Mehbooba Mufti: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ମେହେବୁବା ମୁଫ୍ତି
Advertisement

Mehbooba Mufti: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ମେହେବୁବା ମୁଫ୍ତି

Jammu And Kashmir: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ପୁଣିଥରେ ପାକିସ୍ତାନର ସଂଗୀତ ଗାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ପାକିସ୍ତାନକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।

Mehbooba Mufti: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ମେହେବୁବା ମୁଫ୍ତି

Jammu And Kashmir: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP) ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି (Mehbooba Mufti) ପୁଣିଥରେ ପାକିସ୍ତାନର ସଂଗୀତ ଗାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ପାକିସ୍ତାନକୁ ପ୍ରଶଂସା (Praise To Pakistan) କରୁଥିବା ଦେଖିବାକୁ ମିଳିଥିଲା।

ଅନନ୍ତନାଗ (Anantanag)ରେ ମେହବୁବା ମୁଫ୍ତି ଶନିବାର (ସେପ୍ଟେମ୍ବର ୨୪) ଦିନ କହିଛନ୍ତି, "ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରର ସମସ୍ୟାର ସମାଧାନ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ କଥାବାର୍ତ୍ତା କରନ୍ତି, ତେବେ ତାହା ହେବା ଉଚିତ୍। ବାଜପେୟୀଙ୍କ ସମୟରେ ଯେପରି ଉଭୟ ଦେଶ ବସି ଆଲୋଚନା କରିଥିଲେ ସମାନ ଭାବରେ ଯଦି ଉଭୟ ଦେଶ ଜାମ୍ମୁ କାଶ୍ମୀରର ସମାଧାନ ଖୋଜନ୍ତି, ତେବେ ଏହା ଦେଶ ପାଇଁ ମଧ୍ୟ ଭଲ ହେବ।
 
ବାସ୍ତବରେ ପିଡିପି ମୁଖ୍ୟ ମେହବୁବା ମୁଫ୍ତି ପ୍ରାୟତଃ ପାକିସ୍ତାନକୁ ନେଇ ବୟାନବାଜି ଜାରି ରଖିଥାନ୍ତି। ଏହାପୂର୍ବରୁ ପିଡିପି ମୁଖ୍ୟ ଫେବୃଆରୀ ୧୩ରେ ପାକିସ୍ତାନ ସହ ଆଲୋଚନା କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ, ମୋତେ ରାଷ୍ଟ୍ର ବିରୋଧୀ କୁହାଯିବ। ଏଥି ସହିତ ସେ ପାକିସ୍ତାନ ସହ ଭାରତ ସରକାରଙ୍କ କେତେଥର ଆଲୋଚନା ହୋଇଥିବା କଥା ଦୋହରାଇ ଆସୁଛନ୍ତି। ଏଥର ମଧ୍ୟ ସେ ନିଜର ସେହି ପୁରୁଣା ସଂଗୀତ ଶୁଣାଇଥିଲେ ଯେଉଁଥିରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ତାଙ୍କ ସ୍ବର ମିଶୁଥିବା ପରି ଜଣାପଡୁଛି। କାରଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ସହ କଥାବାର୍ତ୍ତା ବିଷୟରେ କହିଛନ୍ତି।

ଶୁକ୍ରବାର (୨୩ ସେପ୍ଟେମ୍ବର) ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ (Pakistan PM Shehbaz Sharif) କହିଥିଲେ ଯେ, ପାକିସ୍ତାନ ଭାରତ ସମେତ ସମସ୍ତ ପଡ଼ୋଶୀ ଦେଶ ସହ ଶାନ୍ତି ଚାହୁଁଛି, କିନ୍ତୁ କାଶ୍ମୀର ପ୍ରସଙ୍ଗର ସଠିକ ତଥା ସ୍ଥାୟୀ ସମାଧାନ ଉପରେ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ନିର୍ଭର କରେ।

ସରିଫ କହିଛନ୍ତି, "ମୁଁ ଭାବୁଛି ଏହା ହେଉଛି ସଠିକ୍ ସମୟ ଯେତେବେଳେ ଭାରତ ଏହା ସ୍ପଷ୍ଟ ଭାବରେ ବୁଝିବା ଉଚିତ ଯେ, ଉଭୟ ଦେଶ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଅଟନ୍ତି। ଯୁଦ୍ଧ କୌଣସି ବିକଳ୍ପ ନୁହେଁ। କେବଳ ଶାନ୍ତିପୂର୍ଣ୍ଣ ଆଲୋଚନା ହିଁ ଏହି ସମସ୍ୟାର ସମାଧାନ କରିପାରିବ ଯାହା ଦ୍ବାରା ଆଗାମି ସମୟରେ ବିଶ୍ବ ଅଧିକ ଶାନ୍ତିପୂର୍ଣ୍ଣ ହୋଇପାରିବ।''

ଉତ୍ତରରେ ଭାରତ ମିଳିତ ଜାତିସଂଘ ମହାସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଭାଷଣ ଉପରେ କଡା ପ୍ରହାର କରିଥିଲା। ଭାରତ କହିଛି ଯେ ଯେଉଁ ଦେଶ ପଡୋଶୀ ଦେଶ ସହ ଶାନ୍ତି ଚାହେଁ, ସେ ସୀମାରେ ଆତଙ୍କବାଦକୁ ପ୍ରୋତ୍ସାହିତ କରେ ନାହିଁ ଏବଂ ମୁମ୍ବାଇରେ ଘଟିଥିବା ୨୬/୧୧ ଆକ୍ରମଣର ଅପରାଧୀଙ୍କୁ ଆଶ୍ରୟ ଦେବ ନାହିଁ।

ଭାରତ କହିଛି ଯେ, ସେ ଭାରତୀୟ ଉପମହାଦୀପରେ ଶାନ୍ତି, ନିରାପତ୍ତା ଏବଂ ପ୍ରଗତି ପାଇଁ ଇଚ୍ଛୁକ, ଯାହାକୁ ସମ୍ପୂର୍ଣ୍ଣ ରୂପ ଦଆଯାଇପାରେ। ଭାରତ ଅନେକ ଥର ପାକିସ୍ତାନକୁ କହିସାରିଛି ଯେ, ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା ଅଛି ରହିବ। ତେଣୁ ଜାମ୍ମୁ କାଶ୍ମୀରକୁ ନେଇ ପାକିସ୍ତାନ କୌଣସି ପ୍ରସଙ୍ଗ କରିବା ଉଚିତ ନୁହେଁ।