Chhattisgarh: ଗୋବର ଦେଇଛି ରୋଜଗାର; ସ୍ୱାବଲମ୍ବୀ ହୋଇଛନ୍ତି ଚାଷୀ, ଜାଣନ୍ତୁ କିପରି...
Advertisement

Chhattisgarh: ଗୋବର ଦେଇଛି ରୋଜଗାର; ସ୍ୱାବଲମ୍ବୀ ହୋଇଛନ୍ତି ଚାଷୀ, ଜାଣନ୍ତୁ କିପରି...

Godhan Nyay Yojana: ଏହି ଯୋଜନା ଅନେକ ପରିବାରର ଜୀବନ ବଦଳାଇବା ପାଇଁ କାର୍ଯ୍ୟ କରିଛି। ଅନେକ ପରିବାର ଏହି ଯୋଜନାରୁ କରୁଥିବା ଆୟରୁ ସେମାନଙ୍କ ପିଲାଙ୍କ ପାଇଁ ଶିକ୍ଷାର ମାଧ୍ୟମ ଯୋଗାଇ ଦେଇଛି। 

Chhattisgarh: ଗୋବର ଦେଇଛି ରୋଜଗାର; ସ୍ୱାବଲମ୍ବୀ ହୋଇଛନ୍ତି ଚାଷୀ, ଜାଣନ୍ତୁ କିପରି...

Gobar Godhan Yojana: ଗୋବର ଦେଇଛି ରୋଜଗାର। ଆଉ ସ୍ୱାବଲମ୍ବୀ ହୋଇଛନ୍ତି ଚାଷୀ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ହେଲେ ବାସ୍ତବରେ ଏହା ସତ୍ୟ। ଏବେ ପଡୋଶୀ ଛତିଶଗଡ଼ରେ ରୋଜଗାରର ଏକ ପ୍ରମୁଖ ଉତ୍ସ ପାଲଟିଛି ଗୋବର। ଗୋଟିଏ ପଟେ ଯେଉଁଠାରେ ପଶୁପାଳକ ବହୁ ପରିମାଣରେ ଆୟ କରୁଛନ୍ତି, ଅନ୍ୟପଟେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଗୋବର ମାଧ୍ୟମରେ ରୋଜଗାରକ୍ଷମ ହୋଇ ପାରିଛନ୍ତି। ଏଥିପାଇଁ  ଛତିଶଗଡ ସରକାର ୨ ବର୍ଷ ପୂର୍ବେ ରାଜ୍ୟରେ ଗୋଧନ ନ୍ୟାୟ ​​ଯୋଜନା ନାମରେ ଏକ କାର୍ଯ୍ୟକାରୀ କରିଥିଲେ।

ଛତିଶଗଡ ସରକାରଙ୍କ ବହୁ ପ୍ରତୀକ୍ଷିତ ଗୋଧନ ନ୍ୟାୟ ଯୋଜନା ଦେଶ ତଥା ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି। ଦେଶର କୃଷି କ୍ଷେତ୍ରରେ ଏକ ସଫଳ ତଥା ଦୃଢ ଯୋଜନା ଭାବେ ଛତିଶଗଡର ଗୋଧନ ନ୍ୟାୟ ​​ଯୋଜନାକୁ ପ୍ରଶଂସା କରାଯାଉଛି। ଗା ଗଣ୍ଡାରୁ ଗୋବର କିଣିବା ଏବଂ ଜୈବିକ ଖତର କ୍ରମାଗତ ଉତ୍ପାଦନ ତଥା ବ୍ୟବହାର ହେତୁ ରାଜ୍ୟରେ ଜୈବିକ ଚାଷକୁ ପ୍ରୋତ୍ସାହନ ମିଳିଛି।

ଗୋଧନ ନ୍ୟାୟ ଯୋଜନା ଅଧୀନରେ ଗତ ଅଢେଇ ବର୍ଷ ମଧ୍ୟରେ ଗୋରୁ ପାଳକ, ଗ୍ରାମବାସୀ ଏବଂ କୃଷକଙ୍କ ଠାରୁ ୮୭.୨୮ ଲକ୍ଷ କ୍ୱିଣ୍ଟାଲ ଗୋବର କ୍ରୟ କରାଯାଇଛି। ଏହି ଗୋବର ବ୍ୟବହାର କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଜୈବିକ ଖତ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଗାଈ ଗୋବର କ୍ରୟ ବାବଦକୁ ଗୋବର ବିକ୍ରେତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭୪.୫୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

Also Read: Shocking News: ବଢୁଛି ଗୋବର ଚୋରି ଘଟଣା, ପହରା ଦେବାକୁ ବାଧ୍ୟ ହେଲେ ଲୋକେ

କିଣାଯାଇଥିବା ଗୋବରରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ୨୪ ଲକ୍ଷ କ୍ୱିଣ୍ଟାଲ ବର୍ମୀ କମ୍ପୋଷ୍ଟ, ସୁପର କମ୍ପୋଷ୍ଟ ଏବଂ ସୁପର କମ୍ପୋଷ୍ଟ ପ୍ଲସ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୨୦ ଲକ୍ଷ କ୍ୱିଣ୍ଟାଲ କମ୍ପୋଷ୍ଟ ଚାଷୀ ସେମାନଙ୍କ କ୍ଷେତରେ ବ୍ୟବହାର କରିଛନ୍ତି । ଏହା ରାଜ୍ୟରେ ଜୈବିକ ଚାଷକୁ ବୃଦ୍ଧି କରିଛି। ଛତିଶଗଡର ଗୋଧନ ନ୍ୟାୟ ଯୋଜନାର ଶୁଭାରମ୍ଭ ୨୦୨୦, ୨୦ ଜୁଲାଇ ହରେଲି ପର୍ବ ଅବସରରେ ଆରମ୍ଭ ହୋଇଥିଲା।

ଗୋଧନ ନ୍ୟାୟ ଯୋଜନା ଅଧୀନରେ ବିକ୍ରେତା, ପଶୁପାଳନ, କୃଷକଙ୍କ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୩୫୬ କୋଟି ୧୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଯାହା ମଧ୍ୟରେ ୧୮ କୋଟି ଟଙ୍କା ବୋନସ ଅନ୍ତର୍ଭୂକ୍ତ ରହିଛି। ଏହି ଯୋଜନା ଅଧୀନରେ ଛତିଶଗଡ଼ରେ କିଲୋଗ୍ରାମ ପିଛା ୨ ଟଙ୍କା ମୂଲ୍ୟରେ ଗୋବର କିଣାଯାଉଛି। ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ୮୭.୨୮ ଲକ୍ଷ କ୍ୱିଣ୍ଟାଲ ଗୋବର କିଣାଯାଇ ଗୋବର ବିକ୍ରେତାଙ୍କୁ ୧୭୪.୫୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗୋବର କିଣିବା ବାବଦକୁ ଗାଁ ଗୋଧନ ସମିତି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୯.୪୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟପଟେ ସମିତି ସହ ଗୋଷ୍ଠୀକୁ ୧୬୩.୫୮ କୋଟି ଟଙ୍କାର ଲାଭାଂଶ ରାଶି ମଧ୍ୟ ବଣ୍ଟନ କରାଯାଇଛି। ସ୍ୱାବଲମ୍ବୀ ଗୋଧନ ସମିତି ନିଜ ପାଖରେ ଥିବା ପାଣ୍ଠିରୁ ୨୧.୭୮ କୋଟି ଟଙ୍କା ମୂଲ୍ୟର ଗାଈ ଗୋବର କିଣିଛି।

Also Read: ଗାଁରୁ ୮୦୦ କିଲୋ ଗୋବର ଚୋରି, ମାମଲା ରୁଜୁ କଲା ପୋଲିସ

ଅନ୍ୟପକ୍ଷରେ କେବଳ ଗୋବର ନୁହେଁ  ଗାମୂତ୍ର ମଧ୍ୟ କ୍ରୟ କରାଯାଇଛି। ବର୍ତ୍ତମାନ ରାଜ୍ୟର ୭୮ ଗୋଧନ ସମିତିରୁ ଲିଟର ପିଛା ୪ ଟଙ୍କା ମୂଲ୍ୟରେ ଗୋମୂତ୍ର କିଣାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗୋଧନ ସମିତି ପକ୍ଷରୁ କିଣାଯାଇଥିବା ୭୦ ହଜାର ୮୮୯ ଲିଟର ଗାମୂତ୍ରରୁ ୨୪,୫୪୭ ଲିଟର କୀଟନାଶକ ବ୍ରହ୍ମାସ୍ତ୍ର ଏବଂ ୧୬,୭୨୨ ଲିଟର ଜୀବାମୃତ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ବିକ୍ରି ହୋଇଥିବା ୩୪ ହଜାର ୮୫ ଲିଟର ବ୍ରହ୍ମାସ୍ତ୍ର ଏବଂ ଜୀବାମୃତରୁ ୧୪.୭୫ ଲକ୍ଷ ଟଙ୍କା ଆୟ କରାଯାଇଛି।

ମହିଳା ସ୍ୱୟଂସେବକ ଗୋଷ୍ଠୀ ଦ୍ୱାରା ୧୮.୬୧ ଲକ୍ଷ କ୍ୱିଣ୍ଟାଲ ବର୍ମି କମ୍ପୋଷ୍ଟ, ୫.୩୭ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ସୁପର କମ୍ପୋଷ୍ଟ ଏବଂ ୧୮,୯୨୪ କ୍ୱିଣ୍ଟାଲ ସୁପର କମ୍ପୋଷ୍ଟ ପ୍ଲସ ଖତ ଉତ୍ପାଦନ କରାଯାଇଛି। ଯାହାକୁ ଏହି ମହିଳା ସମିତି ପକ୍ଷରୁ କିଲୋଗ୍ରାମ ପିଛା ୧୦ ଟଙ୍କା,  ୬ ଟଙ୍କା ଏବଂ ୬ ଟଙ୍କା ୫୦ ମୂଲ୍ୟରେ ବିକ୍ରି କରାଯାଉଛି। ଗୋବରରୁ ଖତ ବ୍ୟତୀତ ମହିଳା ସମିତି ପକ୍ଷରୁ ଗୋ-କାଷ୍ଠ, ଦୀପ, ଧୂପକାଠି, ପ୍ରତିମା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ କରି ବିକ୍ରୟ କରାଯାଉଛି। ଏହା ବ୍ୟତୀତ ପନିପରିବା ଏବଂ ଛତୁ ଉତ୍ପାଦନ, କୁକୁଡ଼ା, ଛେଳି, ମତ୍ସ୍ୟ ଚାଷ ଏବଂ ପଶୁପାଳନ ସମେତ ଅନ୍ୟାନ୍ୟ ଆୟ-ଆଧାରିତ କାର୍ଯ୍ୟକଳାପ ପରିଚାଳିତ ହେଉଛି।ଯ ଯେଉଁଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୪.୫୫ କୋଟି ଟଙ୍କା ଆୟ କରାଯାଇଛି।

ରାଜ୍ୟରେ  ୧୧, ୧୮୭  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି। ଯେଉଁଥିରେ ୮୩,୮୭୪ ଜଣ ସଦସ୍ୟ ଅଛନ୍ତି। ଗୋବର କ୍ରୟ କରି ଏଥିରୁ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ କରାଯାଉଛି। ରାଜ୍ୟରେ ଗୋଧନ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ଗାଁ ଗଣ୍ଡାରେ ଦ୍ରୁତ ଗତିରେ  ଗୋଧନ ସମିତି ନିର୍ମାଣ କାର୍ଯ୍ୟ ଚାଲିଛି। ସେଠାରେ ପଶୁପାଳନ, ଚିକିତ୍ସା ଏବଂ ମାଗଣା ଖାଦ୍ୟ ପାନୀୟର ଉତ୍ତମ ବ୍ୟବସ୍ଥା ରହିଛି। ରାଜ୍ୟର ୧୦ ହଜାର ୬୨୪ ଗ୍ରାମରେ ଗୋଧନ ସମିତି ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ଅନୁମତି। ସେଥିମଧ୍ୟରୁ ୮୪୦୮  ସମିତି ନିର୍ମାଣ ହୋଇ ସାରିଥିବା ବେଳେ ୧୭୫୮ ସମିତି ନିର୍ମାଣାଧିନ ରହିଛି। ୨ ଲକ୍ଷ ୯୩ ​​ହଜାରରୁ ଅଧିକ ଗ୍ରାମୀଣ, ପଶୁପାଳକ, କୃଷକ ଗୋଧନ ନ୍ୟାୟ ​​ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି। ଗୋବର ବିକ୍ରୟ କରି ଅତିରିକ୍ତ ଆୟ କରୁଥିବା ଲୋକଙ୍କ ମଧ୍ୟରେ ୪୬ ପ୍ରତିଶତ ମହିଳା ଅଛନ୍ତି।

Also Read: ଗୋବର ପରେ ଏବେ ଗୋମୂତ୍ର କିଣିବେ ଏହି ରାଜ୍ୟ ସରକାର, ଲିଟର ପିଛା ମୂଲ୍ୟ ହେବ ୪ ଟଙ୍କା

 

ଏହି ଯୋଜନା ଅନେକ ପରିବାରର ଜୀବନ ବଦଳାଇବା ପାଇଁ କାର୍ଯ୍ୟ କରିଛି। ଅନେକ ପରିବାର ଗୋବରରୁ କରୁଥିବା ଆୟରୁ ସେମାନଙ୍କ ପିଲାଙ୍କ ପାଇଁ ଶିକ୍ଷାର ମାଧ୍ୟମ ଯୋଗାଇ ଦେଇଛି। ଅନ୍ୟପଟେ ସେମାନଙ୍କର ଘରୋଇ ଜୀବନ ମଧ୍ୟ ବଦଳାଇ ଦେଇଛି।