J-10C Fighter Aircraft: ଭାରତ ପାଇଁ ବିପଦ ପାଲଟିଲା ପାକିସ୍ତାନ ବାୟୁସେନା! ଜାଣନ୍ତୁ କ'ଣ ରହିଛି କାରଣ
Advertisement

J-10C Fighter Aircraft: ଭାରତ ପାଇଁ ବିପଦ ପାଲଟିଲା ପାକିସ୍ତାନ ବାୟୁସେନା! ଜାଣନ୍ତୁ କ'ଣ ରହିଛି କାରଣ

J-10C combat aircraft: ଚୀନରେ ନିର୍ମିତ J-10C ବିମାନଗୁଡ଼ିକୁ ଭାରତର ରାଫାଲ ବିମାନର ଜବାବ ବୋଲି ପାକିସ୍ତାନୀ ଏକ୍ସପର୍ଟମାନେ କହୁଛନ୍ତି । ଦୁଇଥରରେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନକୁ ୧୨ ଟି ଯୁଦ୍ଧ ବିମାନ ମିଳିଛି ।

 

ସୌ: ସୋସିଆଲ ମିଡିଆ

J-10C Combat Aircraft: ଭାରତ ପାଇଁ ବର୍ତ୍ତମାନ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ନିକଟରେ ଆମେରିକା (US) ଘୋଷଣା କରିଥିଲା ଯେ ସେ ପାକିସ୍ତାନରେ ଥିବା F-୧୬ ଯୁଦ୍ଧ ବିମାନକୁ ନବୀକରଣ କରିବ । ଏହାକୁ ନେଇ ଅନେକ ଆଲୋଚନା ତୀବ୍ର ହୋଇଥିବା ଦେଖିବାକୁ ମିଳିଥିଲା । ଏହାକି ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) ମଧ୍ୟ ଆମେରିକାକୁ ଫୋନ ମଧ୍ୟ କରିଥିଲେ । ବର୍ତ୍ତମାନ ଖବର ଆସୁଛି ଯେ ଚୀନ୍ ଠାରୁ ପାକିସ୍ତାନ ୬ ଟି J-10C ଯୁଦ୍ଧ ବିମାନର ଏକ ନୂତନ ବ୍ୟାଚ୍ ପାଇଛି । ଏହି ଚୀନ୍ ବିମାନର ଅତ୍ୟାଧୁନିକ ଟେକ୍ନୋଲୋଜି ଥିବା ଯୋଗୁଁ ପାକିସ୍ତାନୀ ବାୟୁସେନାର କ୍ଷମତା ବହୁଗୁଣିତ ହୋଇଛି ବୋଲି ଦାବି କରାଯାଉଛି ।

IANS ଅନୁଯାୟୀ ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଏହାର ରିପୋର୍ଟରେ କହିଛି ଯେ ଚୀନ୍ ନିର୍ମିତ J-10C ବିମାନର ଦ୍ୱିତୀୟ ବ୍ୟାଚ୍ ପାକିସ୍ତାନରେ ପହଞ୍ଚିଛି । ବର୍ତ୍ତମାନ ପାକିସ୍ତାନୀ ବାୟୁସେନା (Pakistani Air Force) ସହିତ ଏହି ଯୁଦ୍ଧ ବିମାନର ମୋଟ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି । ଏକ ଇଣ୍ଡିଣ୍ଡେଣ୍ଟ ଥିଙ୍କ ଟ୍ୟାଙ୍କ ମଧ୍ୟ ନିଜ ଟ୍ୱିଟର ମାଧ୍ୟମରେ ପାକିସ୍ତାନ ବାୟୁସେନାକୁ ୬ ଟି J-10C ବିମାନ ଡେଲିଭରି ହୋଇଥିବା ନିଶ୍ଚିତ କରିଛି । ଏହି ଫୋରମ୍ ଏକ ଆନ୍ତର୍ଜାତୀୟ ଯାଞ୍ଚକାରୀ ଦଳ ଦ୍ୱାରା ପରିଚାଳିତ ।

ପାକିସ୍ତାନ ବାୟୁସେନା ଚଳିତ ବର୍ଷ ମାର୍ଚ୍ଚରେ ଚୀନ୍ ନିର୍ମିତ J-10C ବିମାନର ପ୍ରଥମ ବ୍ୟାଚ୍ ଗ୍ରହଣ କରିଥିଲା । ଏଥିରେ ୬ଟି ଯୁଦ୍ଧ ବିମାନ ମଧ୍ୟ ସାମିଲ ଥିଲା । ତା’ପରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହାକୁ ଆଞ୍ଚଳିକ ସନ୍ତୁଳନ ପାଇଁ ଆବଶ୍ୟକ ବୋଲି କହିଥିଲେ । ଭାରତର ରାଫାଲ ଜେଟ ବିଷୟରେ ଉଲ୍ଲେଖ ନକରି ଇମ୍ରାନ କହିଛନ୍ତି ଯେ ଦୁର୍ଭାଗ୍ୟବଶତ ଏହି ଅଞ୍ଚଳରେ ଅସନ୍ତୁଳନ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଏହାର ମୁକାବିଲା ପାଇଁ ଆଜି ଆମର ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ପ୍ରମୁଖ ଯୋଗଦାନ କରାଯାଇଛି ।

ଚୀନରେ ନିର୍ମିତ J-10C ବିମାନଗୁଡ଼ିକୁ ଭାରତର ରାଫାଲ ବିମାନର ଜବାବ ବୋଲି ପାକିସ୍ତାନୀ ଏକ୍ସପର୍ଟମାନେ କହୁଛନ୍ତି । ଦୁଇଥରରେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନକୁ ୧୨ ଟି ଯୁଦ୍ଧ ବିମାନ ମିଳିଛି । ଯଦିଓ ଅନେକ ଏକ୍ସପର୍ଟମାନେ ଏହାକୁ ଇସ୍ରାଏଲର IAI ଲୁଭି ବିମାନର କାର୍ବନ କପି ବୋଲି କହିଛନ୍ତି, ଯାହାକୁ ଇସ୍ରାଏଲ୍ ନିଜେ ୩୪ ବର୍ଷ ପୂର୍ବେ ଏହାର ପ୍ରଡକ୍ଟକୁ ବନ୍ଦ କରି ଦେଇଛି । ଏହାର ତୁଳନାରେ, ରାଫାଲ୍ ହେଉଛି ୪.୪ ନୂଆ ପିଢ଼ିର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ କୁହାଯାଇପାରେ ।

ଏହା ବି ପଢ଼ନ୍ତୁ: Facebook ରେ ଭୁଲରେ ମଧ୍ୟ କରନ୍ତୁନି ଏହି ୫ଟି କାମ, ନଚେତ୍ ଆପଣଙ୍କୁ ଯିବାକୁ ପଡିବ ଜେଲ୍

ଏହା ବି ପଢ଼ନ୍ତୁ: କେନ୍ଦ୍ର ମନ୍ତ୍ରୀଙ୍କ ବଙ୍ଗଳା ଉପରେ ଚାଲିବ ବୁଲଡୋଜର, ହାଇକୋର୍ଟ ଦେଲେ ବଡ଼ ଝଟକା