Advertisement
Photo Details/zeeodisha/odisha2597736
photoDetails0hindi

Gold Rate: ଚିନ୍ତା ବଢ଼ାଇଲାଣି ସୁନା ଦର, ଓଡ଼ିଶାରେ ଗ୍ରାମ ପିଛା ସୁନା...

Gold Rate Today: ଦେଶରେ ଆରମ୍ଭ ହେବାକୁ ଯାଉଛି ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଗତ କାଲି ସୁନା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ରବିବାରରେ ଦରରେ ସ୍ଥିରତା ଦେଖିବାକୁ ମିଳିଛି। 

1/6

ମାତ୍ର ଏହା ଗ୍ରାହକଙ୍କୁ ସେତେଟା ଖୁସି କରି ପାରିନାହିଁ, କାରଣ ସୁନା ଦର ଏବେ ହୁ ହୁ ବଢ଼ି ଚାଲିଥିବା ବେଳେ ଆଉ କିଛି ଦିନରେ ୧୦ ଗ୍ରାମ ପିଛା ୭୩ ହଜାର ପାର୍ କରିଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। 

2/6

ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୭୩,୦୧୦ ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୯,୬୩୦।

3/6
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୮୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୯,୪୮୦ ଟଙ୍କା ରହିଛି। 

4/6

ସେହିପରି କୋଲକାତାରେ ସମାନ ଭାବେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୮୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୯,୪୮୦ ଟଙ୍କା ରହିଛି। 

5/6

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୮୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୪୮୦ ଟଙ୍କା ରହିଛି। 

6/6

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୮୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୪୮୦ ଟଙ୍କା ରହିଛି।