ବଢୁଛି ମୋବାଇଲ ଆଡିକ୍ସନ୍, ଶିଶୁଙ୍କ ପାଇଁ ଆଣିପାରେ ଏହି ସବୁ ବିପଦ
Advertisement
Article Detail0/zeeodisha/odisha1133204

ବଢୁଛି ମୋବାଇଲ ଆଡିକ୍ସନ୍, ଶିଶୁଙ୍କ ପାଇଁ ଆଣିପାରେ ଏହି ସବୁ ବିପଦ

Smartphone Addiction: WHO ଲଗାତାର ପିଲାମାନେ ମୋବାଇଲ୍ ଭିଡିଓ ଗେମରେ ବ୍ୟସ୍ତ ରହିବାକୁ ମାନସିକ ରୋଗ ଭାବେ ବିବେଚନା କରିଛି । ଗେମ୍ ଖେଳିବାରେ ପିଲାଙ୍କ ନିନ୍ତ୍ରଣ ରହିନଥାଏ ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ପିଲାଙ୍କ ମଧ୍ୟରେ ବଢୁଛି ମୋବାଇଲ(Mobile) ଆଡିକ୍ସନ୍ । ଆଜିର ସମୟରେ ଅନେକ ଛୋଟ ପିଲା ବିନା ସ୍ମାର୍ଟଫୋନ୍ ବ୍ୟବହାରରେ କିଛି ବି କାମ କରୁନାହାନ୍ତି । ଅଧିକାଂଶ ପିଲା ମୋବାଇଲରେ ଗେମ୍ ଖେଳି ସମୟ ଅପଚୟ କରୁଛନ୍ତି । ରାତି ପାହିଲେ ପିଲାଙ୍କ ହାତରେ ଦେଖିବାକୁ ମିଳୁଛି ମୋବାଇଲ୍ (Mobile) ଫୋନ୍ । ପିଲାଙ୍କ ହାତକୁ ମୋବାଇଲ୍ ଫୋନ୍ ନ ଦେଲେ ସେମାନଙ୍କ ମଧ୍ୟରେ ରାଗ ବଢୁଥିବା ଦେଖିବାକୁ ମିଳୁଛି । ଜାଣନ୍ତୁ ପିଲାଙ୍କ ମୋବାଇଲ୍ ଫୋନ୍ ବହୁଳ ବ୍ୟବହାର ସେମାନଙ୍କ ପାଇଁ କେଉଁ ବିପଦ ସୃଷ୍ଟି କରିପାରେ..

ମୋବାଇଲ୍ ଟ୍ରାପରେ ଶିଶୁ
ଦିନକୁ ଦିନ ମୋବାଇଲ୍ ସ୍କ୍ରିନ୍ ପିଲାଙ୍କୁ ଟ୍ରାପ୍ (Trap) କରିବାରେ ଲାଗିଛି । ପିଲାମାନଙ୍କୁ ସହଜରେ ଖୁଆଇବାକୁ କିଛି ମାତା-ପିତା ପିଲାଙ୍କ ହାତରେ ମୋବାଇଲ୍ ଧରାଇଦିଅନ୍ତି । ଅନେକ ମାତା-ପିତା କାର୍ଯ୍ୟ ବ୍ୟସ୍ତତା ପାଇଁ ସେମାନଙ୍କ ପିଲାଙ୍କୁ ମୋବାଇଲ୍ ଫୋନ୍ ଧରାଇ ଦିଅନ୍ତି । ଏହାକୁ କିଛି ଦିନ ପରେ ମାତାପିତା ଅଣଦେଖା କରନ୍ତି । WHO କହିବା ଅନୁଯାୟୀ ଏପରି କରିବା ଦ୍ୱାରା ଆପଣ ଆପଣଙ୍କର ପିଲାଙ୍କ ବହୁତ ବଡ଼ କ୍ଷତି କରୁଛନ୍ତି । ଏବେ ଆଉ ଏକ ଜିନିଷ ବର୍ତ୍ତମାନ ସମୟରେ ଚିନ୍ତାକୁ ଦ୍ୱିଗୁଣିତ କରିଛି । ପିଲାମାନଙ୍କ ମଧ୍ୟରେ ଏବେ ଲଗାତର ଭାବରେ ଗେମ୍ ଆଡିକ୍ସନ ଲକ୍ଷ୍ୟ କରାଯାଉଛି । ଯାହା ପିଲାମାନଙ୍କ କ୍ଷେତ୍ରରେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଲଗାତାର ପିଲାମାନେ ମୋବାଇଲ୍ ଭିଡିଓ ଗେମରେ ବ୍ୟସ୍ତ ରହିବାକୁ ମାନସିକ ରୋଗ ଭାବେ ବିବେଚନା କରିଛନ୍ତି WHO । ଗେମ୍ ଖେଳିବାରେ ପିଲାଙ୍କ ନିନ୍ତ୍ରଣ ରହିନଥାଏ । ଗେମରେ ଜିତିବା ଜିଦରେ ଘଣ୍ଟ ଘଣ୍ଟା ଧରି ଗେମ୍ ଖେଳିବା ଦ୍ୱାରା ପିଲାଙ୍କ ପାଇଁ ବିପଦ ସୃଷ୍ଟି କରେ । ପିଲାଟି କିଛିଦିନ ପରେ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦିଏ । ଗେମ୍ ଖେଳିବା ଦ୍ୱାରା ପିଲା ପାଠ ପଢ଼ାଠାରୁ ଦୂରେଇ ଯାଇଏ । ମାତା-ପିତା ହିଁ ପିଲାଙ୍କୁ ମୋବାଇଲ୍ ଫୋନର ଅଭ୍ୟାସ ଲଗେଇଦିଅନ୍ତି । କୋରୋନା କାଳରେ ମୋବାଇଲରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବା ପରଠାରୁ ପିଲାମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ବୃଦ୍ଧି ପାଇଛି  ।

ବହୁଳ ମୋବାଇଲ୍ ବ୍ୟବହାର ପିଲାଙ୍କ ପାଇଁ ଆଣିପାରେ ଏହି ବିପଦମୋବାଇଲ୍ ଫୋନର ମାତ୍ରାଧିକ ବ୍ୟବହାର ଦ୍ୱାରା ପିଲାଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ । ଶାରୀରିକ ସହ ମାନସିକ ପ୍ରଭାବ ମଧ୍ୟ ପଡ଼ିଥାଏ । ମାତ୍ରାଧିକ ମୋବାଇଲ୍ (Mobile) ବ୍ୟବହାର କିରିବା ଦ୍ୱାରା ପିଲାଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଯାଇଥାଏ । ପିଲାଙ୍କ ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ, ଆଖିରେ ଯନ୍ତ୍ରଣା ହେବା ଆରମ୍ଭ କରେ । ପ୍ରତ୍ୟେକ ସମୟରେ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ପିଲାଙ୍କ ଶୋଇବା ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ପିଲାର ସ୍ମରଣ ଶକ୍ତି ହ୍ରାସ ପାଇଥାଏ, ସ୍କୁଲରେ ପାଠପଢ଼ାରେ ଉପଯୁକ୍ତ ସମୟ ଦେଇପାରେନାହିଁ। ପିଲା ମୋବାଇଲରେ ଯାହା ଦେଖିଯାଏ, ତା ମନରେ ସେହି ଦୃଶ୍ୟ ଘୁରିବୁଲିଥାଏ । ପିଲା ପାଠପଢ଼ାରେ ଧ୍ୟାନ ଦେଇପାରେନାହିଁ, ସ୍କୁଲରେ ପାଠପଢ଼ାରେ ଖରାପ ପ୍ରଦର୍ଶନ କରିଥାଏ । ଅନେକ ପିଲା ମୋବାଇଲରେ ବ୍ୟସ୍ତ ରହି ଘର ଲୋକଙ୍କ ସହିତ କଥାହେବା ଛାଡ଼ିଦିଅନ୍ତି । ପିଲାର କଥାକହିବା ମଧ୍ୟ ହ୍ରାସ ପାଇଥାଏ । ପିଲାଙ୍କୁ ଡାକିଲେ ସେ ଘର ଲୋକଙ୍କ କଥାକୁ ଧ୍ୟାନ ଦେଇନଥାଏ । ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ୱାରା ସାମାଜିକ ଦୂରତା ବଢ଼ିବା ସହିତ ଅନ୍ୟ ପିଲାଙ୍କ ସହ ଖେଳିବା ଛାଡ଼ିଦିଏ ଶିଶୁ । ଯଦି ମାତାପିତା ମୋବାଇଲ୍ ଛଡ଼ାଇ ନିଅନ୍ତି, ପିଲା ଚିଡ଼ିଚିଡ଼ା ହେବା ସହ ପିଲା ମଧ୍ୟରେ କ୍ରୋଧ ଜାତ ହେବା ସହ କ୍ରୋଧଭାବ ବଢ଼ିଯାଏ । ଘରର ଜିନିଷ ଏଣେତେଣେ ଫିଙ୍ଗିବା ଆରମ୍ଭ କରିଦିଏ ପିଲା । ଏହା ଦ୍ୱାରା ପିଲାର ମାନସିକ ସ୍ତରରେ ପ୍ରଭାବ ପଡ଼ିଥାଏ । ପିଲାଙ୍କ ମଧ୍ୟରେ ଡିପ୍ରେସନ (Depression) ସୃଷ୍ଟି ହୁଏ, ଏପରିକି ପିଲା ଆତ୍ମହତ୍ୟା କରିବା କଥା ମନରେ ଭାବିତାଏ ବୋଲି ସ୍ୱାସ୍ଥ୍ୟ ବିଷେଷଜ୍ଞ କହିଛନ୍ତି ।

ପିଲାଙ୍କଠାରେ କେମିତି ଛଡ଼ାଇବେ ଟିଭି ଓ ମୋବାଇଲ୍ ଅଭ୍ୟାସ
ପିଲାମାନଙ୍କ ହାତକୁ ମୋବାଇଲ୍ ଯିବା ପରଠାରୁ ବାପା-ମାଆଙ୍କ ଚିନ୍ତା ବଢ଼ିଯାଇଛି । ପିଲାର ମୋବାଇଲ୍ ଫୋନ୍ ଅଭ୍ୟାସକୁ ଦୂର କରିବା ପାଇଁ ଆପଣ ଏହିସବୁ କାର୍ଯ୍ୟ କରିପାରିବେ । ଯେତେ ପାରୁଛନ୍ତି ପିଲାଙ୍କଠାରୁ ମୋବାଇଲ୍ ଫୋନଠାରୁ ଦୂରରେ ରଖନ୍ତୁ । ମୋବାଇଲ୍ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ଦିଅନ୍ତୁନାହିଁ । ପିଲାଙ୍କ ସହ ଅଧିକରୁ ଅଧିକ ସମୟ ଦେବାକୁ ଚେଷ୍ଠା କରନ୍ତୁ । ପିଲା ସହତି କଥା ହୁଅନ୍ତୁ, ଗୀତ ଓ ଶୁଣାଇବା ଅଭ୍ୟାସରେ ପକାନ୍ତୁ । ପିଲାଙ୍କୁ ନେଇ ପାର୍କ ଯାଆନ୍ତୁ, ଅନ୍ୟ ପିଲାଙ୍କ ସହ ମିଶିବାକୁ ଦିଏନ୍ତୁ । ଭଲ କଥା ଶିଖାନ୍ତୁ । ପ୍ରତିକଥାରେ କଟକଣା ମଧ୍ୟରେ ରଖନ୍ତୁନାହିଁ ପିଲାଙ୍କୁ । ଏହାଦ୍ୱାରା ସ୍ମାର୍ଟ ଫୋନ୍ ନିଶାରୁ ପିଲାଙ୍କୁ ମୁକୁଳାଇପାରିବା ବୋଲି ସ୍ୱାସ୍ଥ୍ୟ ବିଷେଷଜ୍ଞ କହିଛନ୍ତି ।

ଏହା ବି ପଢ଼ନ୍ତୁ: ଦଶମ ପାସଙ୍କ ପାଇଁ ବିନା ଲିଖିତ ପରୀକ୍ଷାରେ ଚାକିରି କରିବାର ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ଏହା ବି ପଢ଼ନ୍ତୁ: ୧୦୦ ଟଙ୍କାରେ ପେଟ୍ରୋଲ ଭରିବାବେଳେ କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ଆପଣ? ଜାଣିଲେ ଆଶ୍ଚର୍ଯ୍ୟ ହେବେ