Bus Accident: ଦୁର୍ଘଟଣାଗ୍ରସ୍ତ ହୋଇ ଟ୍ରେନ୍ ଟ୍ରାକ୍ କୁ ଖସିଲା ବସ୍, ଘଟଣାସ୍ଥଳରେ ୪ ମୃତ ଏକାଧିକ ଆହତ
Advertisement

Bus Accident: ଦୁର୍ଘଟଣାଗ୍ରସ୍ତ ହୋଇ ଟ୍ରେନ୍ ଟ୍ରାକ୍ କୁ ଖସିଲା ବସ୍, ଘଟଣାସ୍ଥଳରେ ୪ ମୃତ ଏକାଧିକ ଆହତ

Bus Accident: ଭୟଙ୍କର ବସ୍ ଦୁର୍ଘଟଣା (Bus Accident)।  ଭାରସାମ୍ୟ ହରାଇ ଓଭର ବ୍ରିଜ୍ ରୁ ଖସି ପଡିଲା ବସ୍ । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି କୁହାଯାଉଛି। 

Bus Accident: ଦୁର୍ଘଟଣାଗ୍ରସ୍ତ ହୋଇ ଟ୍ରେନ୍ ଟ୍ରାକ୍ କୁ ଖସିଲା ବସ୍, ଘଟଣାସ୍ଥଳରେ ୪ ମୃତ ଏକାଧିକ ଆହତ

Bus Accident: ଭୟଙ୍କର ବସ୍ ଦୁର୍ଘଟଣା (Bus Accident)।  ଭାରସାମ୍ୟ ହରାଇ ଓଭର ବ୍ରିଜ୍ ରୁ ଖସି ପଡିଲା ବସ୍ । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି କୁହାଯାଉଛି। ତେବେ, ବସରେ ପ୍ରାୟ ୭୦ରୁ ୮୦ ଜଣ ଯାତ୍ରୀ ଥିବା କୁହାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୋଶା ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । 

Also Read: Flight Service: ଭୁବନେଶ୍ବରରୁ ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ, ଜାଣନ୍ତୁ ବିମାନ ଚଳାଚଳ ସମୟ

ସୂଚନା  ଅନୁସାରେ, ରହିବାର ଦିନ ରାତିରେ ଏକ ଘରୋଇ ବସଟି  ପ୍ରାୟ ୭୦ରୁ ୮୦ ଜଣ ଯାତ୍ରୀଙ୍କୁ ଧରି ହରିଦ୍ବାରରୁ ଜୟପୁର ଅଭିମୁଖେ ଆସୁଥିଲା। କିନ୍ତୁ ଦୁର୍ଭାଗ୍ୟବସତଃ ବସଟି, ନିୟନ୍ତ୍ରଣ ହରାଇ (Dausa Collectorate Circle) ଦୋଶା ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଓଭର ବ୍ରିଜ୍ ଦେଇ ଯାଉଥିବା ବେଳେ ତଳେ ଥିବା ରେଳ ଧାରଣା ଉପରେ ଖସି ପଡିଥିଲା।  ଫଳରେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । 

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା।  ବିଳମ୍ବିତ ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣାରେ ୩୪ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେପଟେ ମେଡିକାଲ ଯାଇ ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି ଦୋଶା ଜିଲ୍ଲାପାଳ ଉମର ଚୌଧୁରୀ (Dosa District Collector Qamar Chaudhary)। ଏବଂ ତାଙ୍କ ସାଙ୍ଗରେ ଏକାଧିକ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଉ ଅତିରିକ୍ତ ଏସପି ବଜରଙ୍ଗ ସିଂ ଶେଖୱାଟ କହିଛନ୍ତି ଯେ, ଏହି ଦୁର୍ଘଟଣା ରାତି ପ୍ରାୟ ୨ଟା ୧୫ ମିନିଟ୍ ସମୟରେ ଘଟିଛି।

ସେହିପରି ନିକଟରେ ପଞ୍ଜାବ ସଙ୍ଗରୁର ଜିଲ୍ଲାର ମେହେଲାନ୍ ଚୌକରେ (Mehlan Chowk, Sangrur district)ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର (six killed) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । କାର ଓ ଅଏଲ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି (Sangrur Road Accident)। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ତେବେ, କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।

ସୂଚନା ଅନୁସାରେ, ପଞ୍ଜାବର ଏକ ପରିବାର ମାଲେରକୋଟାଲା ଥିବା ଏକ ଦରଘାକୁ (Dargah of Baba Haider Sheikh in Malerkotla) ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି, ବୁଧବାର ରାତି ପ୍ରାୟ ୨ଟା ସମୟରେ ସପରିବାର ନିଜ କାରରେ ଘରକୁ ଫେରୁଥିଲେ । ତାଙ୍କ କାରଟି, (Mehlan Chowk) ମେଲନ୍ ଚୌକରେ ପହଞ୍ଚି ଥିବା ସମୟରେ ହଠାତ୍ କାରକୁ ସାମ୍ନାପଟୁ ଏକ ଅଏଲ୍ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ, ୨ ଜଣ ମହିଳା ଓ ଦୁଇ ଜଣ ଶିଶୁ ରହିଛନ୍ତି। ଆଉ ଦୁଇଜଣ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍  ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।  କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି।