2000 Note Exchange Deadline: ୨୦୦୦ ଟଙ୍କିଆ ନୋଟର ଯୁଗ ଶେଷ
Advertisement
Article Detail0/zeeodisha/odisha1892726

2000 Note Exchange Deadline: ୨୦୦୦ ଟଙ୍କିଆ ନୋଟର ଯୁଗ ଶେଷ

2000 Note Exchange Last Date: ସେପ୍ଟେମ୍ବର ମାସ ଶେଷ ହେବା ପାଇଁ ଆଉ ମାତ୍ର ଦିନଟିଏ ରହିଲା । ଏହା ସହିତ ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଶେଷ ସମୟ ସୀମା ନିକଟତର ହେବାରେ ଲାଗିଲାଣି। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଧାର୍ଯ୍ୟ କରିଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

2000 Note Exchange Last Date: ସେପ୍ଟେମ୍ବର ମାସ ଶେଷ ହେବା ପାଇଁ ଆଉ ମାତ୍ର ଦିନଟିଏ ରହିଲା । ଏହା ସହିତ ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଶେଷ ସମୟ ସୀମା ନିକଟତର ହେବାରେ ଲାଗିଲାଣି। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଧାର୍ଯ୍ୟ କରିଛି। ଯଦି ଆଜି (୨୯ ସେପ୍ଟମ୍ବର) ଠାରୁ ସମୟ ସୀମାକୁ ଗଣା ଯାଏ, ତାହେଲେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଆଉ ଦିନଟିଏ ବାକି ରହିଛି। ଯଦି ଆପଣ ଏ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ( 2000 Notes Exchange) ନାହାଁନ୍ତି, ତାହେଲେ ଆପଣ ତୁରନ୍ତ ଆପଣଙ୍କର ନିକଟସ୍ଥ ବ୍ୟାଙ୍କ ଯାଇ ନୋଟ୍ ବଦଳାଇ ପାରିବେ। ଏବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଆପଣ କେଉଁ କଥାକୁ ଧ୍ୟାନରେ ରଖି ବ୍ୟାଙ୍କ ଠାରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ।

Also Read: Puri News: ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି, ଜାଣନ୍ତୁ ଏହାର ମାହାତ୍ମ୍ୟ

୨୦୦୦ ଟଙ୍କିଆ ନୋଟ ବଦଳବାଇବା ପାଇଁ କେଉଁ ଦସ୍ତାବିଜ ଆବଶ୍ୟକ?
ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ନିର୍ଦ୍ଦେଶ ଅନୁଯାୟୀ କୌଣସି ଦସ୍ତାବିଜ ବିନା ୨୦୦୦ ଟଙ୍କିଆ ନୋଟ ବଦଳା ଯାଇପାରିବ। ହେଲେ କିଛି ସରକାରୀ କ୍ଷେତ୍ର ବ୍ୟାଙ୍କ ପରିଚୟ ସମ୍ବନ୍ଧୀୟ ଦସ୍ତାବିଜ ଖୋଜିବା ଆରମ୍ଭ କରିଛନ୍ତି। ଆପଣ ଆପଣଙ୍କର ସରକାରୀ ପରିଚୟ ପତ୍ରକୁ (Official Identity Card) ଆପଣଙ୍କ ପାଖରେ ରଖନ୍ତୁ। ଯାହା ଫଳରେ ଆପଣଙ୍କୁ ୨୦୦୦ ଟଙ୍କିଆ ନୋଟ ବଦଳାଇବାରେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ। ଆରବିଆଇ ସମେତ ଦେଶର ସମସ୍ତ ବ୍ୟାଙ୍କ ଠାରେ ୨୦୦୦ ଟଙ୍କିଆ ନୋଟ୍ ବଦଳାବାର ସୁବିଧା ( 2000 Note Exchange Facility in India) ଉପଲବ୍ଧ ରହିଛି।

କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ?
୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କ ଯିବା ପୂର୍ବରୁ ଆପଣ ଥରେ ବ୍ୟାଙ୍କ ଛୁଟି ଦିନ (Bank Holidays September 2023) ତାଲିକା ଯାଞ୍ଚ କରିନେବା ଆବଶ୍ୟକ। ସେପ୍ଟମ୍ବର ୨୯ ତାରିଖ ଶୁକ୍ରବାର ଏବଂ ସେପ୍ଟମ୍ବର ୩୦ ତାରିଖ ଶନିବାର ବ୍ୟାଙ୍କ ନିୟମିତ ସମୟ ଅନୁଯାୟୀ ଖୋଲିବ। ଯାହାର ଅର୍ଥ ହେଉଛି ଆପଣ ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ବଦଳାଇ ପାରିବେ।   

ବିମୁଦ୍ରୀକରଣ ସମୟରେ ପ୍ରଚଳିତ ହୋଇଥିଲା ୨୦୦୦ ଟଙ୍କିଆ ନୋଟ :
୨୦୧୬ ନଭେମ୍ବର ମାସରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହେବା ଆରମ୍ଭ ହୋଇଥିଲା। ଏହା ସହିତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ପ୍ରଚଳନ ଦେଶରେ ବନ୍ଦ ହୋଇଯାଇଥିଲା। ଏପରିକି ୨୦୦୦ ଟଙ୍କିଆ ନୋଟ୍ ୩୦  ସେପ୍ଟେମ୍ବର ୨୦୨୩ ପରେ ଆଉ ବୈଧ ରହିବ ନାହିଁ। ଚଳିତ ମେ ମାସର ତୃତୀୟ ସପ୍ତାହରେ ଆରବିଆଇ ଏକ ବିଜ୍ଞପ୍ତି ଜାରି କରି ୨୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ଏନେଇ ସେପ୍ଟେମ୍ବର ୩୦ ତାରିଖ ଶନିବାର ଶେଷ ସମୟ ସୀମା ସ୍ଥିର କରାଯାଇଥିଲା। ଲୋକଙ୍କୁ ବ୍ୟାଙ୍କ ଯାଇ ନୋଟ୍ ବିନିମୟ କରିବାକୁ କୁହାଯାଇଥିଲା।