Hyderabad: ତେଲେଙ୍ଗାନାର ରାଜଧାନୀ ଭାବେ ହାଇଦ୍ରାବାଦକୁ ମିଳିଲା ବିଧିବଦ୍ଧ ସ୍ବୀକୃତି
Advertisement
Article Detail0/zeeodisha/odisha2275174

Hyderabad: ତେଲେଙ୍ଗାନାର ରାଜଧାନୀ ଭାବେ ହାଇଦ୍ରାବାଦକୁ ମିଳିଲା ବିଧିବଦ୍ଧ ସ୍ବୀକୃତି

Capital of Telangana: ୨ ଜୁନ ୨୦୧୪ ରେ ଆନ୍ଧ୍ରପ୍ରଦେଶର ବିଭାଜନ ହୋଇ ଉଭୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଭଳି ୨ଟି ରାଜ୍ୟ ଅସ୍ତିତ୍ବକୁ ଆସିଥିଲା । ସେହି ଦିନ ଠାରୁ ତତ୍କାଳୀନ ରାଜଧାନୀ ହାଇଦ୍ରାବାଦକୁ ୧୦ ବର୍ଷ ପାଇଁ ୨ ଟି ରାଜ୍ୟର ରାଜଧାନୀ ଭାବେ ସ୍ବୀକୃତି ଦିଆଯାଇଥିଲା ।

 

Hyderabad

Hyderabad: ହାଇଦ୍ରାବାଦ ଆଉ ସଂଯୁକ୍ତ ରାଜଧାନୀ ଭାବେ ପରିଚିତ ହେବ ନାହିଁ । ଆନ୍ଧ୍ର ପ୍ରଦେଶ ପୁନଃଗଠନ ଅଧିନିୟମ ୨୦୧୪ ଅନୁସାରେ ରବିବାର ଜୁନ ୨ ଠାରୁ ହାଇଦ୍ରାବାଦ କେବଳ ତେଲେଙ୍ଗାନାର ରାଜଧାନୀ ଭାବେ ଚିହ୍ନିତ ହେବ । ୨ ଜୁନ ୨୦୧୪ ରେ ଆନ୍ଧ୍ରପ୍ରଦେଶର ବିଭାଜନ ହୋଇ ଉଭୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଭଳି ୨ଟି ରାଜ୍ୟ ଅସ୍ତିତ୍ବକୁ ଆସିଥିଲା । ସେହି ଦିନ ଠାରୁ ତତ୍କାଳୀନ ରାଜଧାନୀ ହାଇଦ୍ରାବାଦକୁ ୧୦ ବର୍ଷ ପାଇଁ ୨ ଟି ରାଜ୍ୟର ରାଜଧାନୀ ଭାବେ ସ୍ବୀକୃତି ଦିଆଯାଇଥିଲା ।

ଏହି କ୍ରମରେ ରବିବାର ସିକନ୍ଦରାବାଦର ପ୍ୟାରେଡ ଗ୍ରାଉଣ୍ଡରେ ତେଲେଙ୍ଗାନା ରାଜ୍ୟ ଗଠନ ଦିବସ ସମାରୋହ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଯୋଗ ଦେଇ କହିଥିଲେ, "ତେଲେଙ୍ଗାନାର ଜୀବନ ଶୈଳୀ ହେଉଛି ସ୍ବତନ୍ତ୍ରତା । ଏଠାକାର ଲୋକ ଅଧୀନତାକୁ ବରଦାସ୍ତ କରିବେ ନାହିଁ । ସମସ୍ତଙ୍କୁ ଭଲ ପାଇବା ଓ ପ୍ରଶ୍ନ ପଚାରିବା ଏହି ରାଜ୍ୟର ଲୋକଙ୍କ ଜୀବନ ଦର୍ଶନ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି, "ଏଠାକାର ସମାଜ ଜନ କଲ୍ୟାଣ ଆଢୁଆଳରେ ଶୋଷଣକୁ କଦାପି ବରଦାସ୍ତ କରିବ ନାହିଁ । କଂଗ୍ରେସ ସମୟରେ ଶାସକ ଓ ଶାସିତଙ୍କ ମଧ୍ୟରେ ଥିବା ବୃହତ ପାଚେରୀ ଭାଙ୍ଗିଯାଇଛି । ସେ ଆହୁରି କହିଛନ୍ତି ଯେ ଇନ୍ଦିରା ପାର୍କରେ ବିରୋଧ ଓ ଧାରଣା ପ୍ରଦର୍ଶନ ପାଇଁ ଆମେ ଅନୁମତି ପ୍ରଦାନ କରିଛୁ । ସେ ବିରୋଧୀ ପକ୍ଷଙ୍କୁ ମଧ୍ୟ ସମ୍ମାନ ଦେଇ ଆସିଛୁ।

ଏହି ଅବସରରେ ତେଲେଙ୍ଗାନା ରାଜ୍ୟ ଗଠନର ସ୍ବପ୍ନକୁ ସାକାର କରିଥିବାରୁ କଂଗ୍ରେସର ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଷ୍ଟ୍ରୀୟ ଧ୍ବଜା ଉତ୍ତୋଳନ କରିଥିଲେ ଓ ପୋଲିସ ବାହିନୀଙ୍କ ସଲାମି ନେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଜ୍ୟ ସଙ୍ଗୀତ 'ଜୟ ଜୟ ତେଲେଙ୍ଗାନା'କୁ ସର୍ବସାଧାରଣଙ୍କ ସମ୍ମୁଖରେ ରିଲିଜ କରିଥିଲେ । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗତ ମାସ ନିଜର ଅଧିକାରୀ ମାନଙ୍କୁ କହିଥିଲେ ଯେ ଜୁନ ୨ ପରେ ହାଇଦ୍ରାବାଦରେ ଥିବା ଲେକ ଭ୍ୟୁ ସରକାରୀ ଗେଷ୍ଟ ହାଉସ ଭଳି ସରକାରୀ ବଙ୍ଗଳା ଗୁଡିକୁ ନିଜ ଅଧୀନରେ ଆଣିବାପାଇଁ ନିର୍ଦ୍ଦେଶ ଦେଇଥିଲେ ଯାହା ଗତ ୧୦ ବର୍ଷ ପାଇଁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଦିଆଯାଇଥିଲା ।