Pakistan: ଇମରାନ ଖାନଙ୍କ ଖେଳ ଶେଷ! ପାକିସ୍ତାନ ନିର୍ବାଚନ ଆୟୋଗ ନେଲା ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1405250

Pakistan: ଇମରାନ ଖାନଙ୍କ ଖେଳ ଶେଷ! ପାକିସ୍ତାନ ନିର୍ବାଚନ ଆୟୋଗ ନେଲା ବଡ଼ ନିଷ୍ପତ୍ତି

Imran Khan: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  ପାକିସ୍ତାନ ନିର୍ବାଚନ ଆୟୋଗ। 

Pakistan: ଇମରାନ ଖାନଙ୍କ ଖେଳ ଶେଷ! ପାକିସ୍ତାନ ନିର୍ବାଚନ ଆୟୋଗ ନେଲା ବଡ଼ ନିଷ୍ପତ୍ତି

Pakistan Politics: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଲାଗିଛି ଜବରଦସ୍ତ ଝଟକା। ଆଉ ତାଙ୍କୁ ଏହି ଝଟକା ଦେଇଛନ୍ତି ଦେଶର ନିର୍ବାଚନ ଆୟୋଗ। ପାକିସ୍ତାନ ନିର୍ବାଚନ ଆୟୋଗ ଇମରାନ ଖାନଙ୍କୁ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି।  ଯେଉଁଥିପାଇଁ ତାଙ୍କୁ ଆସନ ହରାଇବାକୁ ପଡିପାରେ। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯିବ ବୋଲି ତାଙ୍କର ଘନିଷ୍ଠ ସହଯୋଗୀ ଫୱାଦ ଚୌଧୁରୀ। ପାକିସ୍ତାନରେ ବିଦେଶୀ ନେତାଙ୍କ ଠାରୁ ପ୍ରାପ୍ତ କୌଣସି ଉପହାରକୁ ସରକାରୀ ରାଜକୋଷରେ ଜମା କରିବାକୁ ପଡିଥାଏ। ହେଲେ ପ୍ରଧାନମନ୍ତ୍ରୀ ପଦରେ ରହିଥିବା ସମୟରେ ଇମରାନ ଖାନ ତାଙ୍କୁ ମିଳିଥିବା ଉପହାର ବିଷୟରେ ସଠିକ୍ ତଥ୍ୟ ଲୁଚାଇବା ସହ ସରକାରୀ ଅଧିକାରୀଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି।

ପାକିସ୍ତାନରେ (Pakistan) କ୍ଷମତାସୀନ ଶାସକ ମେଣ୍ଟର ସାଂସଦ (Pakistan Member of Parliament) ଅଗଷ୍ଟରେ ଦେଶର ନିର୍ବାଚନ ଆୟୋଗ (Election Commission of Pakistan) ନିକଟରେ ଇମରାନ ଖାନଙ୍କ (Imran Khan) ବିରୋଧରେ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ ଅଭିଯୋଗ କରିଥିଲେ ଯେ ଇମରାନ ଖାନ ଉପହାରରେ ମିଳିଥିବା ତିନୋଟି ଘଣ୍ଟାକୁ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଛନ୍ତି। ଯାହାର ମୂଲ୍ୟ ୧୫.୪ କୋଟି ଟଙ୍କାରୁ ଅଧିକ। ପାକିସ୍ତାନୀ ଖବରକାଗଜ ଡନ୍ (Pakistan Newspaper Don) ରିପୋର୍ଟ ଅନୁସାରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନେତୃତ୍ୱାଧୀନ ୪ ଜଣିଆ ଖଣ୍ଡପୀଠରେ ସିଇସି ସିକନ୍ଦର ସୁଲତାନ ରାଜା ଏହି ଘୋଷଣା କରିଛନ୍ତି। ରାଜଧାନୀ ଇସଲାମାବାଦସ୍ଥିତ ଇସିପି ସଚିବାଳୟ (ECP Secretariat Islamabad) ଠାରେ ଏହି ରାୟ ଶୁଣାଇଛନ୍ତି। ଯେତେବେଳେ ଇମରାନ ଖାନ କ୍ଷମତାରେ ଥିଲେ ସେତେବେଳେ ଆରବ ଦେଶ ଗସ୍ତ (Imran Khans Arab Country Tour) କରିବା ସମୟରେ ଅନେକ ଉପହାର ଗ୍ରହଣ କରିଥିଲେ। ଏହି ଉପହାରକୁ ସରକାରୀ ରାଜକୋଷରେ (Govt Treasury of Pakistan) ଜମା କରିବାକୁ ପଡିଥାଏ। 

Also Read: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜରିମାନା ଲଗାଇଲେ ପାକିସ୍ତାନ ନିର୍ବାଚନ ଆୟୋଗ

ହେଲେ ପରେ ଏହାକୁ କିଛି ପରିମାଣର ଅର୍ଥ ଦେଇ ପରେ କିଣାଯାଇପାରେ। ଇମରାନ ଖାନା ମଧ୍ୟ ଏହି ଉପହାରକୁ ନିୟମ ଅନୁଯାୟୀ କିଣିଥିଲେ। ଏନେଇ ଅଭିଯୋଗ ହୋଇଛି ଯେ ସରକାରୀ ରାଜକୋଷରେ କୌଣସି ରାଶି ଜମା ନ କରି ଏହି ଉପହାରକୁ ନିଆଯାଇଏହାକୁ ବହୁ ମୂଲ୍ୟରେ ବିକ୍ରି କରାଯାଇଥିଲା। ଏହା ସହିତ କେତେକ ମହଙ୍ଗା ଉପହାର ବିଷୟରେ ସୂଚନା ଦିଆଯାଇନଥିଲା କିମ୍ବା ଏହାକୁ ରାଜକୋଷରେ ଜମା କରିଯାଇ ନଥିଲା। ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (Pakistan Democratic Movement) ସାଂସଦଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ଦେଇଛନ୍ତି। ଏହା ପୂର୍ବରୁ ଏହି ମାମଲାର ଶୁଣାଣି ପରେ ୧୯ ସେପ୍ଟେମ୍ବରରେ ପ୍ରକ୍ରିୟା ଶେଷ ହେବା ନେଇ ଆୟୋଗ ନିଜ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ପୂ୍ର୍ବରୁ ପାକିସ୍ତାନ ନିର୍ବାଚନ ଆୟୋଗ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୫୦ ହଜାର ଟଙ୍କା ଜରିମାନା ଲଗାଇ ସାରିଛନ୍ତି।