ ରହିଥିଲା। ଯେତେବେଳେ ବିଭାଜନ ପରେ ଭାରତ, ପାକିସ୍ତାନ ସେନ୍ୟବାହିନୀ ଗଠନ ହେଲା, ସେତେବେଳେ ନୌସେନାକୁ ରୟାଲ ଇଣ୍ଡିଆନ ନୌସେନା ଏବଂ ରୟାଲ ପାକିସ୍ଥାନ ନୌସେନା ଭାବରେ ବିଭକ୍ତ କରାଯାଇଥିଲା।

Indian Navy New ensign: ନୌସେନାର ପତାକାରେ ପରିବର୍ତ୍ତନ କରିବେ ମୋଦି, ଜାଣନ୍ତୁ କାରଣ

Indian Navy New ensign:  ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨ରେ ଇତିହାସ ରଚିବ ଭାରତୀୟ ନୌସେନା । ଦୁଇ ଦୁଇଟି ନୂତନ ଇତିହାସ ସୃଷ୍ଟି କରିବ ଭାରତୀୟ ନୌସେନା। ଏହି ଦୁଇଟି ମଧ୍ୟରୁ ସର୍ବପ୍ରଥମେ ସେ ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ INS Vikrant ପାଇବାକୁ ଯାଉଛନ୍ତି। ଦ୍ୱିତୀୟରେ ନୌସେନା ନୂତନ ଧ୍ୱଜା ପାଇବାକୁ ଯାଉଛି। ଯାହା ଦାସତ୍ୱ ମାନସିକତାର ପ୍ରତୀକରୁ ମୁକ୍ତି ପାଇବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ନୂତନ ସଙ୍କେତ ପ୍ରକାଶ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରୁ ଏହି ନୂଆ ମାର୍କ କ’ଣ ହେବ ତାହାର ସୂଚକ ସ୍ପଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଔପନିବେଶକ ଅତୀତରୁ ଢେର ଦୂରରେ, ସମୃଦ୍ଧ ଭାରତୀୟ ସମୁଦ୍ରୀ ଯୁଗର ଅନୁରୂପ ହେବ। 

ସୂଚନାଯୋଗ୍ୟ ଯେକୌଣସି ଦେଶର ନୌସେନାରେ ଏକ ନିର୍ଦ୍ଦିଷ୍ଟ ପତାକା ରହିଛି। ନୌସେନାର ଯୁଦ୍ଧ ଜାହାଜ, ଗ୍ରାଉଣ୍ଡ ଷ୍ଟେସନ ଏବଂ ଏହାର ବିମାନବନ୍ଦର ସମେତ ସମସ୍ତ ନୌସେନା ସ୍ଥାପନ ଉପରେ ଏହା ଉଡ଼ାଯାଇଥାଏ। ଏହାକୁ ନୌସେନାର ପ୍ରତୀକ ବା ପତାକା କୁହାଯାଏ। ଭାରତୀୟ ନୌସେନାର ମଧ୍ୟ ନିଜର ଚିହ୍ନ କିମ୍ବା ପତାକା ରହିଛି। ଯେଉଁଥିରେ ଧଳା ରଙ୍ଗର ମୂଳ ଉପରେ ଏକ ଲାଲ କ୍ରସ୍ ତିଆରି କରାଯାଏ। ଯାହା ସେଣ୍ଟ ଜର୍ଜଙ୍କ ପ୍ରତୀକ। ପତାକାର ଉପର କୋଣରେ ଏକ ତ୍ରିରଙ୍ଗା ରହିଛି। ଆହୁରି ମଧ୍ୟ ଏହି କ୍ରସ ମଧ୍ୟ ଭାଗରେ ଏକ ଅଶୋକ ଚିହ୍ନ ରହିଛି। ବର୍ତ୍ତମାନ ଏହି ପତାକାରେ ପରିବର୍ତ୍ତନ କରାଯାଇଛି। 

ନୂଆ ପତାକାର ରୂପରେଖ
ଯଦି ଆମେ ଭାରତୀୟ ନୌସେନାର ଇତିହାସକୁ ଦେଖିବା, ତେବେ ୧୯୩୪ ମସିହା  ଅକ୍ଟୋବର ୨ ତାରିଖରେ ନୌସେନାର ନାଁ ନାଭାଲ୍ ସର୍ଭିସର ନାମରେ ନାମିତ ହୋଇଥିଲା। ସେବେଠାରୁ ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଏହି ନୌସେନାର ନାଁ ହିଁ ରହିଥିଲା। ଯେତେବେଳେ ବିଭାଜନ ପରେ ଭାରତ, ପାକିସ୍ତାନ ସେନ୍ୟବାହିନୀ ଗଠନ ହେଲା, ସେତେବେଳେ ନୌସେନାକୁ ରୟାଲ ଇଣ୍ଡିଆନ ନୌସେନା ଏବଂ ରୟାଲ ପାକିସ୍ଥାନ ନୌସେନା ଭାବରେ ବିଭକ୍ତ କରାଯାଇଥିଲା।

ଏହା ପରେ, ୧୯୫୦ରେ ଜାନୁଆରୀ ୨୬ ତାରିଖରେ ରୟାଲ ଶବ୍ଦକୁ ଭାରତୀୟ ନୌସେନାରୁ ହଟାଇ ଦିଆଯାଇଥିଲା। ଏହାର ନାମରେ ପରିବର୍ତ୍ତନ କରାଯାଇ ଭାରତୀୟ ନୌସେନା ରଖାଯାଇଥିଲା। ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ପତାକା ନୌସେନା ପତାକାର ଉପର କୋଣରେ ରହିଥିଲା। ଯାହା ବଦଳରେ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଥିଲା। ବର୍ତ୍ତମାନ ସୂଚନା ଗ୍ରହଣ ହେବା ପରେ ନୂତନ ପତାକାରେ ଥିବା କ୍ରସ୍ ସଙ୍କେତକୁ ହଟାଯାଇପାରିବ। ପତାକା ଭିତରେ ଥିବା କ୍ରସ୍ ହେଉଛି ସେଣ୍ଟ ଜର୍ଜଙ୍କର ପ୍ରତୀକ।

ପୂର୍ବରୁ ମଧ୍ୟ ପତାକାରେ ହୋଇଛି ପରିବର୍ତ୍ତନ
2001 ମସିହାରେ ଅଟଳ ବିହାରୀ ବାଜପାୟୀ ସରକାର ସମୟରେ ନୌସେନାର ପତାକା ପରିବର୍ତ୍ତନ କରାଯାଇଥିଲା। ଯେଉଁଥିରେ ନୌସେନାର ଧଳା ପତାକା ମଝିରେ ଜର୍ଜ କ୍ରସ୍ ହଟାଇ ଦିଆଯାଇଥିଲା। ପତାକାର ଉପର ବାମ ପଟ ସ୍ଥାନରେ ତ୍ରିରଙ୍ଗାକୁ ଅକ୍ଷୁର୍ଣ୍ଣ ରଖାଗଲା। ତେବେ ଏହି ପରିବର୍ତ୍ତନ ନିଷ୍ପତ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବି ରହିଥିଲା। ଏହି ପରିବର୍ତ୍ତନ ସମ୍ପର୍କୀତ ପ୍ରସ୍ତାବ ଭାଇସ ଆଡମିରାଲ ଭିଆଇସି ବାରବୋଜାଙ୍କ ପକ୍ଷରୁ ଆସିଥିଲା।  

ଅଧିକ ପଢନ୍ତୁ: Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ: ଦଳ ବିରୋଧରେ ମତ ଦେଲେ ମନ

ଅଧିକ ପଢନ୍ତୁ: ଗର୍ଭବତୀ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଇସ୍ତଫା ଦେଲେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ