UNSC: ଆମେରିକା ଓ ଚୀନର ସମକକ୍ଷ ହେବ ଭାରତ! ଫ୍ରାନ୍ସ ନେଲା ଏହି ପଦକ୍ଷେପ
Advertisement

UNSC: ଆମେରିକା ଓ ଚୀନର ସମକକ୍ଷ ହେବ ଭାରତ! ଫ୍ରାନ୍ସ ନେଲା ଏହି ପଦକ୍ଷେପ

ସମ୍ପ୍ରତିକ ପରିସ୍ଥିତିରେ ବିଶ୍ୱର ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ କଥା। ଜାତିସଙ୍ଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ତଥା ଭିଟୋ ପାୱାର ପାଇଥିବା ଦେଶ ଗୁଡିକ ହେଲେ, ଆମେରିକା, ଋଷ, ଫ୍ରାନ୍ସ, ବ୍ରିଟେନ ଓ ଚୀନ। ତେବେ ଶତ ଚେଷ୍ଟା ସତ୍ୱେ ଆଜି ପର୍ଯ୍ୟନ୍ତ ଭାରତ ଏଥିରେ ସାମିଲ ହୋଇନାହିଁ। 

 UNSC: ଆମେରିକା ଓ ଚୀନର ସମକକ୍ଷ ହେବ ଭାରତ! ଫ୍ରାନ୍ସ ନେଲା ଏହି ପଦକ୍ଷେପ

United Nations Security Council: ଆମେରିକା, ବ୍ରିଟେନ, ଋଷ, ଫ୍ରାନ୍ସ ଓ ଚୀନର ସମକକ୍ଷ ହେବ ଭାରତ। ଏଥିପାଇଁ ଫ୍ରାନ୍ସ ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ଖୁବଶୀଘ୍ର ଭାରତକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ମିଳିପାରେ। କାରଣ ଚଳିତମାସରେ ଫ୍ରାନ୍ସ ଜାତିସଙ୍ଘ ସୁରକ୍ଷା ପରିଷଦର ନେତୃତ୍ୱ ନେଉଛି। ଆଉ ଏହି ମାସକ ସମୟ ମଧ୍ୟରେ ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ପ୍ରସଙ୍ଗ ଉଠିପାରେ। ଏଥିପାଇଁ ମଙ୍ଗଳବାର ଫ୍ରାନ୍ସ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିଥିଲା। ଏଥିରେ ଉଭୟ ଭାରତ ଓ ଫ୍ରାନ୍ସର କୂଟନୈତିକ ଅଧିକାରୀମାନେ ସାମିଲ ହୋଇଥିଲେ। 

ସମ୍ପ୍ରତିକ ପରିସ୍ଥିତିରେ ବିଶ୍ୱର ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ କଥା। ଜାତିସଙ୍ଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ତଥା ଭିଟୋ ପାୱାର ପାଇଥିବା ଦେଶ ଗୁଡିକ ହେଲେ, ଆମେରିକା, ଋଷ, ଫ୍ରାନ୍ସ, ବ୍ରିଟେନ ଓ ଚୀନ। ତେବେ ଶତ ଚେଷ୍ଟା ସତ୍ୱେ ଆଜି ପର୍ଯ୍ୟନ୍ତ ଭାରତ ଏଥିରେ ସାମିଲ ହୋଇନାହିଁ। ଯେଉଁଥିରେ ସଦାସର୍ବଦା ଚୀନ, ଭାରତକୁ ନିବୃତ କରିବା ପାଇଁ ତାର ଭିଟୋ ପାୱାର ବ୍ୟବହାର କରିଛି। ଯଦି ଭାରତର ସ୍ଥିତିକୁ ଆକଳନ କରାଯାଏ, ତେବେ ବର୍ତ୍ତମାନ ସମୟରେ ଜାତିସଙ୍ଘ ସୁରକ୍ଷା ପରିଷଦରେ ସଦସ୍ୟତା ତଥା ଭିଟୋ ପାୱାର ପାଇବା ଉପଯୁକ୍ତ ଦେଶ ବୋଲି ଫ୍ରାନ୍ସ ବିଚାର କରିଛି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଏକ କୂଟନୈତିକ ପ୍ରୟାସ ହେଉଥିବା କଥା ସାମନାକୁ ଆସିଛି। 

Also Read: US Army: ଚୀନ ଓ ଋଷ ଛାତିରେ ଛନକା! ଭାରତର ୩ ବର୍ଷର ପ୍ରତିରକ୍ଷା ବଜେଟରେ ତିଆରି ହେଉଛି ଶକ୍ତିଶାଳୀ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ଶାନ୍ତି, ମୈତ୍ରୀ ଏବଂ ଏକତା ସ୍ଥାପନ କରିବା ପାଇଁ ମିଳିତ ଜାତିସଙ୍ଘ ସୁରକ୍ଷା ପରିଷଦ ସ୍ଥାପିତ କରାଯାଇଥିଲା। କିନ୍ତୁ ଦୀର୍ଘ ସାତ ଦଶନ୍ଧି ବିତି ଯାଇଥିଲେ ହେଁ, ଏଥିରେ କୌଣସି ସୁଫଳ ମିଳିବା ଦୃଶ୍ୟମାନ ହେଉନାହିଁ। କାରଣ ଏଠାରେ ଭିଟୋ ପାୱାର ପାଇଥିବା ପ୍ରତ୍ୟେକ ଦେଶ ନିଜ ନିଜ ସ୍ୱାର୍ଥ୍ୟ ପାଇଁ କାମ କରୁଛନ୍ତି। ଯେଉଁଠି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଉଛି, ସେଠାରେ ଯୁଦ୍ଧ ବନ୍ଧ କରିବା ପରିବର୍ତ୍ତେ ନିଜର ସ୍ୱାର୍ଥ ସାଧନର ମଉକା ଖୋଜୁଛନ୍ତି। ଜଣେ ଯୁଦ୍ଧାସ୍ତ୍ର ସହାୟତା କଲାଣି ତେବେ ଅନ୍ୟଜଣେ ଅନ୍ୟ ଦେଶର ମେଳିକରି ତାକୁ ବିରୋଧ କରୁଛି। ଏଥିରୁ ସ୍ପଷ୍ଟ ଜଣାପଡେ ସଦସ୍ୟଙ୍କ ସ୍ୱାର୍ଥ୍ୟ ପାଇଁ ସୁରକ୍ଷା ପରିଷଦର ଉଦ୍ଦେଶ୍ୟ ବଳି ପଡୁଛି। ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ଯେଉଁ ସମ୍ମନ୍ୱୟ ରହିବା କଥା ତାହା ରହୁନାହିଁ। 

ଯଦି କୌଣସି ଦୁର୍ବଳ ଦେଶକୁ ଅନ୍ୟ ଦେଶ ବଳ ପୂର୍ବକ ଅକ୍ତିଆର କିରିବାରୁ ଚେଷ୍ଟା କରେ ତେବେ ସୁରକ୍ଷା ପରିଷଦର ସଦସ୍ୟମାନେ ମିଳିତ ଭାବେ ସେହି ସମସ୍ୟାର ସମାଧାନ କରିବା କଥା। ବିବାଦ ମଧ୍ୟରେ ଫସିଥିବା ଦେଶ ମଧ୍ୟରେ ଶାନ୍ତି ସ୍ଥାପନା କରିବା ଏମାନଙ୍କ ମୁଖ୍ୟ ଧର୍ମ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ତାହା ଦେଖିବାକୁ ମିଳୁନାହିଁ। ଜାତିସଂଖ ସୁରକ୍ଷା ପରିଷଦ ନିୟମ ରହିଛି, ଯଦି କୌଣସି ଦେଶ ଜାତିସଙ୍ଘର ନିର୍ଦ୍ଦେଶକୁ ପ୍ରତ୍ୟାକ୍ଷାନ କରି ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେଷ୍ଟା କରେ ତେବେ ଏହା ଜାତିସଙ୍ଘର ଅବମାନନା ବୋଲି କୁହାଯିବ। ଆବଶ୍ୟକ ପଡିଲେ, ଜାତିସଙ୍ଘର ମିଳିତ ଫୋର୍ସ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରବ। ସୁତରାଂ ଯେଉଁ ଉଦ୍ଦେଶ୍ୟ ନେଇ ଜାତିସଂଖ ସୁରକ୍ଷା ପରିଷଦର ପ୍ରତିଷ୍ଠା କରାଯାଇଥିଲା ଆମେ କହିପାରିବା ଏଥିରେ କୌଣସି ଆସାନୁରୂପକ ଭାବରେ ସଫଳତା ହାସଲ ହୋଇପାରିନାହିଁ। 

Also Read: IMF gives loan to Srilanka: ଶ୍ରୀଲଙ୍କା ପାଇଁ ସଂକଟମୋଚକ ସାଜିବ ଏହି ଅନୁଷ୍ଠାନ, ଦେବ ୨.୯ ବିଲି

ବର୍ତ୍ତମାନ ପରିସ୍ଥିତିରେ ଫ୍ରାନ୍ସ ଚାହୁଁଛି, ଭାରତ ଭଳି ନେତୃତ୍ୱ ଯଦି ଜାତିସଂଖ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବରେ ନିଯୁକ୍ତି ପାଏ, ତେବେ ବିଶ୍ୱ ଶାନ୍ତି ପ୍ରତିଷ୍ଠା ଦିଗରେ ଏହା ଅନେକ ସହାୟକ ହେବ। ତେବେ ଏ ସମ୍ବନ୍ଧରେ କୂଟନୈତିକ ଚାଲ ଜାଣିବା ନିହାତି ଆବଶ୍ୟକ। ଅଗଷ୍ଟ ୨୯ ତାରିଖ ମଙ୍ଗଳବାର ଫ୍ରାନ୍ସର ନିମନ୍ତ୍ରଣରେ ଭାରତର କୂଟନୈତିକ ପ୍ରତିନିଧିମାନେ ଏକ ହାଇ ଲେବଲ ବୈଠକରେ ଯୋଗ ଦେଇଛନ୍ତି। ଜଣାପଡିଛି ଯେ, ଚଳିତ ମାସରେ ଫ୍ରାନ୍ସ ଜାତି ସଂଙ୍ଘର ପ୍ରତିନିଧିତ୍ୱ କରୁଥିବାରୁ ଭାରତର ସ୍ଥାୟୀ ସଦସ୍ୟ ପ୍ରସଙ୍ଗ ଉପରେ କଣ ପଦକ୍ଷେପ ନିଆଯିବ ଏହା ହିଁ ବୈଠର ବିଶେଷତ୍ୱ ଥିଲା। ଗତ ମାସରେ ଜାତିସଙ୍ଘର ସୁରକ୍ଷା ପରିଷଦରେ ପ୍ରତିନିଧିତ୍ୱ କରୁଥିବା ଚୀନର ସମୟ ସରିଗଲା ପରେ ସେପ୍ଟେମ୍ବରରେ ଫ୍ରାନ୍ସ ପ୍ରତିନିଧିତ୍ୱ କରୁଛି। ଏଥିସହିତ ଆଗାମୀ ଡିସେମ୍ବରରେ ଭାରତକୁ ପ୍ରତିନିଧିତ୍ୱ ସୁଯୋଗ ମିଳିବାର ସମ୍ଭାବନା ଅଛି। ତେଣୁ ଦୁଇ ଦେଶ ମଧ୍ୟରେ ରହିଥିବା କୂଟନୀତି ଚର୍ଚ୍ଚା ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୧୯୪୫ ମସିହାରେ United Nations Security Council ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଆମେରିକା, ଋଷ, ଫ୍ରାନ୍ସ, ବ୍ରିଟେନ ଓ ଚୀନ ସ୍ଥାୟୀ ସଦସ୍ୟ ରହିଥିବା ବେଳେ ଭାରତ ସମେତ ୧୦ଟି ନିର୍ବାଚିତ ସଦସ୍ୟ ଅଛନ୍ତି। ନିର୍ବାଚିତ ଦେଶ ଗୁଡିକର କାର୍ଯ୍ୟକାଳ ୨ ବର୍ଷ ପାଇଁ ରହିଥାଏ। ଭାରତ ୨୦୨୧ରେ UNSCକୁ ନିର୍ବାଚିତ ହୋଇଥିବା ବେଳେ ୨୦୨୨ରେ କାର୍ଯ୍ୟକାଳ ଶେଷ ହେଉଛି। ପ୍ରଥମ ଥର ପାଇଁ ଭାରତ ୧୯୫୦ରେ UNSCର ସଦସ୍ୟ ହୋଇଥିଲା। ବର୍ତ୍ତମାନ ଜାତିସଙ୍ଘରେ ମୋଟ ୧୯୩ଟି ସଦସ୍ୟ ଅଛନ୍ତି, ସେଥିମଧ୍ୟରୁ ୬୩ଟି ମଡର୍ଣ୍ଣ ନେସନ ଥିବା ସୂଚନା ମିଳିଛି।