ମୁର୍ମୁ ଏହି ତିନୋଟି ରାଜ୍ୟରେ କରିଛନ୍ତି କ୍ଲିନ୍ ସୁଇପ୍, ଖାତା ମଧ୍ୟ ଖୋଲିପାରି ନାହାଁନ୍ତି ସିହ୍ନା
Advertisement

ମୁର୍ମୁ ଏହି ତିନୋଟି ରାଜ୍ୟରେ କରିଛନ୍ତି କ୍ଲିନ୍ ସୁଇପ୍, ଖାତା ମଧ୍ୟ ଖୋଲିପାରି ନାହାଁନ୍ତି ସିହ୍ନା

Presidential Election result: ଅରୁଣାଚଳ ପ୍ରଦେଶ, ମଣିପୁର ଓ ମେଘାଳୟରେ ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ (Draupadi Murmu) ସପକ୍ଷରେ ଜୋରଦାର ଭୋଟ୍ ହୋଇଥିଲା । ମୁର୍ମୁ ଅରୁଣାଚଳରେ ୯୩.୨%, ମଣିପୁରରେ ୯୦% ଓ ମେଘାଳୟରୁ ୮୫.୫% ଭୋଟ୍ ପାଇଛନ୍ତି ।

ଦ୍ରୌପଦୀ ମୁର୍ମୁ (ସୌ: ସୋସିଆଲ ମିଡିଆ)

Presidential Election 2022: ଦ୍ରୌପଦୀ ମୁର୍ମୁ (Draupadi Murmu) ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ (Yashwant Sinha) ପରାସ୍ତ କରି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି (President) ହୋଇ ଇତିହାସ ସୃଷ୍ଟି କରିଛନ୍ତି । ଦେଶର ୧୫ ତମ ରାଷ୍ଟ୍ରପତି ହେବା ପାଇଁ ନିର୍ବାଚକ ମଣ୍ଡଳ ସମେତ ସାଂସଦ ଓ ବିଧାୟକଙ୍କ ୬୪% ରୁ ଅଧିକ ଭୋଟ୍ ପାଇଥିଲେ । ଏଥିରେ ତିନୋଟି ରାଜ୍ୟ ଏପରି ଥିଲା ଯେଉଁଠାରେ ମୁର୍ମୁ ଏକ କ୍ଲିନ୍ ସୁଇପ୍ କରିଥିଲେ  । ଏହି ରାଜ୍ୟ ଗୁଡିକ ହେଉଛି ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ ଓ ସିକ୍କିମ, ଯେଉଁଠାରୁ ମୁର୍ମୁ ୧୦୦% ଭୋଟ୍ ପାଇଥିଲେ । ଆନ୍ଧ୍ରପ୍ରଦେଶରେ ମୁର୍ମୁ ଏତେ ଭୋଟ୍ ପାଇବା ଏଥିପାଇଁ ଆଶ୍ଚର୍ଯ୍ୟଜନକ, କାରଣ ଏଠାରେ ବିଜେପି କ୍ଷମତାରେ ନାହିଁ ।

ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶ, ମଣିପୁର ଓ ମେଘାଳୟରେ ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଜୋରଦାର ଭୋଟ୍ ହୋଇଥିଲା । ମୁର୍ମୁ ଅରୁଣାଚଳରେ ୯୩.୨%, ମଣିପୁରରେ ୯୦% ଓ ମେଘାଳୟରୁ ୮୫.୫% ଭୋଟ୍ ପାଇଛନ୍ତି । ଏଥି ସହିତ ମୁର୍ମୁଙ୍କୁ ମିଜୋରାମରେ ୭୨.୫% ଓ ତ୍ରିପୁରାରେ ୬୯.୫% ଭୋଟ୍ ମିଳିଥିଲା ।

ଏହି ୮ ଟି ରାଜ୍ୟରେ ମୁର୍ମୁଙ୍କ ଉପରେ ଭାରି ପଡ଼ିଥିଲେ ସିହ୍ନା
ମିଳିତ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ମଧ୍ୟ କେତେକ ରାଜ୍ୟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସେଥିମଧ୍ୟରୁ କେରଳରେ ୯୯.୩% ଓ ତେଲେଙ୍ଗାନାରେ ୯୭.୪% ଭୋଟ୍ ପାଇଛନ୍ତି । ଅନ୍ୟ ୬ ଟି ରାଜ୍ୟ ଯେଉଁଠାରେ ସିହ୍ନା ମୁର୍ମୁଙ୍କ ଅପେକ୍ଷା ଅଧିକ ଭୋଟ୍ ପାଇଛନ୍ତି, ସେହି ରାଜ୍ୟ ଗୁଡିକ ହେଉଛି ଛତିଶଗଡ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଦିଲ୍ଲୀ ।

୬,୭୬,୮୦୩ ଭୋଟ୍ ପାଇଥିଲେ ମୁର୍ମୁ 
ତୃତୀୟ ପର୍ଯ୍ୟାୟ ଗଣନା ପରେ ହିଁ ମୁର୍ମୁଙ୍କ ବିଜୟକୁ ସିଲ୍ କରାଯାଇଥିଲା, ଯେତେବେଳେ ରିଟର୍ନ ଅଫିସର ଘୋଷଣା କରିଥିଲେ ଯେ ମୁର୍ମୁ ସମୁଦାୟ ବୈଧ ଭୋଟର ୫୩ ପ୍ରତିଶତରୁ ଅଧିକ ପାଇଛନ୍ତି, ଯେତେବେଳେ କି ୧୦ ଟି ରାଜ୍ୟ ଓ ୟୁନିଅନ୍ ଅଞ୍ଚଳରେ ମତଦାନ ଗଣନା ଚାଲିଥିଲା । ଦଶ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଗଣନା ପ୍ରକ୍ରିୟା ଶେଷ ହେବା ପରେ ରିଟର୍ନିଂ ଅଫିସର ପିସି ମୋଦି ଫଳାଫଳ ଘୋଷଣା କରିଥିଲେ ।

ଏହା ବି ପଢ଼ନ୍ତୁ: ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି ଓ ତୃତୀୟରେ ପ୍ରଧାନମନ୍ତ୍ରୀ, ତେବେ ଜାଣନ୍ତୁ ଆପଣଙ୍କ ନମ୍ବର

ଏହା ବି ପଢ଼ନ୍ତୁ: ଗତ ଦୁଇ ବର୍ଷ ମଧ୍ୟରେ କେତେ ଲୋକ ପାଇଛନ୍ତି ସରକାରୀ ଚାକିରି? ସଂସଦରେ ମନ୍ତ୍ରୀ ଦେଲେ ଏହି ଜବାବ