Monsoon Update: ଦେଶରେ କିପରି ରହିଛି ମୌସୁମୀ ସ୍ଥିତି? କେଉଁଠି ହେବ ବର୍ଷା?
Advertisement
Article Detail0/zeeodisha/odisha1245830

Monsoon Update: ଦେଶରେ କିପରି ରହିଛି ମୌସୁମୀ ସ୍ଥିତି? କେଉଁଠି ହେବ ବର୍ଷା?

Monsoon Update in India:  ଆସନ୍ତା ୫ ଦିନ ପାଇଁ କେନ୍ଦ୍ରୀୟ ଭାରତ ଏବଂ ପଶ୍ଚିମ ଉପକୂଳରେ ସକ୍ରିୟ ମୌସୁମୀ ପରିସ୍ଥିତି ଜାରି ରହିବା ନେଇ ମଙ୍ଗଳବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Monsoon Update: ଦେଶରେ କିପରି ରହିଛି ମୌସୁମୀ ସ୍ଥିତି? କେଉଁଠି ହେବ ବର୍ଷା?

Monsoon Update in India: କେନ୍ଦ୍ରୀୟ ଭାରତରେ ଏକ ଲଘୁଚାପ ପ୍ରଭାବ କାରଣରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହୋଇଉଠିଛି। ଏହି କାରଣରୁ ଖରିଫ ଫସଲ ବୁଣିବା ସମୟରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୫ ଦିନ ପାଇଁ କେନ୍ଦ୍ରୀୟ ଭାରତ ଏବଂ ପଶ୍ଚିମ ଉପକୂଳରେ ସକ୍ରିୟ ମୌସୁମୀ ପରିସ୍ଥିତି ଜାରି ରହିବା ନେଇ ମଙ୍ଗଳବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏନେଇ କୁହାଯାଇଛି ଯେ ବୁଧବାର ଠାରୁ ଦେଶର ଉତ୍ତର-ପଶ୍ଚିମ ଭାଗରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି।

ଭାରତ ପାଣିପାଗ ବିଭାଗ କହିଛି ଯେ ମଧ୍ୟପ୍ରଦେଶର ମଧ୍ୟଭାଗରେ ନିମ୍ନ ଚାପ ଅଞ୍ଚଳ ଏବଂ ଗୁଜୁରାଟରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଏକ ନିମ୍ନ ଚାପର ପ୍ରଭାବରେ ତେଲେଙ୍ଗାନା, କେରଳ ଭଳି ରାଜ୍ୟରେ ବ୍ୟାପକ ବର୍ଷା ହୋଇଛି। ଆସନ୍ତା ୫ ଦିନ ପାଇଁ ଉପକୂଳ କର୍ଣ୍ଣାଟକ ଏବଂ ଓଡିଶାରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗ ତଥ୍ୟ ଅନୁସାରେ ବିଗତ କିଛି ଦିନ ମଧ୍ୟରେ ଆବଶ୍ୟକୀୟ ପରିମାଣରେ ବର୍ଷା ହୋଇଥିବାରୁ ଏହା ଦେଶର ସାମଗ୍ରିକ ନିଅଣ୍ଟକୁ ଗତ ଶୁକ୍ରବାର ୮ ପ୍ରତିଶତରୁ ୨ ପ୍ରତିଶତକୁ ହ୍ରାସ କରିବାରେ ସହାୟକ ହୋଇଛି। ଦୈନିନିକ ବୃଷ୍ଟିପାତ ବାବଦରେ ପ୍ରତିକ୍ରିୟା ରଖି ପାଣିପାଗ ବିଭାଗ କହିଛି ଯେ ଆବଶ୍ୟକୀୟ ପରିମାଣ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ୪୮, ଝାଡଖଣ୍ଡରେ ୪୨,  କେରଳରେ ୩୮, ଓଡିଶାରେ ୨୬, ମିଜୋରାମରେ ୨୫, ମଣିପୁରରେ ୨୪ ଏବଂ ଗୁଜୁରାଟରେ ୨୨ ପ୍ରତିଶତ ବର୍ଷା ହୋଇଥିବାର କୁହାଯାଇଛି।

Also Read: ପ୍ରାକ୍ ମୌସୁମୀ ବର୍ଷା କ'ଣ? କିପରି ଏହା ମୌସୁମୀ ବର୍ଷା ଠାରୁ ହୋଇଥାଏ ଭିନ୍ନ