Fire Breakout In Hospital: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଡାକ୍ତର ଓ ତାଙ୍କର ଦୁଇ ପିଲାଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha1367453

Fire Breakout In Hospital: ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଡାକ୍ତର ଓ ତାଙ୍କର ଦୁଇ ପିଲାଙ୍କ ମୃତ୍ୟୁ

Fire Breakout In Hospital: ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସେମାନେ ସକାଳ ପ୍ରାୟ ୪.୫୦ ସମୟରେ ଅଗ୍ନିକାଣ୍ଡ ଘଟଣା ବିଷୟରେ ସୂଚନା ପାଇଥିଲେ । ଦୁଇଟି ଦମକଳ ହସ୍ପିଟାଲରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ସୌ: ସୋସିଆଲ ମିଡିଆ

Fire Breakout In Hospital: ରବିବାର ଦିନ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ରେନିଗୁଣ୍ଟାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଜଣେ ଡାକ୍ତର ଓ ତାଙ୍କର ଦୁଇ ପିଲାଙ୍କର ମୃତ୍ୟୁ ଘଟିଛି । ହସ୍ପିଟାଲ କୋଠାର ଉପର ମହଲାରେ ଡାକ୍ତର ତାଙ୍କ ପରିବାର ସହିତ ରହୁଥିଲେ । ଡକ୍ଟର ରବି ଶଙ୍କର ରେଡ୍ଡୀ, ତାଙ୍କ ପୁଅ ଓ ଝିଅ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଲୋକମାନେ ତାଙ୍କ ପତ୍ନୀ ଡାକ୍ତର ଅନନ୍ତ ଲକ୍ଷ୍ମୀ ଓ ମାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାଟି ଆଜି ସକାଳ ପ୍ରାୟ ୪.୩୦ ସମୟରେ ତିରୁପତି ମନ୍ଦିର ନିକଟ ରେନିଗୁଣ୍ଟାର ଭଗତ ସିଂ ନଗରର କାର୍ତ୍ତିକା ହସ୍ପିଟାଲରେ ଘଟିଥିଲା ।

ନିକଟରେ ଖୋଲାଯାଇଥିବା ଡାକ୍ତରଖାନାରେ କୌଣସି ରୋଗୀ ନଥିଲେ। ଅଗ୍ନିଶମ କର୍ମଚାରୀମାନେ ୧୨ ବର୍ଷୀୟ ଭାରତ ଓ ୧୫ ବର୍ଷୀୟ କାର୍ତ୍ତିକାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ, ଯେଉଁଠାରେ ସେମାନେ ମୃତ୍ୟୁ ବରଣ କରିଥିଲେ । ଡାକ୍ତରଙ୍କ ପତ୍ନୀ ଓ ମା’ଙ୍କ ସ୍ଵାସ୍ତ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି ।

 ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସେମାନେ ସକାଳ ପ୍ରାୟ ୪.୫୦ ସମୟରେ ନିଆଁ ଲାଗିବା ବିଷୟରେ ସେମାନେ ସୂଚନା ପାଇଥିଲେ । ଦୁଇଟି ଦମକଳ ହସ୍ପିଟାଲରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ପୋଲିସ ସନ୍ଦେହ କରୁଛି । ବିସ୍ତୃତ ତଦନ୍ତ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି, “ସେଠାରେ ଅନେକ ଆସବାବପତ୍ର ଓ ଘରୋଇ ଉପକରଣ ଥିଲା । ଏଥି ସହିତ, ଧୂଆଁରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ କବାଟ ଓ ଝରକା ମଧ୍ୟ ନଥିଲା, ଯେଉଁ କାରଣରୁ ସେଠାରେ ବିଷାକ୍ତ ଗ୍ୟାସ୍ ଏକତ୍ରିତ ହୋଇଥିଲା । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବିଲ୍ଡିଂର ତଳ ମହଲାରେ ନିଆଁ ଲାଗିଥିଲା । ଡାକ୍ତର ରବି ଶଙ୍କର ତାଙ୍କ ପରିବାର ସହିତ ହସ୍ପିଟାଲର ଉପର ମହଲାରେ ରହୁଥିଲେ ଓ ହସ୍ପିଟାଲ ଓ କ୍ଲିନିକ୍ ତଳ ମହଲାରେ ଥିଲା । ଏହି ବିଲ୍ଡିଂ ୫ ବର୍ଷ ପୁରୁଣା ଥିଲା ।

ଏହା ମଧ୍ୟ କୁହାଯାଉଛି ଯେ କାର୍ତ୍ତିକେୟ ହସ୍ପିଟାଲ ଭିତରେ ଥିବା ଆସବାବପତ୍ର, ବୈଦ୍ୟୁତିକ ଉପକରଣ ଓ କାର୍ଡବୋର୍ଡ ବାକ୍ସ ଯୋଗୁଁ ନିଆଁ ବ୍ୟାପି ଥାଇପାରେ । ଏହି ଘଟଣାରେ ଡକ୍ଟର ରବି ଶଙ୍କର ଅଗ୍ନିକାଣ୍ଡରେ ପୋଡି ହୋଇ ମୃତ୍ୟୁ ବରଣ କରିଛ ନ୍ତି। ତେବେ ତାଙ୍କ ପତ୍ନୀ ଅନନ୍ତଲକ୍ଷ୍ମୀ ଓ ମାତା ରାମାସୁବାମା ଆହତ ଅବସ୍ଥାରେ ବଞ୍ଚିଛନ୍ତି ।

ଏହା ବି ପଢ଼ନ୍ତୁ: Boat accident: ମଝି ନଇରେ ବୁଡିଲା ଡଙ୍ଗା, ମହାଳୟା ପୂଜା କରିବାକୁ ଯାଉଥିବା ୨୩ ଭକ୍ତଙ୍କର ମୃତ୍ୟୁ

ଏହା ବି ପଢ଼ନ୍ତୁ: Supreme Court: ମୁଁ ପୁଣି ଆଜାଦ, ଅବସର ନେଲାପରେ ଏପରି ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ କାହିଁକି?