Alcohol Poisoning Treatment: ମଦ ପିଇବା ପରେ ବିଷାକ୍ତ କି ନୁହେଁ, ଜାଣନ୍ତୁ ଲକ୍ଷଣ ଓ ଚିକିତ୍ସା
Advertisement
Article Detail0/zeeodisha/odisha1489600

Alcohol Poisoning Treatment: ମଦ ପିଇବା ପରେ ବିଷାକ୍ତ କି ନୁହେଁ, ଜାଣନ୍ତୁ ଲକ୍ଷଣ ଓ ଚିକିତ୍ସା

Alcohol Poisoning Treatment News: ମଦ ପିଇବା ଦ୍ୱାରା ସୁଗାର ମାତ୍ରା ଅଚାନକ ବଢିବାର ମଧ୍ୟ ସମ୍ଭାବନା ରହିଥାଏ। ଅନ୍ୟପଟେ ଯଦି ମଦ ବିଷାକ୍ତ ହୁଏ ତେବେ ଏହି ମଦ ଆପଣଙ୍କ ପୁରା ଶରୀରେ ଏହା ପ୍ରଭାବ ପକାଇଥାଏ। ଯଦି ଜୀବନ ବଞ୍ଚିବି ଯାଏ ତେବେ ଆଖି, ଲିଭର ଓ କିଡନୀ ଉପରେ ଭୟଙ୍କର ରୂପରେ ପ୍ରଭାବ ପକାଇଥାଏ। 

Alcohol Poisoning Treatment: ମଦ ପିଇବା ପରେ ବିଷାକ୍ତ କି ନୁହେଁ, ଜାଣନ୍ତୁ ଲକ୍ଷଣ ଓ ଚିକିତ୍ସା

Alcohol Poisoning Treatment: ବିହାରର ସାରଣ ଜିଲ୍ଲାରେ ବିଷାକ୍ତ ମଦପାନ ଯୋଗୁଁ ଏବେ ସୁଦ୍ଧା ୬୦ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏହାକୁ ନେଇ ନୀତିଶ ସରକାର ମଧ୍ୟ ଚରମ ବାଣୀ ଶୁଣାଇଛନ୍ତି । ସରକାର କହିଛନ୍ତି ଯେ, ଯିଏ ମଦ ପିଇ ମୃତ୍ୟୁବରଣ କରିବ ତାଙ୍କୁ ସରକାରଙ୍କ ଠାରୁ ଗୋଟେ ପଇସା ମିଳିବ ନାହିଁ। ହେଲେ ଏଠି ପ୍ରଶ୍ନ ଉଠୁଛି ମୃତ୍ୟୁବରଣ କରିଥିବା ଲୋକଙ୍କୁ ଏକଥା ଜଣାନଥିଲା ଯେ, ସେ ପିଉଥିବା ମଦ ବିଷାକ୍ତ । ଯାହାଫଳରେ ଟିକିଏ ମଦ ପାଇଁ ତାଙ୍କ ଜୀବନ ଚାଲିଗଲା। ତେବେ ଜାଣିବା ଦରକାର ଯେ, ବିଷାକ୍ତ ମଦ ପିଇବା ଦ୍ୱାରା ଚିକିତ୍ସା ସମ୍ଭବ ନା ନୁହେଁ, ଆଉ ଯଦିଓ ସମ୍ଭବ ଚିକିତ୍ସା ପରେ ସେମାନଙ୍କ ଶରୀରରେ ଅନ୍ୟ କୌଣସି ସମସ୍ୟା ଦେଖାଦିଏ ନା ନାହିଁ ସେନେଇ ମଧ୍ୟ ଜାଣିବା ଜରୁରୀ। 

ତେବେ ଆଜି ଚାଲନ୍ତୁ ଜାଣିବା ଯଦି କୌଣସି ବ୍ୟକ୍ତି ବିଷାକ୍ତ ମଦ୍ୟପାନ କରନ୍ତି ତାଙ୍କ ଠାରେ କଣ ସବୁ ଲକ୍ଷଣ ଦେଖାଦିଏ। ଏହାସହ ଏହାର ପ୍ରାଥମିକ ଚିକିତ୍ସା (Primary Treatment) କେମିତି କରାଯାଇପାରିବ ସେ ନେଇ କିଛି ସୂଚନା ଆପଣ ଜାଣିବା ଜରୁରୀ।  ମଦ ବିଷାକ୍ତ ନହେଲେ ବି ଏହାକୁ ପିଇବା ଦ୍ୱାରା ଶରୀରରେ ନିଶ୍ୱାସ ପ୍ରଶ୍ୱାସ ଠାରୁ ଆରମ୍ଭ କରି ହାର୍ଟବିଟ୍ ଓ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ। ସେହିପରି ଯଦି ଆପଣ ବ୍ଲଡସୁଗାର ରୋଗୀ (Blood Sugar Patient) ତେବେ ମଦ ପିଇବା ଦ୍ୱାରା ସୁଗାର ମାତ୍ରା ଅଚାନକ ବଢିବାର ମଧ୍ୟ ସମ୍ଭାବନା ରହିଥାଏ। ଅନ୍ୟପଟେ ଯଦି ମଦ ବିଷାକ୍ତ ହୁଏ ତେବେ ଏହି ମଦ ଆପଣଙ୍କ ପୁରା ଶରୀରେ ଏହା ପ୍ରଭାବ ପକାଇଥାଏ। ଯଦି ଜୀବନ ବଞ୍ଚିବି ଯାଏ ତେବେ ଆଖି, ଲିଭର ଓ କିଡନୀ ଉପରେ ଭୟଙ୍କର ରୂପରେ ପ୍ରଭାବ ପକାଇଥାଏ। 

Also Read: Bihar Liquor : ୨୪ ଘଣ୍ଟାରେ ୩୦ ଶବର ବ୍ୟବଚ୍ଛେଦ, ଭାଙ୍ଗିଗଲା ପଥର ହୃଦୟ

ବିଷାକ୍ତ ମଦ Poison Liquor)  ଶରୀରରେ ଖେଳେଇଯିବା ପରେ ଏହି ସବୁ ଲକ୍ଷଣ ପ୍ରଥମେ ଦେଖାଦେଇଥାଏ। ବିଷାକ୍ତ ମଦ ପିଇବାର କିଛି ସମୟ ପରେ ଧିରେ ଧିରେ ନିଶ୍ୱାସ ପ୍ରଶ୍ୱାସ ଧୀର ପଡ଼ିଯାଏ। ବିଚଳିତ ଲାଗିବା ସହ ସାଥୀରେ ବାନ୍ତି ହେବା ଆରମ୍ଭ ହୋଇଯାଏ। ପରେ ଶରୀରର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯାଏ। ଶରୀରର ରଙ୍ଗ ନୀଳ ଓ ହଳଦିଆ ପଡ଼ିଯିବା ସହ ଶରୀରର ତାପମାତ୍ରା ହ୍ରାସ ପାଇଥାଏ। ପରେ ବିଷାକ୍ତ ମଦ ପିଇଥିବା ବ୍ୟକ୍ତି ଜଣଙ୍କ ଅଚେତ ଅବସ୍ଥାକୁ ଚାଲିଯାଆନ୍ତି ।

Also Read: Karnataka: ଶିକ୍ଷକଙ୍କୁ ନିର୍ଘାତ ପିଟିଲେ ଛାତ୍ରୀ, ଜାଣନ୍ତୁ କାରଣ

କଣ ଚିକିତ୍ସା କରିବା ଦରକାର:-

  • ବିଷାକ୍ତ ମଦ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ପ୍ରଚୁର ମାତ୍ରାରେ ପାଣି ପିଆନ୍ତୁ । ଯାହାଦ୍ୱାରା ବିଷାକ୍ତ ମଦ ପରିସ୍ରା କିମ୍ବା ବାନ୍ତି ଦ୍ୱାରା ଯେମିତି ଶରୀରରୁ ବାହାରିଯାଇପାରିବ। ପାଣି ପିଇବା ହେଉଛି ସବୁଠାରୁ ପ୍ରାଥମିକ ଚିକିତ୍ସା।
  • ସେହି ସମୟରେ ଅକ୍ସିଜେନର ବ୍ୟବସ୍ଥା କରିବା ଜରୁରୀ । 
  • ବିଷାକ୍ତ ମଦ ପିଇଥିବା ବ୍ୟକ୍ତିଙ୍କୁ ଶୋଇବାକୁ ଦିଅନ୍ତୁ ନାହିଁ ସେମିତି ହେଲେ ସେମାନେ କୋମାକୁ ଯିବାର ଅଧିକ ସମ୍ଭାବନା ରହିଥାଏ। 
  • ପ୍ରଭାବିତ ରୋଗୀଙ୍କୁ କମ୍ବଳ ଘୋଡାଇ ରଖନ୍ତୁ । ଯେମିତି ତାଙ୍କ ଶରୀରରୁ ତାପମାନ ନକମେ । 
  • ପ୍ରଭାବିତ ରୋଗୀଙ୍କୁ ପେଟେଇ ଶୋଇବାକୁ ଦିଅନ୍ତୁ ଏମିତି କଲେ ତାଙ୍କୁ ବାନ୍ତି କରିବାର ଅଧିକ ସୁବିଧା ରହିବ।
  • ପେଟରେ ପମ୍ପ କିମ୍ବା ଟ୍ୟୁବ ଲଗାଇ ମଦ ବାହାର କରିବାକୁ ପ୍ରୟାସ କରନ୍ତୁ। ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ସାହାଯ୍ୟ ଦରକାର ପଡ଼ିପାରେ। 
  • ଏହି ସମୟରେ ରୋଗୀଙ୍କ ଡାଏଲାସିସ୍ କରିବା ସହ କୌଣସି ଔଷଧ ଦିଆଯିବା ଉଚିତ୍ ନୁହେଁ। ବରଂ ମଦ ସହ ଔଷଧ ମିଶି ଅଧିକ ରିଆକ୍ସନ କରିପାରେ।