Shocking News: ଭାରତ କରିବ ମହାବିନାଶକ ଥର୍ମୋନ୍ୟୁକ୍ଲିୟର ବୋମା ପରୀକ୍ଷଣ, ଜାଣନ୍ତୁ ଏହାର କାରଣ
Advertisement

Shocking News: ଭାରତ କରିବ ମହାବିନାଶକ ଥର୍ମୋନ୍ୟୁକ୍ଲିୟର ବୋମା ପରୀକ୍ଷଣ, ଜାଣନ୍ତୁ ଏହାର କାରଣ

Destructive Thermonuclear Bomb: ଅହିଂସା ମାର୍ଗରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଥିବା ଭାରତ ୨୪ ବର୍ଷ ପରେ ପୃଥିବୀ ପୃଷ୍ଠରେ ପ୍ରଳୟ ଆଣିବାରେ ସକ୍ଷମ ଥର୍ମୋନ୍ୟୁକ୍ଲିୟର ବୋମା ପୁନଃ ପରୀକ୍ଷଣ କରିପାରେ।

Shocking News: ଭାରତ କରିବ ମହାବିନାଶକ ଥର୍ମୋନ୍ୟୁକ୍ଲିୟର ବୋମା ପରୀକ୍ଷଣ, ଜାଣନ୍ତୁ ଏହାର କାରଣ

Thermonuclear Bomb Test: ବର୍ତ୍ତମାନ ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ଏବଂ ତାଇୱାନ-ଚୀନ ସମସ୍ୟା କାରଣରୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ବଢିଯାଇଛି। ଏବେ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ବେଳେ ଋଷିଆ ପାଶ୍ଚାତ୍ୟ ଦେଶ ଉଦ୍ଦେଶ୍ୟରେ ଧମକ ଦେଇଛି ଆମ ସଂଯମତାର ପରୀକ୍ଷା ନକରାଯାଉ। ଅନ୍ୟପକ୍ଷରେ ତାଇୱାନ-ଜାପାନ ସୁରକ୍ଷାକୁ ନେଇ ଆମେରିକା-ଚୀନ୍ ମଧ୍ୟରେ ପରୁମାଣୁ  ଯୁଦ୍ଧ ହେବାର ସମ୍ଭବନା ବୃଦ୍ଧି ପାଇଛି। ଚୀନ୍‌ ପକ୍ଷରୁ ରହିଥିବା ବିପଦକୁ ମୁକାବିଲା କରିବା ପାଇଁ ଆମେରିକା ଗୁଆମ ଦ୍ୱୀପରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଥିବା ଏହାର ନୌସେନା ଘାଟିରେ ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ନିୟୋଜନକୁ ଜୋରଦାର କରିଛି। 

ଏହି ସମୟରେ ବିଶେଷଜ୍ଞ କହୁଛନ୍ତି ଯେ ଅହିଂସା ମାର୍ଗରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିାବାକୁ ଚାହୁଁଥିବା ଭାରତ ୨୪ ବର୍ଷ ପରେ ପୃଥିବୀ ପୃଷ୍ଠରେ ପ୍ରଳୟ ଆଣିବାରେ ସକ୍ଷମ ଥର୍ମୋନ୍ୟୁକ୍ଲିୟର ବୋମା ପୁନଃ ପରୀକ୍ଷଣ କରିପାରେ। କେବଳ ଏତିକି ନୁହେଁ ବିଶେଷଜ୍ଞ ଏହା ମଧ୍ୟ କହୁଛନ୍ତି ଯେ ଯଦି ଭାରତ ଏଭଳି ପରମାଣୁ ବୋମା ପରୀକ୍ଷା କରେ, ତାହେଲେ ଆମେରିକାକୁ ପରିପକ୍ୱତା ଦେଖାଇବାକୁ ହେବ। ଅର୍ଥାତ ପରମାଣୁ ପରୀକ୍ଷଣ ପାଇଁ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାରୁ ଆମେରିକାକୁ ଦୂରେଇ ରହିବାକୁ ପଡ଼ିବ।  

Also Read: Nuclear War: ପରମାଣୁ ଯୁଦ୍ଧକୁ ନେଇ ହେଲା ଆସିଲା ବଡ ଖବର, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଆମେରିକାସ୍ଥିତ ଚର୍ଚ୍ଚିତ ଥିଙ୍କ ଟ୍ୟାଙ୍କ କାର୍ନେଜି ଏଣ୍ଡୋମେଣ୍ଟ ଫର ଇଣ୍ଟରନେସନାଲ ପିସ ଭାରତକୁ ସୁରକ୍ଷାକୁ ନେଇ ଏକ ଚମକାଇବା ଭଳି ତଥ୍ୟ ପ୍ରଦାନ। ଏନେଇ ସଂସ୍ଥାର ବରିଷ୍ଠ ଗବେଷକ ଏଶଲି ଜେ ଟେଲିସ୍ ବିଶ୍ୱାସ କରନ୍ତି ଯେ ପରମାଣୁ ଅସ୍ତ୍ର ଉପରେ ଏସିଆ ମହାଗଦେଶରେ ନିର୍ଭରଶୀଳତା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ। ଗତ ୧୯୯୮ ମସିହାରେ ଭାରତ ଥର୍ମୋନ୍ୟୁକ୍ଲିୟର ବୋମା ପରୀକ୍ଷଣ କରିବାକୁ ଚେଷ୍ଟା କରିଥିଲା, ହେଲେ  ଏହା ସଫଳ ହୋଇପାରିଲା ନାହିଁ। ଯଦି ଭାରତ ନିଜର ଶତ୍ରୁ ଚୀନ୍ ଏବଂ ପାକିସ୍ଥାନ ସହିତ ସ୍ଥିର ସମ୍ପର୍କ ବଜାୟ ରଖେ, ତାହେଲେ ଭାରତର ସୁରକ୍ଷା ଜଡିତ କାର୍ଯ୍ୟ ସାଧାରଣ ଆଣବିକ ବୋମା ଦ୍ୱାରା ହୋଇପାରିବ। ଯଦି ଆଗାମୀ ଦିନରେ ଚୀନ୍ ସହିତ ଶତ୍ରୁତା ବୃଦ୍ଧି ପାଏ, ତାହେଲେ ଭାରତ ଦିନେ ଥର୍ମୋନ୍ୟୁକ୍ଲିୟର ବୋମା ପରୀକ୍ଷା କରିବାକୁ ବାଧ୍ୟ ହେବ। ଏହି ବୋମା ପରୀକ୍ଷଣ ଭବିଷ୍ୟତରେ ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ସମ୍ପର୍କ କିପରି ରହିବ, ତାହା ଉପରେ ନିର୍ଭର କରିବ।

ନିକଟରେ ଏକ ଭାରତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏକଥା କହିଛନ୍ତି ବରିଷ୍ଠ ଗବେଷକ ଏଶଲି ଜେ ଟେଲିସ୍। ଏନେଇ ସେ କହିଛନ୍ତି ଯେ ମୋର ବିଶ୍ୱାସ ଯେ ଭବିଷ୍ୟତରେ ଭାରତ ପୁଣି ଥରେ ଥର୍ମୋନ୍ୟୁକ୍ଲିୟର ବୋମା ନିର୍ମାଣ କରିବା ବିଷୟରେ ଚିନ୍ତା କରିପାରେ। ଏହା ଦ୍ୱାରା ଭାରତ ଚୀନ୍ ବିପକ୍ଷରେ ପରମାଣୁ ପ୍ରତିରୋଧକ ଶକ୍ତି ହାସଲ କରିପାରିବ। ଯଦି ଭାରତ ଥର୍ମୋନ୍ୟୁକ୍ଲିୟର ବୋମା ପରୀକ୍ଷଣ କରେ, ତାହେଲେ ଏହାର ପ୍ରଭାବ ଆମେରିକା ସହିତ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପଡ଼ିପାରେ। ଏହାର କାରଣ ହେଉଛି ଯେ ଭାରତର ପରମାଣୁ ପରୀକ୍ଷଣ କାର୍ଯ୍ୟକ୍ରମ ଆମେରିକା-ଭାରତ ବେସାମରିକ ପରମାଣୁ ଚୁକ୍ତି ଏବଂ ଆଣବିକ ଯୋଗାଣକାରୀ ଗୋଷ୍ଠୀ ଆଧାରରେ କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଭାରତ ଭବିଷ୍ୟତରେ ଆଉ କୌଣସି ଆଣବିକ ପରୀକ୍ଷଣ କରିବ ନାହିଁ। ହେଲେ ଯଦି ଚୀନ୍ ଆଣବିକ ଅସ୍ତ୍ର ସଂଖ୍ୟା ବଢାଏ, ତାହେଲେ ଏହା ଦ୍ୱାରା ଭାରତ ଲାଗି ସମସ୍ୟା ଆହୁରି ବଢିଯିବ। 

Also Read: Nuclear Attack Plane: ନାଟୋ ସହ ମୁକାବିଲା ପାଇଁ ଅଣ୍ଟାଭିଡିଲା ଋଷିଆ, ନେଲା ଏହି ନିଷ୍ପତ୍ତି

ଆସନ୍ତା ୨୦୩୦ ସୁଦ୍ଧା ୧୦୦୦ ପରମାଣୁ ବୋମା ତିଆରି କରିବାକୁ ଯୋଜନା କରିଛି ଚୀନ। କେବଳ ଏତିକି ନୁହେଁ ଚୀନ୍ ଦେଶର ମରୁଭୂମି ଅଞ୍ଚଳରେ ଶହ ଶହ ପରମାଣୁ କ୍ଷେପଣାସ୍ତ୍ର ପାଇଁ ସାଇଲୋ ବିକଶିତ କରୁଛି। ଯାହା ଦ୍ୱାରା ଏହି ପରମାଣୁ ଅସ୍ତ୍ରକୁ ଲୁଚାଇ ରଖାଯାଇ ପାରିବ। ଭବିଷ୍ୟତରେ ଚୀନ୍‌ ପକ୍ଷରୁ ଆସିବାକୁ ଥିବା ଏଭଳି ବିପଦକୁ ଦୃଷ୍ଟିରେ ରଖି ଭାରତ ଦିନେ ଥର୍ମୋନ୍ୟୁକ୍ଲିୟର ବୋମା ପରୀକ୍ଷା କରିବାକୁ ବାଧ୍ୟ ହେବ। ଏନେଇ ଗବେଷକ ଟେଲିସ୍ କହିଛନ୍ତି ମୁଁ ବିଶ୍ୱାସ କରୁଛି ଯେ ଯେତେବେଳେ ଭାରତ ଏଭଳି ପରୀକ୍ଷଣ କରିବ ସେତେବେଳେ ୱାଶିଂଟନ, ନୂଆଦିଲ୍ଲୀ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଦୂରେଇ ରହିବା ଆବଶ୍ୟକ। ଥର୍ମୋନ୍ୟୁକ୍ଲିୟର ବୋମା ପରୀକ୍ଷଣରେ ଆମେରିକା ଭାରତକୁ ସାହାଯ୍ୟ କରିବା ଆବଶ୍ୟକ। କାରଣ ଏହା ଦ୍ୱାରା କୌଣସି ଆଣବିକ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ପ୍ରଭାବଶାଳୀ ପ୍ରତିରୋଧ ହାସଲ କରାଯାଇ ପାରିବ। ଏଥିପାଇଁ ଆମେରିକା ଭାରତକୁ ଆଣବିକ ବୁଡ଼ାଜାହାଜ ନିର୍ମାଣରେ ସାହାଯ୍ୟ କରିପାରିବ। ଏହି ସାହାଯ୍ୟ ଫ୍ରାନ୍ସ ମାଧ୍ୟମରେ ଆମେରିକା ଭାରତ ପାଖରେ ପହଞ୍ଚାଇ ପାରିବ। ଯାହା ବିଶ୍ୱ ଶାନ୍ତି ଲାଗି ଆବଶ୍ୟକ।  

ପରମାଣୁ ବୋମା ହେଉ କିମ୍ବା ଥର୍ମୋନ୍ୟୁକ୍ଲିୟର ବୋମା ଉଭୟ ପୃଥିବୀ ପୃଷ୍ଠରେ ମହାବିନାଶ ଆଣିବା ଅସ୍ତ୍ର ଭାବରେ ଜଣାଶୁଣା। ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଦୁଇଟି ବୋମା ମଧ୍ୟରେ ଏକ ପ୍ରମୁଖ ପାର୍ଥକ୍ୟ ରହିଛି। ପରମାଣୁ ବୋମା କମ୍ କ୍ଷମତା ବିଶିଷ୍ଟ ଶକ୍ତି ଉତ୍ପାଦନ କରିଥାନ୍ତି।  ଯାହା କିଛି କିଲୋଟନ୍ ପର୍ଯ୍ୟନ୍ତ ହୋଇଥାଏ। ହେଲେ ଶହ ଶହ କିଲୋଟନ୍ କ୍ଷମତା ରଖୁଥିବା ଥର୍ମୋନ୍ୟୁକ୍ଲିୟର ବୋମାସ, ପରମାଣୁ ବୋମା ଠାରୁ ବଡ ଧରଣର ବିପର୍ଯ୍ୟୟ ଆଣିଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନ ବିରୋଧରେ ଆମେରିକା ବ୍ୟବହାର କରିଥିବା ଦୁଇଟି ପରମାଣୁ ବୋମାର ଶକ୍ତି ୧୫-୨୦ କିଲୋଟନ୍ ମଧ୍ୟରେ ଥିଲା। ପରମାଣୁ ବୋମା ଆକ୍ରମଣର ଶୀକାର ହୋଇଥିବା ଉଭୟ ହିରୋସିମା ଏବଂ ନାଗାସାକି ଜାପାନର ଛୋଟ ସହର ଥିଲେ। ହେଲେ ଯଦି ଭାରତ ସାଂଘାଇ ଏବଂ ବେଜିଂ ଭଳି ପରି ମହାନଗରକୁ ଧ୍ୱଂସ କରିବାକୁ ଚାହେଁ ପରମାଣୁ ବଦଳରେ ଥର୍ମୋନ୍ୟୁକ୍ଲିୟର ବୋମା ବ୍ୟବହାର କରିବାକୁ ପଡିବ। ପ୍ରତିରକ୍ଷା ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଥର୍ମୋନ୍ୟୁକ୍ଲିୟର ବୋମା ସଂଖ୍ୟା ଅଳ୍ପ ହୋଇପାରେ। ହେଲେ ପ୍ରତିରୋଧକ କ୍ଷମତା ଆକାରରେ ଏହାର ପ୍ରଭାବ ପରମାଣୁ ବହୁତ ଅଧିକ ହୋଇଥାଏ। ଭାରତ ଏକ ଆଣବିକ କ୍ଷମତାସମ୍ପନ୍ନ ଶକ୍ତି ହୋଇ ଏହା କରିବାକୁ ଚାହୁଁନଥିଲା। ହେଲେ ଆଣବିକ ଅସ୍ତ୍ରରେ ସଜ୍ଜିତ ଚୀନ୍ ଏବଂ ପାକିସ୍ତାନ ସହ ଭାରତର ତିକ୍ତତା ରହିଛି। ଭାରତ କେବଳ ଶତ୍ରୁପକ୍ଷର ପ୍ରତିରୋଧ ପାଇଁ ପରମାଣୁ ବୋମା ବିକଶିତ କରିଛି।

Also Read: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁଣି ଆମେରିକା କରିବ ପରମାଣୁ ହମଲା! ଟାର୍ଗେଟରେ ଇରାନ

ଗତ ୧୯୯୮ ମସିହାରେ ଭାରତ ପୋଖରାନ ଠାରେ ପରମାଣୁ ବୋମା ପରୀକ୍ଷଣ କରିଥିଲା। ଭାରତ ପାଖରେ ବର୍ତ୍ତମାନ ୧୬୫ ପରମାଣୁ ବୋମା ରହିଛି। ଅନ୍ୟପଟେ ଚୀନ୍‌ ପାଖରେ ପରମାଣୁ ବୋମା ସଂଖ୍ୟା ୩୫୦ ଅତିକ୍ରମ କରିସାରିଛି। ଚୀନ୍ କ୍ରମାଗତ ଭାବରେ ଆଣବିକ ଅସ୍ତ୍ରକୁ ଆଧୁନିକୀକରଣ କରୁଛି। ପରମାଣୁ ବୋମା ବ୍ୟବହାର ପାଇଁ ଭାରତ ପୃଥିବୀ, ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନ ଏବଂ ବୁଡ଼ାଜାହାଜ ଉପରେ ନିର୍ଭରଶୀଳ। ଭାରତ ପରମାଣୁ ବୋମା ନିକ୍ଷେପ କରିବାରେ ସକ୍ଷମ ଏକ ପରମାଣୁ ବୁଡ଼ାଜାହାଜ ଆଇଏନଏସ ଅରିହନ୍ତ ନିର୍ମାଣ କରିଛି। ନିକଟରେ ଭାରତ ସମୁଦ୍ରରୁ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ବିଶେଷଜ୍ଞ କହିଛନ୍ତି ଯେ ପ୍ରକୃତ ପ୍ରତିରୋଧକ ହାସଲ କରିବା ପାଇଁ ଭାରତକୁ ଅତି କମରେ ୪୦୦ ପରମାଣୁ ବୋମା ତିଆରି କରିବାକୁ ପଡିବ। ଯେଉଁଥିରେ ୧୦-୧୨ କିଲୋଟର ପରମାଣୁ ବୋମା ସହିତ ମେଗାଟନ୍ ଯୁକ୍ତ ଥର୍ମୋନ୍ୟୁକ୍ଲିୟର ବୋମା ଅନ୍ତର୍ଭୂକ୍ତ ରହିଛି।