Fire Mishap: ରାତିରେ ନିଦ୍ରା ଯାଇ ଚିରଦିନ ପାଇଁ ଶୋଇଗଲେ ପୂରା ପରିବାର
Advertisement

Fire Mishap: ରାତିରେ ନିଦ୍ରା ଯାଇ ଚିରଦିନ ପାଇଁ ଶୋଇଗଲେ ପୂରା ପରିବାର

Fire Mishap: ଉତ୍ତର ପ୍ରଦେଶରେ ସାମ୍ନାକୁ ଆସିଛି ଦୁଇ ଦୁଇଟି ହୃଦୟ ବିଦାରକ ଘଟଣା । ଅଗ୍ନିକାଣ୍ତରେ ପୋଡି଼ (Fire Mishap ) ହୋଇ ଗୋଟିଏ ପରିବାର ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟପଟେ ଗୋଟେ ଛୋଟ ଝିଅ ଓ ଗାଈର ମଧ୍ୟ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହୋଇଛି ।

ସୌ(ସୋସିଆଲ ମିଡିଆ)

Fire Mishap: ଉତ୍ତର ପ୍ରଦେଶରେ ସାମ୍ନାକୁ ଆସିଛି ଦୁଇ ଦୁଇଟି ହୃଦୟ ବିଦାରକ ଘଟଣା । ଅଗ୍ନିକାଣ୍ତରେ ପୋଡି଼ (Fire Mishap ) ହୋଇ ଗୋଟିଏ ପରିବାର ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟପଟେ ଗୋଟେ ଛୋଟ ଝିଅ ଓ ଗାଈର ମଧ୍ୟ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହୋଇଛି ।

ଗୋରଖପୁରର ଗୋଲା ପୋଲିସ ଷ୍ଟେସନ ଅଞ୍ଚଳର ଦେବକଳୀ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ତ (Fire Mishap )ଘଟିଥିଲା । ଗୋଟିଏ ପରିବାରର ୪ ଜଣ ସଦସ୍ଯ ସାଙ୍ଗ ହୋଇ ଗୋଟିଏ କୋଠରୀରେ ଶୋଇଥିଲେ । ଅଗ୍ନିକାଣ୍ତରେ ପୂରା ପରିବାର ମୃତ୍ୟୁ ଘଟିଛି । ସୂଚନା ମୁତାବିକ, ପରିବା ବିକାଳୀ ଇନ୍ଦ୍ର ବାହାଦୂର (୪୨) ତାଙ୍କ ସ୍ତ୍ରୀ ସୁଶୀଳା ଦେବୀ (୩୮) ଓ ଦୁଇ ଛୁଆଙ୍କ ଚାନ୍ଦିନୀ ଓ ଆର୍ଯ୍ୟ ଗୋଟିଏ ବେଡ଼ ଉପରେ ଶୋଇଥିଲେ ତେବେ ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗିବା ଫଳରେ ସବୁଦିନ ପାଇଁ ଆଖୁ ବୁଜି ଦେଇଛି ପୂରା ପରିବାର । ଶୋଇଥିବା ଘରୁ କିରୋସିନର ଗନ୍ଧ ଆସିଥିଲା । ପରେ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ । ପୋଲିସ କହିଛି ଯେ, ଏନେଇ ଘଟଣାର ତଦନ୍ତ ଚାଲିଛି । ଖୁବ ଶୀଘ୍ର ମୃତ୍ୟୁର କାରଣ ଜଣାପଡ଼ିବ ।

Also Read- Madhya Pradesh: ଅନ୍ଧବିଶ୍ୱାସ ରାକ୍ଷସ, ରୋଗରୁ ଆରୋଗ୍ୟ ନିମନ୍ତେ ୩ ମାସର ଶିଶୁକୁ ୫୧ ଥର ଚେଙ୍କ

Also Read-Pervez Musharraf Passes Away: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଦେହାନ୍ତ

Also Read-Shocking News: ଅସାଧାରଣ ଛେଳି ଛୁଆ ଜନ୍ମ, ମୁଣ୍ତ ନାହିଁ ବେକ ଉପରେ ରହିଛି କାନ

ଅନ୍ୟପଟେ କୋଶମ୍ବୀ ଜିଲ୍ଲାର ଚାରବା ପୋଲିସ ଷ୍ଟେସନ ଅଞ୍ଚଳରେ ମଧ୍ୟ ଏକ ଅଗ୍ନିକାଣ୍ଡ ଘଟି ଏକ ତିନି ବର୍ଷର ଝିଅ ସହ ଗୋଟିଏ ଗାଈର ମୃତ୍ୟୁ ହୋଇଛି । ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବାହାଦୁରପୁର ଗ୍ରାମ ନିବାସୀ ରାମ ବାବୁଙ୍କ ଛପର ଘରେ ଶନିବାର ସନ୍ଧ୍ୟାରେ ହଠାତ୍ ନିଆଁ ଲାଗିଯାଇଥିଲା । ଘରେ ରାମବାବୁଙ୍କ ଛୋଟ ଝିଅ ନନ୍ଦିନୀ ଶୋଇଥିଲା ଓ ନିକଟରେ ଏକ ଗାଈଟି ମଧ୍ୟ ବନ୍ଧା ହୋଇଥିଲା । ଏହାପରେ ହଠାତ୍ କୌଣସି କାରଣରୁ ଛପର ଘରେ ନିଆଁ ଲାଗିଯାଇଥିଲା ।

ପଡ଼ୋଶୀ ନିଆଁକୁ ଆୟତ୍ତ କରିବା ଲାଗି ଚେଷ୍ଟା କରିଥିଲେ । ନିଆଁକୁ କାବୁ କରିବା ବେଳକୁ ଡ଼େରି ହୋଇଯାଇଥିଲା । ନିଆଁରେ ପୋଡ଼ି ନନ୍ଦିନୀ ଓ ଗାଈର ମୃତ୍ୟୁ ହୋଇସାରିଥିଲା । ପୋଲିସ ପହଞ୍ଚି ଝିଅର ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଥିବା ସୂଚନା ମିଳିଛି ।