ବାତ୍ୟା ଅମ୍ଫାନ ମୁକାବିଲା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତାକୁ ନେଇ ଏପରି କିଛି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟପାଳ ।
Trending Photos
ନୂଆଦିଲ୍ଲୀ: ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଲେ ରାଜ୍ୟପାଳ ଜଗଦୀପ ଧନଖଡ଼(Jagdeep Dhankhar) । ବାତ୍ୟା ଅମ୍ଫାନ ମୁକାବିଲା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତାକୁ ନେଇ ଏପରି କିଛି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟପାଳ । ଏପରିକି ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଅପିଲ ମଧ୍ୟ କରିଛନ୍ତି । ଗ୍ରାଉଣ୍ଡ ଜିରୋରେ ରିଲିଫ ପହଞ୍ଚାଇବା ପାଇଁ ମଧ୍ୟ ରାଜ୍ୟପାଳ କହିଛନ୍ତି ।
ରାଜ୍ୟପାଳ ଜଗଦୀପ ଧନଖଡ଼ ଏକ ଟ୍ୱିଟ କରି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ''ବିଜୁଳି, ପାନୀୟ ଜଳ ଏବଂ ଅନ୍ୟ ଜରୁରୀ ସେବା ଖୁବଶୀଘ୍ର ସ୍ୱାଭାବିକ କରିବା ଦରକାର । ମମତା ବାନାର୍ଜୀ, ଏବେ ମିଡ଼ିଆରେ ଦାବି କରିବାର ସମୟ ନୁହେଁ । ଏବେ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବାର ଆବଶ୍ୟକତା ଅଛି ।''
ରାଜ୍ୟପାଳ ଆହୁରି ମଧ୍ୟ ଲେଖିଛନ୍ତି, ଯଦି ରାଜନୀତି ନକରି ଠିକ୍ ସମୟରେ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯାଇଥାଆନ୍ତା, ତେବେ ସ୍ଥିତି ଏପରି ଭୟାବହ ହୋଇ ନ ଥାନ୍ତା । ବରିଷ୍ଠ ମନ୍ତ୍ରୀଙ୍କ ସେନ୍ସ(ତୁ ତୁ ମେ ମେ) ଏବଂ ବିଧାୟକଙ୍କ କାର୍ଯ୍ୟକଳାପ ବାସ୍ତବିକ ସ୍ଥିତି ଦର୍ଶାଉଛି ବୋଲି କହିଛନ୍ତ ରାଜ୍ୟପାଳ ଜଗଦୀପ ଧନଖଡ଼ ।
Electricity, water and essential services be normalized urgently.
Do not wish to share horrendous sufferings inputs from various parts of Kolkata and outside.
This is no time to engage in tall claims @mamataofficial in media. Need of hour is to engage in relief on ground.(1/3)
— Governor West Bengal Jagdeep Dhankhar (@jdhankhar1) May 27, 2020
ସେହିପରି ଗ୍ରାମୀଣ କ୍ଷେତ୍ରର ସ୍ଥିତି ନେଇ ମଧ୍ୟ ରାଜ୍ୟପାଳ ଚିନ୍ତାପ୍ରକଟ କରିଛନ୍ତି । ଆରୋପ ପ୍ରତ୍ୟାରୋପର ଖେଳ ଛାଡ଼ିବାକୁ ପଡ଼ିବ । ଗ୍ରାମୀଣ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ହେବ । କାହିଁକିନା ଗ୍ରାମୀଣ କ୍ଷେତ୍ରରେ ସ୍ଥିତି ଭୟାବହ ରହିଛି । ତେଣୁ ଏହି କ୍ଷେତ୍ରକୁ ଉପେକ୍ଷା କରାଯାଇପାରିବ ନାହିଁ । ସମ୍ବିଧାନ ଅନୁସାରେ ମୁଁ ମୁଖ୍ୟମନ୍ତ୍ରୀ ମମଦା ବାନାର୍ଜୀଙ୍କୁ ସ୍ଥିତି ସ୍ପଷ୍ଟ କରିବା ପାଇଁ ଆଗ୍ରହ କରୁଥିବା କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ।
କହିରଖୁଛୁ, 'ଅମ୍ଫାନ' ପ୍ରସ୍ତୁତି ନେଇ ପଶ୍ଚିମବଙ୍ଗ ସରକାରଙ୍କ ପ୍ରସ୍ତୁତି ଉପରେ ନିକଟରେ ହିଁ ପ୍ରଶ୍ନ ଉଠାଇଥିଲେ ରାଜ୍ୟପାଳ । ପାଣିପାଗ ବିଭାଗ ବାତ୍ୟା ନେଇ ୧୫ ଦିନ ପୂର୍ବରୁ ସୂଚନା ଦେଇଥିଲେ । ହେଲେ ପଶ୍ଚିମବଙ୍ଗ ସରକାର କାହିଁକି ପୁରା ପ୍ରସ୍ତୁତି କରିନଥିଲେ ବୋଲି ପ୍ରଶ୍ନ ଉଠାଇଥିଲେ ରାଜ୍ୟପାଳ । ଯଦି ୩ ଦିନ ପୂର୍ବରୁ ଆର୍ମିଙ୍କୁ ଡକାଯାଇଥାନ୍ତା, ତେବେ ସ୍ଥିତି ଏତେ ଭୟଙ୍କର ହୋଇନଥାନ୍ତା ବୋଲି ରାଜ୍ୟପାଳ କହିଥିଲେ ।