Pollution Due To Firecrackers: ଦିପାବଳୀରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଉଛି। କାରଣ ଏପରି କରିବା ଦ୍ୱାରା ବାୟୁ ପ୍ରଦୂଷଣକୁ ରୋକା ଯାଇପାରିବ।
Trending Photos
Firecracker Pollution: ଅକ୍ଟୋବର ୨୪ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ଆଲୋକର ପର୍ବ ଦିପାବଳୀ। ହେଲେ ଏହା ପୂର୍ବରୁ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି। ଦିପାବଳୀରେ ପ୍ରଦୂଷଣ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଭାରତ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଏହାକୁ ରୋକିବା ପାଇଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ହେଲେ ତଥାପି ଏକ ଆଶଙ୍କା ରହିଛି ଯେ ଦିୱାଲୀ ଅବସରରେ ଲୋକେ ବାଣ ଫୁଟାଇ ପାରନ୍ତି। ହେଲେ ଆପଣ ଜାଣିନିଅନ୍ତୁ ବାଣ ଫୁଟାଇବା ଦ୍ୱାରା କେତେ ପ୍ରଦୂଷଣ ବିସ୍ତାର ହୁଏ ଏବଂ ଗୋଟିଏ ବାଣ ଜଳାଇବା କେତୋଟି ସିଗାରେଟ୍ ଧୂଆଁ ସହିତ ସମାନ।
Also Read: Rule for Firecracker: ଦିପାବଳୀରେ ଫୁଟା ଯାଇପାରିବ କି ବାଣ? କ'ଣ ରହିଛି ନିୟମ
ବର୍ତ୍ତମାନ ଦିପାବଳୀରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଉଛି। କାରଣ ଏପରି କରିବା ଦ୍ୱାରା ବାୟୁ ପ୍ରଦୂଷଣକୁ ରୋକା ଯାଇପାରିବ। କହିବାକୁ ଗଲେ ଖରାପ ବାୟୁକୁ ଆହୁରି ଖରାପ ହେବାରୁ ରୋକା ଯାଇପାରିବ। ଗତ ୨୦୧୮ ବର୍ଷରେ ମିନେସୋଟା ୟୁନିଭରସିଟି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସ ଆଣ୍ଡ ପଲିସି ଦିଲ୍ଲୀର ଖରାପ ବାୟୁରେ ବାଣର ପ୍ରଭାବ ଉପରେ ଏକ ଅଧ୍ୟୟନ କରିଥିଲା। ଯେଉଁଥିରୁ ଜଣାପଡିଛି ଯେ ଦିଲ୍ଲୀର PM2.5 ପରିମାଣ ପ୍ରତିବର୍ଷ ୪୦% ପ୍ରତିଶତ ବୃଦ୍ଧି ପାଇଛି। ହେଲେ ଯେତେବେଳେ ଦିପାବଳୀ ଅବସରରେ ବାଣ ଫୁଟାଯାଏ ସେତେବେଳେ ଏହାର ମାତ୍ରେ ୧୦୦% ବୃଦ୍ଧି ପାଇଥିବାର ଜଣାପଡ଼ିଥିଲା।