Amarnath tragedy update: ଅମରନାଥ ଯାତ୍ରା ସ୍ଥଗିତ, ୧୬ ମୃତଦେହ ଉଦ୍ଧାର ଓ ୪୦ ନିଖୋଜ
Advertisement
Article Detail0/zeeodisha/odisha1250062

Amarnath tragedy update: ଅମରନାଥ ଯାତ୍ରା ସ୍ଥଗିତ, ୧୬ ମୃତଦେହ ଉଦ୍ଧାର ଓ ୪୦ ନିଖୋଜ

ଶୁକ୍ରବାରର ଟ୍ରାଜେଡି ପରେ ଅମରନାଥ ଯାତ୍ରାକୁ ସାମୟୀକ ଭାବେ ସ୍ଥଗିତ ରଖାଯାଇଛି। ବାଲତାଲ ଓ ପହଲଗାମ ରାସ୍ତା ବନ୍ଦ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ, ପୋଲିସ, ଏନଡିଆରଏଫ ଓ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ସୌ- ସୋସିଆଲ ମିଡିଆ

Amarnath tragedy update: ଦକ୍ଷିଣ କାଶ୍ମୀରରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବାଦଲଫଟା ବର୍ଷା ଯୋଗୁଁ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରକୃତିର ଏହି ତାଣ୍ଡବରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅନେକେ ଆହତ ହୋଇଥିବାବେଳେ ୩୦ରୁ ୪୦ ଜଣ ନିଖୋଜ ଥିବା ଆଶଙ୍କା କରାଯାଉଛି। ଦୁଇରୁ ତିନି ହଜାର ଲୋକ ଅମରନାଥ ଗୁମ୍ଫା ନିକଟରେ ଏବଂ ପଞ୍ଚତରଣୀରେ ଫସି ରହିଥିବା ସୂଚନା ମିଳିଛି।

ଶୁକ୍ରବାରର ଟ୍ରାଜେଡି ପରେ ଅମରନାଥ ଯାତ୍ରାକୁ ସାମୟୀକ ଭାବେ ସ୍ଥଗିତ ରଖାଯାଇଛି। ବାଲତାଲ ଓ ପହଲଗାମ ରାସ୍ତା ବନ୍ଦ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ, ପୋଲିସ, ଏନଡିଆରଏଫ ଓ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଚିନାର କୋର୍ପସ୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏଡିଏସ ଆଉଜଲା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଜାମ୍ମୁ କାଶ୍ମୀରର ଆଇଜିପି ବିଜୟ କୁମାର ମଧ୍ୟ ଅମରନାଥ ଗୁମ୍ଫା ନିକଟରେ ହୋଇଥିବା ଅଚାନକ ହୋଇଥିବା ବନ୍ୟା କ୍ଷୟକ୍ଷତି ସ୍ଥଳ ପରିଦର୍ଶନ କରିଛନ୍ତି।

Also Read: ଆମେରିକା-ଋଷ ମଧ୍ୟରେ ହେବ କି ଯୁଦ୍ଧ? ୱାଶିଂଟନକୁ ମସ୍କୋ ଦେଲା ଖୋଲା ଧମକ

ଏମ୍ଆଇ ହ୍ୟାଲିକେପ୍ଟର ଯୋଗେ ଆହତ ଓ ମୃତକଙ୍କୁ ବିଏସଏଫର ଶ୍ରାନଗର କ୍ୟାମ୍ପକୁ ସ୍ଥାନାନ୍ତର କରାଯାଉଛି। ଆଇଟିବିପିର ଜନ ସମ୍ପର୍କ ଅଧିକାରୀ ବିବେକ ପାଣ୍ଡେ କହିଛନ୍ତି ଯେ, ବର୍ତ୍ତମାନ ଅମରାନାଥ ଗୁମ୍ଫା ନିକଟରେ ପାଗ ଶୁଖିଲା ରହିଛି। ଏବେ ବି ୩୦ରୁ ୪୦ ଜଣ ନିଖୋଜ ଥିବା ଆଶଙ୍କା କରାଯାଉଛି। ଅମରନାଥ ଯାତ୍ରା ସ୍ଥଗିତ ରହିଛି ତେଣୁ ଲୋକଙ୍କୁ ଅଗକୁ ନ ବଢିବା ପାଇଁ ଅନୁରୋଧ କରାଯାଇଛି।

 

ନୋଡାଲ ମେଡିକାଲ ଅଧିକାରୀ ମେଜର ପଙ୍କଜ କୁମାରଙ୍କ ଅନୁସାରେ, ଅମରନାଥ ଅଘଟଣରେ ୧୦ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କୁ ମୁଣ୍ଡରେ ମାଡ ବାଜିଥିବା ବେଳେ ପ୍ରାୟ ୫ ଜଣଙ୍କର ହାଡ ଭାଙ୍ଗିଛି। ୨ରୁ ତିନି ଜଣ ହାଇପରଥର୍ମିଆରେ ପୀଡିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୬ଟି ମୃତଦେହ ଉଦ୍ଧାର କରାଗଲାଣି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁମ୍ଫାରେ ଫସିଥିବା ଅନେକ ତୀର୍ଥଯାତ୍ରୀଙ୍କୁ ପାଞ୍ଜତରଣୀକୁ ସ୍ଥାନାନ୍ତର କରାଯାଇଛି। ମୋଟ ୧୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସେନାଧିକାରୀ ସୂଚନା ଦେଇଛନ୍ତି।