Indian army chopper crash: ଜାମ୍ମୁ କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
Advertisement

Indian army chopper crash: ଜାମ୍ମୁ କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

Indian army chopper crash: ଗୁରୁବାର ଦିନ ଜାମ୍ମୁ କାଶ୍ମୀର କିସ୍ତିୱାରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନା ହେଲିକପ୍ଟର। ଏହି ହେଲିକପ୍ଟରରେ ୩ ଜଣ ସେନା କର୍ମଚାରୀ ଥିଲେ । ସେନା ଅଧିକାରୀଙ୍କ ଅନୁଯାୟୀ, ଚପର ଦୁର୍ଘଟଣାରେ ପାଇଲଟମାନେ ଆହତ ହୋଇଛନ୍ତି କିନ୍ତୁ ସୁରକ୍ଷିତ ଅଛନ୍ତି । 

ସୌ(ସୋସିଆଲ ମିଡିଆ)

Indian army chopper crash: ଗୁରୁବାର ଦିନ ସକାଳେ ଜମ୍ମୁ କାଶ୍ମୀରର କିସ୍ତୱାଡ଼ ଜିଲ୍ଲା ଅନ୍ତର୍ଗତ ମାରୱା ତହସିଲ ଅଞ୍ଚଳର ମାଛନା ଗାଁରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଏହି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୩ ଜଣ ସେନା ରହିଥିଲେ । ତେବେ ଏନେଇ ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ହେଲିକପ୍ଟରରେ ଥିବା ୩ ଜଣ ପାଇଲଟ ଆହତ ହୋଇଥିଲେ ବି ନିରାପଦ ରହିଛନ୍ତି ।

ସୂଚନା ଅନୁଯାୟୀ, ସେନା ଏକ ଏଏଲଏଚ୍ ଧ୍ରୁବ ହେଲିକପ୍ଟର ଜମ୍ମୁ କାଶ୍ମୀରର କିସ୍ତୱାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ୩ ଜଣ ପାଇଲଟ ଆହତ ହୋଇଥିଲେ ମଧ୍ଯ ନିରାପଦ ଥିବା ସୂଚନା ରହିଛି । ତେବେ ଆହତ ପାଇଲଟଙ୍କ ଚିକିତ୍ସା ଚାଲିଥିବା ନେଇ ସେନା ଅଧିକାରୀ ସୂଚନା ଦେଇଛନ୍ତି । କିସ୍ତୱାଡ଼ ଜିଲ୍ଲାର ମାରୱା- ଦାଛନ ମଧ୍ଯରେ ପ୍ରଭାହିତ ମରୁସୁଦର ନଦୀରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଅଶଂ ବିଶେଷ ପଡ଼ିଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରକାଶ ଥାଉ କି, ଚଳିତ ମାର୍ଚ୍ଚ ମାସରେ ଆରୁଣାଚଳ ପ୍ରଦେଶର ମଣ୍ତଳା ପର୍ବତ୍ୟାଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିଲା ।

 ଅଧିକ ବିବରଣୀ ଅପେକ୍ଷା କରାଯାଇଛି।"