Rare Disease: ବିରଳ ରୋଗ ପାଇଁ ‘ମେଡ୍‍ ଇନ୍‍ ଇଣ୍ଡିଆ’ ଔଷଧ, ଅଢ଼େଇ କୋଟି ଯାଗାରେ ଖର୍ଚ୍ଚ ହେବ ଅଢ଼େଇ ଲକ୍ଷ
Advertisement

Rare Disease: ବିରଳ ରୋଗ ପାଇଁ ‘ମେଡ୍‍ ଇନ୍‍ ଇଣ୍ଡିଆ’ ଔଷଧ, ଅଢ଼େଇ କୋଟି ଯାଗାରେ ଖର୍ଚ୍ଚ ହେବ ଅଢ଼େଇ ଲକ୍ଷ

Rare Disease Medicine: ଆସନ୍ତା ବର୍ଷ ‘ମେଡ୍‍ ଇନ୍‍ ଇଣ୍ଡିଆ’ (Made in India) ଡ୍ରଗ୍‍ ନାଁରେ ବଜାରକୁ ଆସିବ ଏସବୁ ଔଷଧ। ଏହାଦ୍ୱାରା ସମ୍ପୃକ୍ତ ରୋଗର ଚିକିତ୍ସା ବାବଦ ଖର୍ଚ୍ଚ ୧୦୦ ଭାଗ ହ୍ରାସ ପାଇବା ନେଇ ସମ୍ଭାବନା ରହିଛି। ଗତ ବର୍ଷ ଜୁଲାଇ ମାସରେ ଆରମ୍ଭ ହୋଇଥିବା ଏହି ପ୍ରଚେଷ୍ଟା ଏବେ ବାସ୍ତବ ରୂପ ନେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୌ(ସୋସିଆଲ ମିଡିଆ)

Rare Disease Medicine: ୧୩ ପ୍ରକାରର ବିରଳ ରୋଗ (Rare Disease) ଓ ରକ୍ତହୀନତା (Anemia) ପାଇଁ ଆଉ ରୋଗୀଙ୍କୁ ବିଦେଶୀ ଔଷଧ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏଣିକି ଭାରତରେ ପ୍ରସ୍ତୁତ ହେବ ଏସବୁ ଔଷଧ। ଆସନ୍ତା ବର୍ଷ ‘ମେଡ୍‍ ଇନ୍‍ ଇଣ୍ଡିଆ’ (Made in India) ଡ୍ରଗ୍‍ ନାଁରେ ବଜାରକୁ ଆସିବ ଏସବୁ ଔଷଧ। ଏହାଦ୍ୱାରା ସମ୍ପୃକ୍ତ ରୋଗର ଚିକିତ୍ସା ବାବଦ ଖର୍ଚ୍ଚ ୧୦୦ ଭାଗ ହ୍ରାସ ପାଇବା ନେଇ ସମ୍ଭାବନା ରହିଛି। ଗତ ବର୍ଷ ଜୁଲାଇ ମାସରେ ଆରମ୍ଭ ହୋଇଥିବା ଏହି ପ୍ରଚେଷ୍ଟା ଏବେ ବାସ୍ତବ ରୂପ ନେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବିରଳ ରୋଗ ହେଉଛି ଏପରି ରୋଗ ବା ବ୍ୟାଧି ଯାହା ସ୍ବଳ୍ପ ସଂଖ୍ୟକ ଲୋକଙ୍କୁ ପ୍ରଭାବିତ କରିଥାଏ। ଭାରତରେ ପ୍ରତିବର୍ଷ ୮ କୋଟିରୁ ୧୦ କୋଟି ଲୋକ ଏହିପରି ରୋଗରେ ପୀଡ଼ିତ ହୋଇଥାଆନ୍ତି। ଏମାନଙ୍କ ଭିତରୁ ୮୦ ପ୍ରତିଶତ ବଂଶଗତ ବୋଲି ମନ୍ତ୍ରଣାଳୟ କହିଛି। ଏମାନଙ୍କ ଚିକିତ୍ସା କରିବା ପାଇଁ ବିଦେଶରୁ ଔଷଧ ମଗାଇବାକୁ ପଡ଼ିଥାଏ। ବର୍ତ୍ତମାନ ଏପରି ରୋଗକୁ ଚିକିତ୍ସା କରିବା ପାଇଁ ୮ ପ୍ରକାର ଜେନେରିକ୍‍ ଔଷଧ ତିଆରି ହୋଇଛି, ସେଥିରୁ ୪ ପ୍ରକାର ଭାରତରେ ଉପଲବ୍ଧ ଥିବାବେଳେ ଆସନ୍ତା ବର୍ଷ ଆହୁରି ୪ ପ୍ରକାର ଜେନେରିକ୍‍ ଔଷଧ ଉପଲବ୍ଧ ହେବ। ଯେଉଁ ଔଷଧ ଉପଲବ୍ଧ ରହିଛି ସେଗୁଡ଼ିକ ଟାଇସିନେମିଆ, ଗଚର୍ସ ଡିଜିଜ୍‍, ଓ୍ୱିଲସନ୍ସ ଡିଜିଜ୍‍, ଡ୍ରାଭେଟ୍‍ ବା ଲିନକ୍ସ ଗଷ୍ଟଟ୍‍ ସିଣ୍ଡ୍ରୋମକୁ ଚିକିତ୍ସା ପାଇଁ କାର୍ଯ୍ୟରେ ଆସୁଛି ।

Also Read-Rajasthan Election 2023: ରାଜସ୍ଥାନରେ ମତଦାନ ଜାରି, ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ

ସୂଚନା ଅନୁସାରେ, ଟାଇରୋସିନେମିଆ ଟାଇପ୍‍-୧ ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ନିଟିସୋନ୍‍ ( କ୍ୟାପ୍‍ସୁଲ) ଅନ୍ୟ ଦେଶରୁ ୨ କୋଟି ୨୦ ଲକ୍ଷ ଟଙ୍କାରେ ବର୍ଷକ ପାଇଁ କିଣା ଯାଉଥିବାବେଳେ ଏହା ଭାରତୀୟ କମ୍ପାନୀଙ୍କଠାରୁ ୨ ଲକ୍ଷ ୫୦ ହଜାର ଟଙ୍କାରେ ମିଳିପାରିବ। ଭାରତରେ ଟାଇରୋସିନେମିଆ ଟାଇପ୍‍-୧ ଭଳି ବିରଳ ରୋଗ ୬୫ ଜଣଙ୍କ ପାଖରେ ଦେଖାଯାଏ। ସେହିପରି ଗଚର୍ସ ଡିଜିଜ୍‍ ୨୩୫ ଜଣଙ୍କ ପାଖରେ ଦେଖାଯାଇଥାଏ । ବିଭିନ୍ନ ଦେଶରେ ଏପରି ରୋଗର ଚିକିତ୍ସା ଲାଗି ଆଗରୁ ଉଦ୍ୟମ ଆରମ୍ଭ ହୋଇଛି। ଏହାର ସଫଳ ଉଦାହରଣ ମଧ୍ୟ ରହିଛି । ଏହି ପ୍ରକାର ସଫଳତାକୁ ଅନୁଧ୍ୟାନ ସହ ବ୍ୟାପକ ଗବେଷଣା ପରେ ଭାରତ ଏପରି ଉଦ୍ୟମ ଆରମ୍ଭ କରିଥିଲା, ଯାହା ଏବେ ସଫଳ ହେବାକୁ ଯାଉଛି ।