Dolo 650 ବନାଉଥିବା ଫାର୍ମାସ୍ୟୁଟିକାଲ୍ କମ୍ପାନୀ କାହିଁକି ବିବାଦରେ? ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ
Advertisement

Dolo 650 ବନାଉଥିବା ଫାର୍ମାସ୍ୟୁଟିକାଲ୍ କମ୍ପାନୀ କାହିଁକି ବିବାଦରେ? ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

DOLO-650 : କୋରୋନା ମହାମାରୀ ସମୟରେ, Dolo ୬୫୦ ବିକ୍ରିରେ ଏକ ବମ୍ପର ବୃଦ୍ଧି ଘଟିଥିଲା ​​। ଡାକ୍ତରମାନେ ସମସ୍ତଙ୍କୁ ଡୋଲୋ ମେଡ଼ିସିନ ଖାଇବାକୁ ଲେଖୁଥିଲେ ଓ ଲୋକମାନେ ଏହାକୁ ବହୁ ପରିମାଣରେ କିଣି ଖାଉଥିଲେ । ବର୍ତ୍ତମାନ ପୁଣି ଥରେ ଏହି ମେଡ଼ିସିନ ଓ ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀ ଆଲୋଚନାରେ ରହିଛି ।

ସୌ: ସୋସିଆଲ ମିଡିଆ

DOLO-650 : କୋରୋନା ମହାମାରୀ (Covid-19) ଆରମ୍ଭରୁ ଜ୍ୱରର ଚିକିତ୍ସାରେ ବ୍ୟବହୃତ ହେଉଥିବା ଡୋଲୋ ମେଡ଼ିସିନ ଏବେ ମଧ୍ୟ ନିରନ୍ତର ଚର୍ଚ୍ଚାରେ ଅଛି । କୋରୋନା ମହାମାରୀ ସମୟରେ, ଡୋଲୋ ବିକ୍ରିରେ ଏକ ବମ୍ପର ବୃଦ୍ଧି ଘଟିଥିଲା ​। ଡାକ୍ତରମାନେ ସମସ୍ତଙ୍କୁ ଡୋଲୋ-୬୫୦ ମେଡ଼ିସିନ ଖାଇବାକୁ ଲେଖୁଥିଲେ ଓ ଲୋକମାନେ ଏହାକୁ ବହୁ ପରିମାଣରେ କିଣି ଖାଉଥିଲେ । ବର୍ତ୍ତମାନ ପୁଣି ଥରେ ଏହି ମେଡ଼ିସିନ ଓ ଏହାକୁ ପ୍ରସ୍ତୁତ କରୁଥିବା ମାଇକ୍ରୋ ଲ୍ୟାବ୍ସ ଲିମିଟେଡ (Micro Labs Limited) କମ୍ପାନୀ ଏବେ ପୁଣିଥରେ ଚର୍ଚ୍ଚାରେ ରହିଛି । ବାସ୍ତବରେ, ବର୍ତ୍ତମାନ ଚର୍ଚ୍ଚା ଏହା ହେଉଛି ଯେ ଡାକ୍ତରମାନେ କାହିଁକି ସମସ୍ତଙ୍କୁ ଏହି ମେଡ଼ିସିନ ଖାଇବାକୁ ପ୍ରେସକ୍ରିପସନରେ ଲେଖୁଥିଲେ ।

ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ମେଡିକାଲ୍ ରିପ୍ରେଜେଣ୍ଟଟିଭମାନେ ଗୁରୁବାର ଦିନ କହିଛନ୍ତି ଯେ ଏହି ମେଡ଼ିସିନ ନିର୍ମାତା ରୋଗୀଙ୍କୁ ଡୋଲୋ -୬୫୦ ଲେଖିବା ପାଇଁ ଡାକ୍ତରମାନଙ୍କୁ 1000 କୋଟିରୁ ଅଧିକ ମୂଲ୍ୟର ଉପହାର ଦେଇଛନ୍ତି । ଫେଡେରେସନ୍ ଅଫ୍ ମେଡିକାଲ୍ ଆଣ୍ଡ ସେଲ୍ସ ରିପ୍ରେଜେଣ୍ଟଟିଭ ଆସୋସିଏସନ୍ ଅଫ୍ ଇଣ୍ଡିଆରେ (Federation of Medical and Sales Representatives Association of India) ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ସଞ୍ଜୟ ପାରିକ୍ ଏହି ଶୁଣାଣି ସମୟରେ କେନ୍ଦ୍ରୀୟ ଟିକସ ବୋର୍ଡର (Central Board of Direct Taxes) ଏକ ରିପୋର୍ଟକୁ ଦର୍ଶାଇଛନ୍ତି । ରିପୋର୍ଟ ଅନୁଯାୟୀ, 'ଡୋଲୋ କମ୍ପାନୀ ଡୋଲୋ -୬୫୦ ମେଡିସିନ ଲେଖିବା ପାଇଁ ଡାକ୍ତରମାନଙ୍କୁ ୧୦୦୦ କୋଟିରୁ ଅଧିକ ମୂଲ୍ୟର ଉପହାର ଦେଇଥିଲା । ଡାକ୍ତରମାନେ ରୋଗୀଙ୍କୁ ଭୁଲ ଡୋଜ ଲେଖୁଥିଲେ ।

ଏହି ମାମଲାର ଶୁଣାଣି କରି ବେଞ୍ଚର ମୁଖ୍ୟ ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଡ଼ ଏହି ସମୟ ମଧ୍ୟରେ ନିଜ ଅଭିଜ୍ଞତା ବାଣ୍ଟିଥିଲେ । ସେ କହିଥିଲେ ଯେ ଯେତେବେଳେ ତାଙ୍କର କୋଭିଡ -୧୯ ଥିଲା, ସେତେବେଳେ ତାଙ୍କୁ ମଧ୍ୟ ଡୋଲୋ-୬୫୦ ନେବାକୁ ଡାକ୍ତର କହିଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ ବ୍ୟତୀତ ଜଷ୍ଟିସ୍ ଏସ୍ ବୋପାନ୍ନାଙ୍କୁ ମଧ୍ୟ ବେଞ୍ଚରେ ସାମିଲ କରାଯାଇଥିଲା । ଯୁକ୍ତି ଶୁଣିବା ପରେ ବେଞ୍ଚ କହିଛନ୍ତି, 'ଏହା ଏକ ଗୁରୁତର ପ୍ରସଙ୍ଗ । ଏହାକୁ ସାଧାରଣ ମକଦ୍ଦମା ଭାବରେ ଦେଖାଯାଇପାରିବ ନାହିଁ । ଆମେ ନିଶ୍ଚିତ ଭାବେ ଏହି କଥା ଶୁଣିବୁ ।ବ ର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୦ ଦିନ ପରେ ହେବାକୁ ଯାଉଛି ।

ଫେଡେରେସନ୍ ଅଫ୍ ମେଡିକାଲ୍ ଆଣ୍ଡ ସେଲ୍ସ ରିପ୍ରେଜେଣ୍ଟଟିଭ ଆସୋସିଏସନ୍ ଅଫ୍ ଇଣ୍ଡିଆ ଡୋଲୋ କମ୍ପାନୀର ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ଜନସ୍ୱାର୍ଥ ମାମଲା (ପିଏଲ) ଦାଖଲ କରିଛି । ଉକ୍ତ ଆବେଦନକୁ ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଥିଲା । ମେଡ଼ିସିନ ତିଆରି ଓ ମେଡ଼ିସିନର ମୂଲ୍ୟ ଉପରେ ନିୟନ୍ତ୍ରଣକୁ ନେଇ ଆବେଦନରେ ପ୍ରଶ୍ନ ଉଠିଛି । ଏକ ସପ୍ତାହ ମଧ୍ୟରେ ଏହି ପିଏଲ ଉପରେ ଏହାର ପ୍ରତିକ୍ରିୟା ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଏକ ନିର୍ଦ୍ଦିଷ୍ଟ ମେଡ଼ିସିନ ଲେଖିବା ପାଇଁ ଡାକ୍ତରମାନେ ଗ୍ରହଣ କରିଥିବା ଉପହାର ପାଇଁ କମ୍ପାନୀଗୁଡିକ ଦାୟୀ ବୋଲି ମଧ୍ୟ ଆବେଦନରେ ଦାବି କରାଯାଇଛି ।

ମାଇକ୍ରୋ ଲ୍ୟାବ ଲିମିଟେଡ୍ ନାମକ ଏକ କମ୍ପାନୀ ଯାହା ଡୋଲୋ ମେଡ଼ିସିନ ଉତ୍ପାଦ କରେ, ଏହା ସହ ବଜାରରେ ଅନେକ ପ୍ରକାରର ମେଡ଼ିସିନ ଉତ୍ପାଦନ କରେ ଓ ବିକ୍ରୟ କରେ । କମ୍ପାନୀର ଜ୍ୱର ମେଡ଼ିସିନ Dolo-650 ସବୁଠାରୁ ଲୋକପ୍ରିୟ । ବିଶେଷକରି କୋଭିଡ -୧୯ ସମୟରେ ସମସ୍ତେ ଏହି ମେଡ଼ିସିନର ନାମ ସହିତ ପରିଚିତ ହୋଇଥିଲେ ଓ ସେହି ସମୟ ମଧ୍ୟରେ ଜ୍ୱରରେ ପୀଡିତ ବ୍ୟକ୍ତି ନିଶ୍ଚିତ ଭାବରେ ଏହି ମେଡ଼ିସିନ ଗ୍ରହଣ କରିଥିଲେ । କମ୍ପାନୀର ବ୍ୟବସାୟ ୫୦ ଟି ଦେଶରେ ବ୍ୟାପିଛି । ଆୟକର ବିଭାଗ ୬ ଜୁଲାଇରେ ୯ ଟି ରାଜ୍ୟରେ ଅବସ୍ଥିତ ୩୬ ଟି ସ୍ଥାନ ଉପରେ ଚଢ଼ାଉ କଲାବେଳେ କମ୍ପାନୀ ପ୍ରଥମେ ଲାଇମଲାଇଟକୁ ଆସିଥିଲା ।

ଏହା ବି ପଢ଼ନ୍ତୁ: Hair Care: କେଶ ଝଡିବାକୁ ରୋକନ୍ତୁ, ପ୍ରତିଦିନ ଖାଆନ୍ତୁ ଏହି ପାଞ୍ଚଟି ମଞ୍ଜି