ସୁପ୍ରିମକୋର୍ଟରେ ପୁଣିଥରେ ପହଞ୍ଚିଲା ଜ୍ଞାନଭାପି ମାମଲା; ଶ୍ରାବଣରେ ପୂଜା ପାଇଁ ଦାବି
Advertisement
Article Detail0/zeeodisha/odisha1259096

ସୁପ୍ରିମକୋର୍ଟରେ ପୁଣିଥରେ ପହଞ୍ଚିଲା ଜ୍ଞାନଭାପି ମାମଲା; ଶ୍ରାବଣରେ ପୂଜା ପାଇଁ ଦାବି

Gyanvapi case: ଜ୍ଞାନଭାପି ମାମଲାର ଶୁଣାଣି ବର୍ତ୍ତମାନ ଜିଲ୍ଲା କୋର୍ଟରେ ଚାଲିଛି । ସେପଟେ ସୁପ୍ରିମକୋର୍ଟରେ (Supreme Court) ପୁଣି ଏକ ପିଟିସନ ଦାଖଲ କରାଯାଇଛି । ଶ୍ରାବଣରେ ଏହା ପରିସରରେ ପୂଜାପାଠ ପାଇଁ ଅନୁମତି ଦେବାକୁ ଦାବି କରାଯାଇଛି ।

ସୌ: ସୋସିଆଲ ମିଡିଆ

Gyanvapi Masjid Row: ଜ୍ଞାନଭାପି ମାମଲାର ଶୁଣାଣି କ୍ରମାଗତ ଭାବରେ ବାରାଣାସୀ ଜିଲ୍ଲା କୋର୍ଟରେ (Varanasi District Court) ଚାଲିଛି । ହିନ୍ଦୁ ପକ୍ଷ କ୍ରମାଗତ ତିନି ଦିନ ଧରି ନିଜର ଯୁକ୍ତି ଉପସ୍ଥାପନ କରିଆସୁଛନ୍ତି । ଏହି ସମୟରେ ଜ୍ଞାନଭାପି ମସଜିଦ୍‌ରେ (Gyanvapi Masjid) ଧାର୍ମିକ ରୀତିନୀତି ଦାବିରେ ସୁପ୍ରିମକୋର୍ଟରେ (Supreme Court) ଏକ ପିଟିସନ ଦାଖଲ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ ଶ୍ରାବଣ ମାସରେ ସେଠାରେ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଅନୁମତି ଦିଆଯାଉ । କହିରଖୁଛୁ ଯେ ପ୍ରଥମେ ଯେତେବେଳେ ଜ୍ଞାନଭାପି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ସେତେବେଳେ କୋର୍ଟ ଏହାକୁ ଜିଲ୍ଲା ଜଜଙ୍କ ନିକଟକୁ ପଠାଇ ଦେଇଥିଲେ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଅନୁଯାୟୀ ଯେଉଁଠାରେ କଥିତ ଶିବଲିଙ୍ଗ ଥିବା ଜାଗାରେ ସୁରକ୍ଷା ଜାରି ରହିବ । କୋର୍ଟ କହିଛନ୍ତି ଯେ ସିଭିଲ କୋର୍ଟ ବଦଳରେ ଏହି ମାମଲା ଜିଲ୍ଲା ଜଜଙ୍କ ଦ୍ୱାରା ଶୁଣାଣି ହେବା ଉଚିତ । ସୁପ୍ରିମକୋର୍ଟ ନିମ୍ନ ଅଦାଲତକୁ ୮ ସପ୍ତାହ ସମୟ ଦେଇଥିଲେ । ୮୪ କାର୍ଯ୍ୟଦିବସ ମଧ୍ୟରେ ଶୁଣାଣି ଶେଷ ହେବା ପରେ ଜିଲ୍ଲା କୋର୍ଟ ଏହି ରାୟ ଶୁଣାଇ ସୁପ୍ରିମକୋର୍ଟରେ ଜଣାଇବାକୁ ପଡିବ । ଏଭଳି ପରିସ୍ଥିତିରେ ଏହି ପ୍ରସଙ୍ଗରେ ଦୈନିକ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁ: ଲିଭ୍-ଇନରେ ରହି ସମ୍ପର୍କ ଖରାପ ହେଲେ ଦାଖଲ କରିପାରିବେ ନାହିଁ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟ

ଶ୍ରୀ କୃଷ୍ଣ ଜଜନ୍ମଭୂମି ମୁକ୍ତି ସ୍ଥଳ ଅଧ୍ୟକ୍ଷ ରାଜେଶ ମଣି ତ୍ରିପାଠୀ ନାମକ ଏହି ଆବେଦନକାରୀ ଏହି ପିଟିସନ ଦାଖଲ କରିଛନ୍ତି । ସେ କହିଛନ୍ତି ଯେ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି, ତେଣୁ ହିନ୍ଦୁମାନଙ୍କୁ 'ଶିବଲିଙ୍ଗ' ପୂଜା କରିବାର ଅଧିକାର ଦିଆଯିବା ଉଚିତ୍ । ଏହି ଆବେଦନରେ ସେ କହିଛନ୍ତି, ସମ୍ବିଧାନର ଧାରା ୨୫ ରେ ଦିଆଯାଇଥିବା ଅଧିକାର ଅନୁଯାୟୀ ହିନ୍ଦୁମାନଙ୍କର ପୂଜାପାଠ କରିବା ଓ ଧାର୍ମିକ ରୀତିନୀତି କରିବାର ଅଧିକାର ରହିଛି । ଭଗବାନ ଶଙ୍କରଙ୍କୁ ଶ୍ରାବଣ ମାସରେ ପୂଜା କରାଯାଏ । ତେଣୁ ସମ୍ବିଧାନରେ ଲିପିବଦ୍ଧ ହୋଇଥିବା ଅଧିକାର ଅନୁଯାୟୀ ଆମକୁ ଶିବଲିଙ୍ଗଙ୍କୁ ପୂଜା କରିବାକୁ ଅନୁମତି ଦିଆଯିବା ଉଚିତ୍ ।

ଏହା ବି ପଢ଼ନ୍ତୁ: CTET ପରୀକ୍ଷାକୁ ନେଇ CBSE ଜାରିକଲା ସଂକ୍ଷିପ୍ତ ବିଜ୍ଞପ୍ତି; ପରୀକ୍ଷା ବିଷୟରେ ରହିଛି ଏହି ସୂଚନା

ଏହା ବି ପଢ଼ନ୍ତୁ: ସର୍ଭେରେ ଖୁଲାସା: ଅବିବାହିତ ରହିବାକୁ ପସନ୍ଦ କରନ୍ତି ଭାରତରେ ଯୁବବର୍ଗ, ଏହି ରାଜ୍ୟ ରହିଛି ସବୁଠୁ ଆଗରେ...