Earthquake: କ'ଣ ପଶୁଙ୍କ ପାଖରେ ରହିଛି ଭୂକମ୍ପ ଚିହ୍ନଟ କରିବାର ଶକ୍ତି? ଗବେଷାଣାରୁ ମିଳିଲା ଏପରି ତଥ୍ୟ
Advertisement

Earthquake: କ'ଣ ପଶୁଙ୍କ ପାଖରେ ରହିଛି ଭୂକମ୍ପ ଚିହ୍ନଟ କରିବାର ଶକ୍ତି? ଗବେଷାଣାରୁ ମିଳିଲା ଏପରି ତଥ୍ୟ

Earthquake and Animal: କ'ଣ ପଶୁ ପକ୍ଷୀଙ୍କ ପାଖରେ ଷଡ଼ ଇନ୍ଦ୍ରୀୟ ରହିଛି? ଯାହା ସେମାନଙ୍କୁ ମଣିଷ ଏବଂ ଏପରିକି ମେସିନ୍ ଅପେକ୍ଷା ଭୂକମ୍ପ ସମ୍ପର୍କରେ ଆଗୁଆ ଜାଣିବାକୁ ଦେଇଥାଏ?

Earthquake: କ'ଣ ପଶୁଙ୍କ ପାଖରେ ରହିଛି ଭୂକମ୍ପ ଚିହ୍ନଟ କରିବାର ଶକ୍ତି? ଗବେଷାଣାରୁ ମିଳିଲା ଏପରି ତଥ୍ୟ

Earthquake News: ପ୍ରାକୃତିକ ବିପର୍ଯ୍ୟୟ କେବେ ଏବଂ କେଉଁ ପରିସ୍ଥିତିରେ ଆସିବା ତାହାର ପୂର୍ବାନୁମାନ କରିବା କଷ୍ଟକର। ଯଦିଓ ଆଜିର ବିଜ୍ଞାନ ଯୁଗରେ ଖରା, ବର୍ଷା, ଶୀତ, ବାତ୍ୟା, ବନ୍ୟା ବାବବଦରେ ପୂର୍ବାନୁମାନ କରିବା ସମ୍ଭବପର ହୋଇପାରିଛି। ହେଲେ ଭୂମିକମ୍ପ ଏବଂ ଏହାର ପ୍ରଭାବରେ ହେଉଥିବା ସୁନାମୀ ସମ୍ପର୍କରେ ପୂର୍ବାନୁମାନ କରିବା ସମ୍ଭବପର ହୋଇନାହିଁ। ଏପରିକି ଭୂକମ୍ପ ବିଷୟରେ ଭବିଷ୍ୟବାଣୀ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ମାଧ୍ୟମ ପ୍ରସ୍ତୁତ କରାଯାଇ ପାରିନାହିଁ। ହେଲେ ଅନେକ ଥର ଏହା  ବିଶ୍ୱାସ କରାଯାଏ ଯେ ପଶୁ ପକ୍ଷୀ  ଏପରି କିଛି କାର୍ଯ୍ୟ କରିବାକୁ ସକ୍ଷମ ଯାହା ମେସିନ କରିପାରିବ ନାହିଁ। କ'ଣ ପଶୁ ପକ୍ଷୀଙ୍କ ପାଖରେ ଷଡ଼ ଇନ୍ଦ୍ରୀୟ ରହିଛି? ଯାହା ସେମାନଙ୍କୁ ମଣିଷ ଏବଂ ଏପରିକି ମେସିନ୍ ଅପେକ୍ଷା ଭୂକମ୍ପ ସମ୍ପର୍କରେ ଆଗୁଆ ଜାଣିବାକୁ ଦେଇଥାଏ?

ନିକଟରେ ଉତ୍ତର ପ୍ରଦେଶ ଗ୍ରେଟର ନୋଏଡ଼ା ଅଞ୍ଚଳରେ ଏକ ପରିବାର ସେମାନଙ୍କର ଗୃହପାଳିତ ପଶୁଙ୍କ ଅଶାନ୍ତତା ଏବଂ ଶବ୍ଦ କାରଣରୁ ରାତି ଅଧରେ ଉଠିଯାଇଥିଲେ। ପଶୁଙ୍କୁ ଶାନ୍ତ କରିବା ସହ ନିଜକୁ ଭୂକମ୍ପ ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ସେମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥିଲା।

ପ୍ରାଣୀ ଚିକିତ୍ସକ ରୀଟା ଗୋୟଲ ବିଶ୍ୱାସ କରନ୍ତି ଯେ ଯାହାକୁ ଷଡ଼ ଇନ୍ଦ୍ରିୟ ବୋଲି  ବିବେଚନା କରିଥାଉ ପ୍ରକୃତରେ ତାହା ପଶୁଙ୍କର ଏକ ପ୍ରାକୃତିକ ଗୁଣ। ସେମାନଙ୍କର ଶୁଣିବା ଏବଂ ଅନୁଭବ କରିବାର କ୍ଷମତା ମଣିଷଙ୍କ ତୁଳନାରେ ଅନେକ ଗୁଣ ଅଧିକ। ଏହି କାରଣରୁ ବିଭିନ୍ନ ମଣିଷ ଅପେକ୍ଷା କୌଣସି ଶବ୍ଦ କିମ୍ବା ଏହା ଦ୍ୱାରା ଉତ୍ପନ ହେଉଥିବା କମ୍ପନକୁ ଆଗୁଆ ଶୁଣି ପାରିଥାନ୍ତି। ଏହାର କାରଣ ହେଉଛି ବିଭନ୍ନ ପ୍ରକାର ପଶୁ ଭୂମି ସହ ସିଧା ସଳଖ ଜଡିତ ରହିଥାନ୍ତି। ସେମାନଙ୍କର ଚର୍ମ ପୃଥିବୀ ସହିତ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସିଥାଏ। ସେମାନଙ୍କ ଶରୀର ସେମାନଙ୍କୁ କୌଣସି ଶବ୍ଦକୁ ଭଲ ଭାବେ ଶୁଣିବାକୁ ଦେଇତାଏ। ଏହି କାରଣରୁ ଭୂକମ୍ପ କିମ୍ବା ପ୍ରବଳ ବେଗରେ ପବନ ପ୍ରବାହିତ ହେଲେ ପଶୁଙ୍କ ମଧ୍ୟରେ ଅସ୍ଥିରତା ବଢିଯାଏ।

ଏ ସମ୍ପର୍କରେ ଜାଣିବା ପାଇଁ କିଛି ବର୍ଷ ପୂର୍ବେ ୟୁରୋପୀୟ ଦେଶ ଇଟାଲୀରେ ଏକ ଅନୁସନ୍ଧାନ କରାଯାଇଥିଲା। ଦେଶର ଉତ୍ତର ଭାଗ ଯାହା ଭୂମିକମ୍ପ ଦୃଷ୍ଟି କୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ସେଠାରେ ଗାଈ, ମେଣ୍ଢା ଏବଂ କୁକୁର ଦେହରେ ସେନ୍ସର ଲଗାଯାଇଥିଲା। ସେହି ସେନ୍ସର ଫଳାଫଳରୁ ଏହା ଜଣାପଡ଼ିଲା ଯେ ଏହି ପ୍ରାଣୀ ଭୂକମ୍ପ ଅନୁଭୂତ ହେବାର କିଛି ଘଣ୍ଟା ପୂର୍ବରୁ ବିଚଳିତ ହୋଇଉଠିଥାନ୍ତି। ଏପରିକି ସେମାନେ ଜୋରରେ ଚାଲିବା କିମ୍ବା ଅଧିକ ତ୍ରୀବତାରେ କୋଳାହଳ କରିବା ମଧ୍ୟ ଆରମ୍ଭ କରି ଦେଇଥାନ୍ତି।

ଭୂମିକମ୍ପ ସମ୍ପର୍କରେ ଗବେଷଣା କରିବା ପାଇଁ ଉତ୍ତର ଇଟାଲୀର ଅବସ୍ଥିତ ଏକ ଅଞ୍ଚଳ, ଯାହା ଯାହା ଭୂକମ୍ପ ପ୍ରଭାବିତ କ୍ଷେତ୍ର ସେଠାକାର ପଶୁଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା। ଏହି ଅଞ୍ଚଳରେ ୬ ଗାଈ, ୫ ମେଣ୍ଢା ଏବଂ ଦୁଇଟି କୁକୁର ଉପରେ ଆକ୍ସିଲେରୋମିଟର ଲଗାଯାଇଥିଲା। ସେମାନଙ୍କର କାର୍ଯ୍ୟକଳାପ ଉପରେ ଅନେକ ମାସ ଧରି ନଜର ରଖାଯାଇଥିଲା। ଅନୁସନ୍ଧାନ ସମୟରେ ଏଠାରେ  ପ୍ରାୟ ୧୮ ହଜାର ଥର ଭୂକମ୍ପ ଅନୁଭୂତ ହୋଇଥିଲା। ହେଲେ ଏହା ମଧ୍ୟରୁ କେବଳ ବାରଟି ଭୂମିକମ୍ପ ଏପରି ଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲରେ  ୪କିମ୍ବା ଏହା ଠାରୁ ଅଧିକ ଥିବାର ରେକର୍ଡ କରାଯାଇଥିଲା। 

ଗବେଷଣାରୁ ଜଣାପଡିଛି ଯେ ଭୂକମ୍ପ  ଅନୁଭୂତ ହେବାର ୨୦ ଘଣ୍ଟା ପୂର୍ବରୁ ବେଳେବେଳେ ପଶୁମାନେ ବିଚଳିତ ହୋଇଉଠିଥାନ୍ତି। ସେମାନେ ସେମାନଙ୍କ ସ୍ଥାନରୁ ୨୮ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଆସୁଥିବା ଭୂକମ୍ପ କାରଣରୁ ସେମାନଙ୍କର କାର୍ଯ୍ୟକଳାପକୁ ତୀବ୍ର କରି ଦେଇଥିଲେ। ଗବେଷକ ବିଶ୍ୱାସ କରୁଥିଲେ ଯେ ଭୂକମ୍ପ ସମୟରେ ପଥରରେ ସୃଷ୍ଟି ହେଉଥିବା କମ୍ପନକୁ ଅନୁଭବ କରିଥାନ୍ତି। ସେମାନଙ୍କର ଏଭଳି କାର୍ଯ୍ୟକଳାପର ଅର୍ଥ କ'ଣ ଏବଂ କେତେ ଘଣ୍ଟା ପୂର୍ବରୁ ଏହାକୁ କଣ ଚେତାବନୀ ଭାବେ ବିବେଚନା କରାଯାଇ ପାରିବ ସେ ନେଇ ବ୍ୟାପକ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି।