Elon Musk life risk :ଟ୍ରମ୍ପଙ୍କୁ ଆକ୍ରମଣ ପରେ ଏଲୋନ୍ ମସ୍କଙ୍କୁ ଭୟ : 8 ମାସ ମଧ୍ୟରେ ଦୁଇଥର ହତ୍ୟା ପ୍ରୟାସ
Advertisement
Article Detail0/zeeodisha/odisha2336423

Elon Musk life risk :ଟ୍ରମ୍ପଙ୍କୁ ଆକ୍ରମଣ ପରେ ଏଲୋନ୍ ମସ୍କଙ୍କୁ ଭୟ : 8 ମାସ ମଧ୍ୟରେ ଦୁଇଥର ହତ୍ୟା ପ୍ରୟାସ

Elon Musk reveals two assassination attempts on him in 8 months : ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହେବା ପରେ "X" ବ୍ୟବହାରକାରୀ ଏଲନ୍ ମସ୍କ କୁ କହିଛନ୍ତି,ଦୟାକରି ଆପଣଙ୍କର ସୁରକ୍ଷାକୁ ତିନି ଗୁଣା ବୃଦ୍ଧି କରନ୍ତୁ।ତେବେ ମସ୍କ ଏହାର ଉତ୍ତରରେ କହିଛନ୍ତି, 'ଆଗାମୀ ସମୟ ବିପଜ୍ଜନକ ଅଟେ। ୮ ମାସେ ମଧ୍ୟରେ, ଦୁଇ ଥର ମୋତେ ମାରିବାକୁ ଚେଷ୍ଟା କରାଯାଇଛି।

Elon Musk

Elon Musk : ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହେବା ପରେ "X" ବ୍ୟବହାରକାରୀ ଏଲନ୍ ମସ୍କ କୁ କହିଛନ୍ତି,ଦୟାକରି ଆପଣଙ୍କର ସୁରକ୍ଷାକୁ ତିନି ଗୁଣା ବୃଦ୍ଧି କରନ୍ତୁ।ଯଦି ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇପାରୁଛି,  ତାହେଲେ ଆପଣଙ୍କ ସହ ମଧ୍ୟ ହେବା ଅସମ୍ଭବ ନୁହେଁ।ତେବେ ମସ୍କ ଏହାର ଉତ୍ତରରେ କହିଛନ୍ତି, 'ଆଗାମୀ ସମୟ ବିପଜ୍ଜନକ ଅଟେ। ମାସେ ମଧ୍ୟରେ, ଦୁଇ ଜଣ ମୋତେ ମାରିବାକୁ ଚେଷ୍ଟା କରିସାରିଛନ୍ତି ।ପୂର୍ବରୁ ଟେକ୍ସାସର ଟେସଲା ମୁଖ୍ୟାଳୟଠାରୁ ପ୍ରାୟ 20 ମିନିଟ୍ ଦୂରରୁ  ବନ୍ଧୁକ ଧରିବା ଅବସ୍ଥାରେ ଯୁବକଙ୍କୁ ଗିରଫ କରାଯାଇଥିଲା, ଶୌଭାଗ୍ୟବଶତଃ ମୋର କିଛି କ୍ଷତି ହୋଇ ନଥିଲା। ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ସାଂଘାତିକ ଆକ୍ରମଣ ହୋଇଥିବା ବେଳେ ଟେସଲାର ସିଇଓ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ,ମସ୍କ ଏହା କହିଛନ୍ତି। 

ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ଜଣେ ୟୁଜର ମସ୍କଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଏବଂ  ଟେକ୍ସାସର ଟେସଲା ମୁଖ୍ୟାଳୟ ନିକଟରେ ବନ୍ଧୁକ ଥିବା କିଛି ଲୋକଙ୍କୁ ଗିରଫ କରିବା ବିଷୟରେ କହିଥିଲେ।ତାଙ୍କୁ ଯେକୌଣସି ସମୟରେ ହତ୍ୟା କରାଯାଇପାରିବ ବୋଲି ମସ୍କ ଦାବି କରିସାରିଛନ୍ତି। 2022 ମସିହାରେ, ସେ ଟେକ୍ ସାମ୍ବାଦିକମାନଙ୍କୁ ସେମାନଙ୍କର ପ୍ରକୃତ ସମୟ ଅବସ୍ଥାନ ବାଣ୍ଟିଥିବା ଅଭିଯୋଗ କରିଥିଲେ ଏବଂ ସେମାନଙ୍କର X ଆକାଉଣ୍ଟକୁ ନିଷିଦ୍ଧ କରିଥିଲେ।

ପ୍ରକାଶ ଥାଉ ଯେ,ଆମେରିକାର ରାଜନୈତିକ ହିଂସା ଇତିହାସରେ  ଆଉ ଏକ କଳଙ୍କିତ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ପୂର୍ବତନ ରାଷ୍ଟ୍ରପତି ତଥା ଚଳିତ ରାଷ୍ଟ୍ରପତି ନିର୍ବାଚନର ରିପବ୍ଳିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଛି। ଗୋଟିଏ ଗୁଳି ଟ୍ରମ୍ପଙ୍କ କାନର ଉପର ଭାଗରେ ବାଜିଥିଲା। ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏହି ହତ୍ୟା ଉଦ୍ୟମରୁ ଟ୍ରମ୍ପ ଅଳ୍ପକେ ବର୍ତ୍ତିଯାଇଥିବା‌ ବେଳେ ଏଭଳି କାଣ୍ଡ ସମଗ୍ର ବିଶ୍ବକୁ ଆନ୍ଦୋଳିତ କରିଛି।ଏବଂ ଟ୍ରମ୍ପଙ୍କ ଏପରି ଘଟଣା ପରେ ଏଲନ୍ ମସ୍କଙ୍କୁ ଭୟ ଘାରିଛି।