Maharashtra Politics: ଆଫଜାଲ ଖାନ କବର ଚାରିପାଖରେ ଚାଲିଲା ବୁଲଡୋଜର, ଉତ୍ସବ ମନାଇଲା ବିଜେପି, ଟାର୍ଗେଟରେ ଉଦ୍ଧବ ଠାକରେ
Advertisement
Article Detail0/zeeodisha/odisha1441491

Maharashtra Politics: ଆଫଜାଲ ଖାନ କବର ଚାରିପାଖରେ ଚାଲିଲା ବୁଲଡୋଜର, ଉତ୍ସବ ମନାଇଲା ବିଜେପି, ଟାର୍ଗେଟରେ ଉଦ୍ଧବ ଠାକରେ

ମହାରାଷ୍ଟ୍ର ସତାରା ଜିଲ୍ଲାରେ ପ୍ରତାପଗଡ ଦୁର୍ଗ ନିକଟରେ ରହିଥିବା ଆଫଜଲ ଖାନ କବର ଚାରିପାଖରେ ହୋଇଥିବା ବେଆଇନ ନିର୍ମାଣକୁ ଧ୍ୱଂସ କରାଯାଇଛି। ହେଲେ ଏହି ପ୍ରସଙ୍ଗକୁ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ସତାରା ଜିଲ୍ଲା ପ୍ରଶାସନ ବୁଲଡୋଜର ବ୍ୟବହାର କରି ପ୍ରତାପଗଡ ଦୁର୍ଗ ପରିସରରେ ଥିବା ଆଫଜଲ ଖାନକବର ଚାରିପାଖରେ ହୋଇଥିବା ବେଆଇନ ଅତିକ୍

Maharashtra Politics: ଆଫଜାଲ ଖାନ କବର ଚାରିପାଖରେ ଚାଲିଲା ବୁଲଡୋଜର, ଉତ୍ସବ ମନାଇଲା ବିଜେପି, ଟାର୍ଗେଟରେ ଉଦ୍ଧବ ଠାକରେ

Afzal Khan Tomb: ମହାରାଷ୍ଟ୍ର ସତାରା ଜିଲ୍ଲାରେ ପ୍ରତାପଗଡ ଦୁର୍ଗ ନିକଟରେ ରହିଥିବା ଆଫଜଲ ଖାନ କବର ଚାରିପାଖରେ ହୋଇଥିବା ବେଆଇନ ନିର୍ମାଣକୁ ଧ୍ୱଂସ କରାଯାଇଛି। ହେଲେ ଏହି ପ୍ରସଙ୍ଗକୁ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ସତାରା ଜିଲ୍ଲା ପ୍ରଶାସନ ବୁଲଡୋଜର ବ୍ୟବହାର କରି ପ୍ରତାପଗଡ ଦୁର୍ଗ ପରିସରରେ ଥିବା ଆଫଜଲ ଖାନକବର ଚାରିପାଖରେ ହୋଇଥିବା ବେଆଇନ ଅତିକ୍ରମଣକୁ ଉଚ୍ଛେଦ କରିଛି। ଏହାକୁ ନେଇ ପ୍ରାୟ ଦୁଇ ଦଶନ୍ଧି ଧରି ଏକ ବିବାଦ ଚାଲିଥିଲା। ହେଲେ ବର୍ତ୍ତମାନ ବେଆଇନ ନିର୍ମାଣ ଭଙ୍ଗାଯିବା ପରେ ମଧ୍ୟ ଏହି ବିବାଦ ବନ୍ଦ ହେବା ଭଳି ମନେ ହେଉନାହିଁ।
 
ପ୍ରଶାସନ ବେଆଇନ ନିର୍ମାଣ ଉଚ୍ଛେଦ କରାଯିବା ପରେ ବିଜେପି ଉତ୍ସବ ପାଳନ କରିଛି। ଏହି ବିବାଦର ଗମ୍ଭୀରତାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ପ୍ରସ୍ତୁତି କରାଯାଇଥିଲା। ଏହି ଉଚ୍ଛେଦ ବେଳେ ଯେପରି କୌଣସି ଅଘଟଣ ନ ସୃଷ୍ଟି ହୁଏ ତାହାକୁ ନଜରରେ ଘଟଣୀାସ୍ଥଳରେ ୧୪୪ ଧାରା ଜାରି କରାଯାଇଥିଲା। ରାଜ୍ୟର ଚାରୋଟି ଜିଲ୍ଲାରୁ ପ୍ରାୟ ୧୫ ଶହରୁ ଅଧିକ ପୋଲିସ କର୍ମଚାରୀଙ୍କୁ ପ୍ରତାପଗଡ ଦୁର୍ଗରେ ନିୟୋଜିତ କରାଯାଇଥିଲା। ଗତ ଶୁକ୍ରବାର ସକାଳ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ଜିଲ୍ଲାପାଳ, ଏସପି, ତହସିଲଦାରଙ୍କ ନେତୃତ୍ୱରେ ଏହି ବେଆଇ ଉଚ୍ଛେଦ ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା। 

Also Read: Maharashtra: ଆତଙ୍କବାଦୀ ୟାକୁବ ମେନନ ସମାଧିକୁ ନେଇ ସରଗରମ ରାଜନୀତି, ତଦନ୍ତ ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

ଗତ ୨୦୧୭ ବର୍ଷରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ରାଜ୍ୟରେ ରହିଥିବା ବେଆଇନ ନିର୍ମାଣ ଭାଙ୍ଗିବାକୁ ଅଲ୍ଟିମେଟମ୍ ଦେଇଥିଲେ। ଏହି ଅନଧିକୃତ ନିର୍ମାଣ ପ୍ରାୟ ୧୫-୨୦ ଗୁଣ୍ଠ ଜମିରେ ବିସ୍ତାର ହୋଇଥିଲା। ଏହି ଜମିର କିଛି ଅଂଶ ଜଙ୍ଗଲ ବିଭାଗର ହୋଇଥିବାବେଳେ କିଛି ଅଂଶ ରାଜସ୍ୱ ବିଭାଗର ବୋଲି ଜଣାପଡ଼ିଛି। ଗତ ୨୦୦୬ ବର୍ଷରେ ସ୍ଥାନୀୟ ଲୋକେ ଏହି ବେଆଇନ ନିର୍ମାଣ ବାବଦରେ ସମ୍ପକ୍ତ ବିଭାଗରେ ଅଭିଯୋଗ କରିଥିଲେ। ଯେତେବେଳେ ବିଭାଗ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା, ସେତେବେଳେ ମାମଲା  ଅଦାଲତକୁ ଯାଇଥିଲା।

ବମ୍ବେ ହାଇକୋର୍ଟ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ୨୦୦୮, ୧୫ ଅକ୍ଟୋବର ଏବଂ ୨୦୦୯, ୧୧ ନଭେମ୍ବରରେ ବେଆଇନ ନିର୍ମାଣ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟ ଦେଇ ରାୟକୁ ସମର୍ଥନ କରିଥିଲେ। ଏହା ପରେ ୨୦୧୭ ବର୍ଷରେ ବେଆଇନ ନିର୍ମାଣ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସର୍ବପ୍ରଥମେ ୨୦୦୦ ମସିହାରେ ଆଫଜଲ ଖାନ କବରକୁ ନେଇ ଚାଲିଥିବା ବିବାଦ ସାମ୍ନାକୁ ଆସିଥିଲା। ସେତେବେଳେ କିଛି ମୁସଲମାନ ଏହି କବର ଉପରେ ଦାବି ଉପସ୍ଥାପନ କରି ସେଠାରେ ଏକ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବିଗତ ୨୦-୨୨ ବର୍ଷ ମଧ୍ୟରେ ଧୀରେ ଧୀରେ  ଏହି ସମାଧି ଅର୍ଥାତ ଉପରେ ଏକ ସ୍ଥାୟୀ ନିର୍ମାଣ କରାଯାଇଥିଲା। ଆଫଜାଲ ଖାନଙ୍କ କବର ଛାତ ପତଳା ଆଜବେଷ୍ଟସ ସିଟ ବ୍ୟବହାର କରି ତିଆରି ହୋଇଥିବା ବିଶ୍ୱାସ କରାଯାଏ। ଏହା ଭିତରେ ମୌଲାନା ପାଇଁ ସ୍ୱତନ୍ତ୍ର କୋଠରୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ବିଜାପୁର ସାମ୍ରାଜ୍ୟର ଅତ୍ୟାଚାରୀ ଶାସକ ତଥା ଛତ୍ରପତି ଶିବାଜୀ ମହାରାଜଙ୍କ କଟ୍ଟର ବିରୋଧୀ ଅଫଜାଲ ଖାନ ଦୁର୍ଗର ଗୌରବାନ୍ୱିତ କରିବା ଆରମ୍ଭ କରି ଦିଆଯାଇଥିଲା। 

ଦୁଇ ଦଶନ୍ଧି ପୂର୍ବରୁ ଆଫଜାଲ ଖାନ କବର ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା। କେହି ଏହା ପ୍ରତି ଧ୍ୟାନ ଦେଇନଥିଲେ। ପ୍ରତାପଗଡ ଦୁର୍ଗର ପ୍ରବେଶ ଦ୍ୱାରରୁ ଭିତରକୁ ଯିବାବେଳେ କିଛି ପାହାଚ ଚଢିବା ପରେ ଅଫଜଲ ଖାନ କବର ଡାହାଣ ପାର୍ଶ୍ୱରେ ଦେଖିବାକୁ ମିଳିଥିଲା। ଅଭିଯୋଗ ହୋଇଛି ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତାପଗଡ଼ ଦୁର୍ଗରେ ମୁସଲମାନ ମୌରବୀ ବର୍ତ୍ତମାନ ଅଫଜାଲ ଖାନର ଗୁଣବାନ କରିବାରେ ଲାଗିଥିଲେ। ଏହା ଉପରେ ପ୍ରତିକ୍ରିୟା ହିନ୍ଦୁବାଦୀ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଶିବ ପ୍ରତାପ ଦିବସ ଅବସରରେ ଅଫଜଲ ଖାନଙ୍କ କବର ନିକଟରେ ଅନଧିକୃତ ନିର୍ମାଣ କାର୍ଯ୍ୟକୁ ଭାଙ୍ଗି ଦେଇଥିବାରୁ ମହାରାଷ୍ଟ୍ର ସରକାରଙ୍କୁ ଅଭିନନ୍ଦନ ଜଣାଉଛୁ।

ଏହାକୁ ନେଇ ସରଗରମ ହୋଇଉଠିଛି ମହରାଷ୍ଟ୍ର ରାଜନୀତି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାୱନ୍ତ କହିଛନ୍ତି ଯେ ବିଗତ ଅଢେଇ ବର୍ଷ ମଧ୍ୟରେ ଅଫଜାଲ ଖାନ କବର ନିକଟରେ ହୋଇଥିବା ବେଆଇନ ନିର୍ମାଣକୁ ପୂର୍ବ ସରକାର କାହିଁକି ଭାଙ୍ଗି ନାହାଁନ୍ତି? କେବଳ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହିଁ ଏହି କାମ କରିପାରିବେ। ଅନ୍ୟପଟେ ମହାରାଷ୍ଟ୍ର ବିଜେପି ବିଧାୟକ ନୀତୀଶ ରାଣେ କହିଛନ୍ତି ଯେ ଆମର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ଏପରି କାର୍ଯ୍ୟ କରିଛନ୍ତି ଯାହା କାହା ଦ୍ୱାରା କରାଯାଇ ନାହିଁ। ଅନ୍ୟପକ୍ଷରେ ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ଆନନ୍ଦ ଦୁବେ କହିଛନ୍ତି ଯେ ଏଥିପାଇଁ କୌଣସି ଦଳ ଶ୍ରେୟ ନେବାକୁ ଚେଷ୍ଟା କରିବା ଉଚିତ ନୁହେଁ।