Power Nap: ଡ୍ୟୁଟି ବେଳେ ଶୋଇଲେ ଯିବ ନାହିଁ ଚାକିରି, କେଉଁ ଦେଶରେ ମିଳୁଛି ଏଭଳି ସୁବିଧା? ଜାଣନ୍ତୁ...
Advertisement

Power Nap: ଡ୍ୟୁଟି ବେଳେ ଶୋଇଲେ ଯିବ ନାହିଁ ଚାକିରି, କେଉଁ ଦେଶରେ ମିଳୁଛି ଏଭଳି ସୁବିଧା? ଜାଣନ୍ତୁ...

Sleeping While on Duty: ଯଦି ଆପଣ ମଧ୍ୟାନ୍ନ ସମୟଅରେ ୨୦ ମିନିଟ ଲାଗି "ପାୱାର ନ୍ୟାପ୍" ନିଅନ୍ତି,  ତାହେଲେ ଏହା ଦ୍ୱାରା  ଆପଣଙ୍କ ଶରୀର ଏବଂ ମନ ସକ୍ରିୟ ହୋଇଯାଏ। ଏହା ଶରୀରକୁ ଏକ ନୂତନ ଶକ୍ତି ଦେଇଥାଏ ଏବଂ ମଧ୍ୟାହ୍ନ ପରେ ଆପଣ କାମ କରିବା ସମୟରେ ଅଳସୁଆ ଅନୁଭବ କରନ୍ତି ନାହିଁ। 

 Power Nap: ଡ୍ୟୁଟି ବେଳେ ଶୋଇଲେ ଯିବ ନାହିଁ ଚାକିରି, କେଉଁ ଦେଶରେ ମିଳୁଛି ଏଭଳି ସୁବିଧା? ଜାଣନ୍ତୁ...

Sleeping in Office Duty: ଯେତେବେଳେ ଆପଣ ଆପଣଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିଥାନ୍ତି, ସେତେବେଳେ ଆପଣ କିଛି ଆରାମ ସମୟ କରିବାକୁ ଚାହିଁଥାନ୍ତି। ଆପଣ ଚାହୁଁଥାନ୍ତି ଯେ ଆପଣଙ୍କୁ 
କିଛି ସମୟ ଲାଗି ଶୋଇବାକୁ ଅନୁମତି ମିଳିଯାଉ। ଦ୍ୱିପ୍ରହର ସମୟରେ ନିଦ ଆସିବା ସ୍ୱାଭାବିକ କଥା। ହେଲେ ଆମେ ଆମର କର୍ମକ୍ଷେତ୍ରରେ ଚାହିଁଲେ ମଧ୍ୟ ଶୋଇବାକୁ ଅସମର୍ଥ। କାରଣ ଆମକୁ ଚାକିରି ହରାଇବାର ଭୟ ରହିଥାଏ କିମ୍ବା ଆପଣଙ୍କୁ ଅଳସୁଆ କର୍ମଚାରୀ ଭାବେ ଗଣାଥାଏ। ହେଲେ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠାରେ କାର୍ଯ୍ୟାଳୟରେ କାମ କରିବା ସମୟରେ ସ୍ୱଳ୍ପ ଲାଗି ବିଶ୍ରାମ ନେବାକୁ ଅନୁମତି। ଡ୍ୟୁଟି ବେଳେ ଅଫିସ ପରିସରରେ ଶୋଇବାକୁ ନେଇ ମାଲିକ ରାଗନ୍ତି ନାଁ ଚାକିରିରୁ ବରଖାସ୍ତ କରିଦିଅନ୍ତି। ଡ୍ୟୁଟି ବେଳେ ବିଶ୍ରାମ ନେବା ଲାଗି ଅନେକ ନିୟମ ରହିଛି। 

ସୂର୍ଯ୍ୟୋଦୟର ଦେଶ କୁହାଯାଇଥିବା ଜାପାନରେ ଏଭଳି ସୁବିଧା ପ୍ରଦାନ କରାଯାଏ। ଜାପାନ ଭଳି ଏକ ବିକଶିତ ଦେଶରେ ଡ୍ୟୁଟି କରିବା ବେଳେ ଅଫିସ ପରିସରରେ କର୍ମଚାରୀଙ୍କୁ ସ୍ୱଳ୍ପ ସମୟ ଲାଗି ଶୋଇବାକୁ ଅନୁମତି ଦିଆଯାଇଥାଏ। ଯାହାକୁ "ପାୱାର ନ୍ୟାପ୍" (Power Nap) କୁହାଯାଏ। 

କିଛି ସମୟ ଧରି ସୋସିଆଲ ମିଡିଆ ଦୁନିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ  ୪ ଜଣ କର୍ମଚାରୀଙ୍କୁ ଅଫିସ ପରିସରରେ ଶୋଇଥିବାର ଦେଖାଯାଉଛି। ଏହି କର୍ମଚାରୀଙ୍କ ସେମାନେ ବସୁଥିବା ଚଉକିରେ ଶୋଇଛନ୍ତି। ଏଭଳି ଧରଣର ଚେୟାର ହେଉଛି ରିକ୍ଲିନର। ଯାହାକୁ ଏକ ଶଯ୍ୟାରେ ପରିଣତ କରାଯାଇ ପାରେ। ଏହି ଫଟୋ ଦେଖିବା ପରେ ଲୋକ ପ୍ରାର୍ଥନା କରୁଛନ୍ତି ଯେ ଏହା ସେମାନଙ୍କ ଦେଶରେ ମଧ୍ୟ ଏଭଳି ସୁବିଧା ମିଳିଯାଉ। ଡ୍ୟୁଟି କରିବା ସମୟରେ ଶୋଇବାକୁ ଜାପାନୀ ଭାଷାରେ 'ଇନେମୁରୀ' (Inemuri) କୁହାଯାଏ। ଯାହାର ଅର୍ଥ ହେଉଛି ଡ୍ୟୁଟି ସମୟରେ ଶୋଇବା (Sleeping While on Duty)। 

ଜାପାନ ଭଳି ଦେଶରେ, ବିଶ୍ୱାସ କରାଯାଏ ଯେ ଇନମୁରୀ ହେଉଛି ଏକ ସଙ୍କେତ ଯେ ଜଣେ କର୍ମଚାରୀ କଠିନ ପରିଶ୍ରମ କରୁଛନ୍ତି। ନିଜର କାର୍ଯ୍ୟ ପାଇଁ କର୍ମଚାରୀ ଜଣଙ୍କ ଏତେ ଉତ୍ସର୍ଗୀକୃତ ଯେ ସେ ନିଜର କାର୍ଯ୍ୟ ଶେଷ କରିବା ପାଇଁ ନିଜ ଆରାମକୁ ବଳିଦାନ ଦେବାକୁ ପ୍ରସ୍ତୁତ। କାର୍ଯ୍ୟ ଦିବସରେ ସେମାନଙ୍କ କର୍ମଚାରୀଙ୍କୁ ସ୍ୱଳ୍ପ ସମୟ ଲାଗି ଶୋଇବାକୁ ଅନୁମତି ଦେଇ, ନିଯୁକ୍ତିଦାତା ସେମାନଙ୍କ କର୍ମଚାରୀ ଏବଂ ସେମାନଙ୍କର କଠିନ ପରିଶ୍ରମ ପ୍ରତି ସେମାନଙ୍କର ବିଶ୍ୱାସ ଏବଂ ସମ୍ମାନ ପ୍ରଦର୍ଶନ କରିଥାନ୍ତି।

ଯଦି ଆପଣ ମଧ୍ୟାନ୍ନ ସମୟଅରେ ୨୦ ମିନିଟ ଲାଗି "ପାୱାର ନ୍ୟାପ୍" ନିଅନ୍ତି,  ତାହେଲେ ଏହା ଦ୍ୱାରା  ଆପଣଙ୍କ ଶରୀର ଏବଂ ମନ ସକ୍ରିୟ ହୋଇଯାଏ। ଏହା ଶରୀରକୁ ଏକ ନୂତନ ଶକ୍ତି ଦେଇଥାଏ ଏବଂ ମଧ୍ୟାହ୍ନ ପରେ ଆପଣ କାମ କରିବା ସମୟରେ ଅଳସୁଆ ଅନୁଭବ କରନ୍ତି ନାହିଁ। ଅନେକ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ ଏହି କାର୍ଯ୍ୟ କରିବା ଦ୍ୱାରା କର୍ମଚାରୀଙ୍କ ଉତ୍ପାଦକତା କ୍ଷମତା ବୃଦ୍ଧି ପାଇଥାଏ। ଯାହା ଦ୍ୱାରା ଉଭୟ କର୍ମଚାରୀ ଏବଂ କମ୍ପାନୀ ଉପକୃତ ହୁଅନ୍ତି। ବର୍ତ୍ତମାନ ଏହା ଦେଖିବାକୁ ପଡ଼ିବ ଯେ ବିଶ୍ୱର ଅନ୍ୟ କେଉଁ ଦେଶ ଜାପାନର ଏହି କାର୍ଯ୍ୟ ସଂସ୍କୃତି ଗ୍ରହଣ କରୁଛନ୍ତି।

(ସତର୍କତା: ଉପରୋକ୍ତ ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ। Zee Odisha ଏହାକୁ ନିଶ୍ଚିତ କରେ ନାହିଁ।)