Vande Bharat Train: ପୁଣି ବନ୍ଦେ ଭାରତ ଉପରକୁ ପଥର ମାଡ଼, ଆଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ
Advertisement
Article Detail0/zeeodisha/odisha1813388

Vande Bharat Train: ପୁଣି ବନ୍ଦେ ଭାରତ ଉପରକୁ ପଥର ମାଡ଼, ଆଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ

Vande Bharat Train: ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଯାଇଥିବା ବନ୍ଦେ ଭାରତ ଟ୍ରେନଟି ବାରବଙ୍କୀର ସଫେଦାବାଦ ଷ୍ଟେସନ ନିକଟରେ ପହଁଞ୍ଚିଥିବା ବେଳେ ସେଠାରେ ଟ୍ରେନ ଉପରକୁ କିଛି ଲୋକେ ପଥର ମାଡ଼ କରିଥିଲେ ଫଳରେ ଟ୍ରେନଟି ପୂର୍ବାହ୍ନ ୧୦:୪୦ ମିନିଟରେ ଲକ୍ଷ୍ନୌରେ ପହଁଞ୍ଚିଥିଲା । 

ସୌ(ସୋସିଆଲ ମିଡିଆ)

Vande Bharat Train: ପୁଣି ବନ୍ଦେ ଭାରତ (Vande Bharat Train) ଉପରକୁ ପଥର ମାଡ଼ । ଉତ୍ତରପ୍ରଦେଶ ଅନ୍ତର୍ଗତ ବାରବଙ୍କୀଠାରେ (Barabanki Railway station) ରବିବାର ଦିନ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ଏଥିରେ କୋଚର ଝରକା କାଚ ଭାଙ୍ଗିଯାଇଥିବା ‘ରେଲୱ ପ୍ରୋଟେକସନ ଫୋର୍ସ’ (Railway Protection Force) ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଯାଇଥିବା ବନ୍ଦେ ଭାରତ ଟ୍ରେନଟି ବାରବଙ୍କୀର ସଫେଦାବାଦ ଷ୍ଟେସନ (Safedabad Railway Station) ନିକଟରେ ପହଁଞ୍ଚିଥିବା ବେଳେ ସେଠାରେ ଟ୍ରେନ ଉପରକୁ କିଛି ଲୋକେ ପଥର ମାଡ଼ କରିଥିଲେ ଫଳରେ ଟ୍ରେନଟି ପୂର୍ବାହ୍ନ ୧୦:୪୦ ମିନିଟରେ ଲକ୍ଷ୍ନୌରେ ପହଁଞ୍ଚିଥିଲା । ଏନେଇ ‘ରେଲୱ ପ୍ରୋଟେକସନ ଫୋର୍ସ’ ‘ଏସକର୍ଟ ଟିମ୍’ ଓ ‘କଣ୍ଟ୍ରୋଲ ରୁମ’କୁ ୧୧:୪୦ ମିନିଟରେ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ, ଆରିପିଏଫ ଇନସପେକ୍ଟର ଘଟଣାସ୍ଥଳରେ ପହଁଞ୍ଚିଥିଲେ । କିନ୍ତୁ ସେଠାରେ ସେ କୌଣସି ଦୁର୍ବୃତ୍ତମାନଙ୍କୁ ପାଇ ନଥିଲେ ।

ସୂଚନା ଥାଉ କି, ସର୍ବସାଧାରଣ ତଥା ସରକାରୀ ସମ୍ପତି ନଷ୍ଟ କରିବା ସହ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବାରୁ ଆଇନ ଅନୁଯାୟୀ ଆଜ୍ଞାତ ବ୍ୟକ୍ତି ମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବାରବଙ୍କୀ ରେଳବାଇ ପୋଲିସ (Barabanki Police) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ରବିବାର ଦିନ ଭିଡିଓ କନଫରେନନ୍ସି ମାଧ୍ୟମରେ ଦେଶର ୫୦୮ଟି ରେଳ ଷ୍ଟେସନ ସୌନ୍ଦର୍ଯ୍ୟକରଣ ଯୋଜନାରେ ଶିଳାନ୍ୟାସ କରୁଥିବା ବେଳେ ଉପରୋକ୍ତ ଘଟଣା ଘଟିଥିଲା । ପ୍ରକାଶ ଥାଉ କି, ଗତ ଜୁଲାଇ ମାସ ୧୧ ତାରିଖରେ ଅଯୋଧ୍ୟା ସୋହୱାଲ ଓ ଦେଓରା କୋଟ (Devra Kot) ମଧ୍ୟ ଦେଇ ଲକ୍ଷ୍ନୌ ଯାଉଥିବା ବନ୍ଦେ ଭାରତ ଟ୍ରେନ (vande bharat express) ଉପରକୁ ପଥର ମାଡ଼ ହୋଇଥିଲା । ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ମୁନ୍ନୁ ପାସୱାନ୍ କହିଥିଲେ ଯେ, ଏହି ଟ୍ରେନରେ କଟି ତାଙ୍କର ୬ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା । ଏଥିପାଇଁ ସେ ରାଗିଯାଇ ଦୁଇ ପୁଅଙ୍କ ସହ ମିଶି ଟ୍ରେନ ଉପରକୁ ପଥର ଫିଙ୍ଗିଥିଲେ।

Also Read-Indian Railways: ଯାତ୍ରୀଙ୍କ ଅନେକ କଷ୍ଟଦାୟକ କାର୍ଯ୍ୟ ସହଜ କରିବ ଯାତ୍ରୀ ଆପ୍, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

Also Read-Gratuity Benefits: ପୂର୍ବ କମ୍ପାନୀ ଦେଉନି କି ଗ୍ରାଚ୍ୟୁଇଟି? ଏହି ଉପାୟରେ ପାଇବେ ମୂଳ ଓ ସୁଧ

ଏକ ମାସ ମଧ୍ୟରେ ବନ୍ଦେ ଭାରତ (vande bharat express) ଉପରକୁ ପଥର ଫିଙ୍ଗିବାର ଏହା ହେଉଛି ଚତୁର୍ଥ ଘଟଣା । ଗତ ଜୁଲାଇ ମାସ ୧୭ ତାରିଖରେ ମଧ୍ୟ ଗୋରଖପୁରର ଡୋମିନଗଡ଼ ଷ୍ଟେସନ (Domingarh station) ନିକଟରେ ଲକ୍ଷ୍ନୌରୁ ଆସୁଥିବା ବନ୍ଦେ ଭାରତର କାଚ ଭାଙ୍ଗିଯାଇଥିଲା। ସେହିପରି ୩ ତାରିଖରେ ନ୍ୟୁ ୱାଶିଂ ପିଟ୍ ରୁ ୨ ନମ୍ବର ପ୍ଲାଟଫର୍ମକୁ ଆସୁଥିବା ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ପିଙ୍ଗା ଯିବାରୁ ଏହାର କାଚ ଭାଙ୍ଗି ଯାଇଥିଲା। ଏହା ବ୍ୟତୀତ ଅଗଷ୍ଟ ୩ ତାରିଖରେ ଗୋରଖପୁର ଜଙ୍କସନ ୱାଶିଂ ୟାର୍ଡରେ (washing yard) ଠିଆ ହୋଇଥିବା ବନ୍ଦେ ଭାରତର ଗ୍ଲାସ ଭାଙ୍ଗି ଯାଇଥିଲା। ପରେ ହେମରାଜ ପ୍ରଜାପତି ନାମକ ଜଣେ କୁଲି ଟ୍ରେନ ଉପରକୁ ପଥର ଫିଙ୍ଗି ଥିବା ସୂଚନା ମିଳିଥିଲା । ପରେ ପୋଲିସ ସେହି ବ୍ୟକ୍ତିଙ୍କୁ ଗିରଫ କରିଥିଲା। ତେବେ ସେ କେଉଁ କାରଣ ପାଇଁ ପଥର ପିଙ୍ଗି ଥିଲେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।