Fraud: ଅନଲାଇନ୍ ପମେଣ୍ଟ ଓ ବ୍ୟାଙ୍କିଙ୍ଗର ଡିଜିଟାଇଜେସନ୍ ସାଧାରଣ ଲୋକଙ୍କୁ ତଥା ସରକାରଙ୍କୁ ମଧ୍ୟ ଉପକୃତ କରିଛି । କିନ୍ତୁ ଏହାଦ୍ୱାରା ଆର୍ଥିକ ଠକେଇ ମାମଲା ମଧ୍ୟ ବୃଦ୍ଧି ପାଇଛି ।
Trending Photos
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) ସର୍ବଦା ପେମେଣ୍ଟ ପାଇଁ ଡିଜିଟାଇଲାଇଜେସନ୍କୁ (Digitalization) ପ୍ରୋତ୍ସାହନ ଦେଉଛନ୍ତି, କାରଣ ଏହାର ଅନେକ ଲାଭ ଅଛି । ପେମେଣ୍ଟ ଓ ବ୍ୟାଙ୍କିଙ୍ଗର ଡିଜିଟାଇଲେଜେସନ୍ ଗ୍ରାହକଙ୍କ ପାଇଁ ଏହା ଅତି ସହଜ କରିଥାଏ । କିନ୍ତୁ, ଆପଣ ଜାଣନ୍ତି କି ଏହାର କ୍ଷତି ମଧ୍ୟ ରହିଛି । ଯଦି ଆପଣ ଏଗୁଡ଼ିକୁ ସଠିକ୍ ଭାବରେ ବ୍ୟବହାର କରୁନାହାଁନ୍ତି, ତେବେ ଆପଣ ଠକେଇର ଶିକାର ହୋଇପାରନ୍ତି, ଯାହାଫଳରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ମଧ୍ୟ ଉଭାନ ହୋଇଯାଇପାରେ ।
ଗତ ତିନିବର୍ଷ ମଧ୍ୟରେ ପ୍ରାୟ ୪୨ ପ୍ରତିଶତ ଭାରତୀୟ ଆର୍ଥିକ ଠକେଇର ଶିକାର ହୋଇଛନ୍ତି । ଗୁରୁବାର ଦିନ ଏକ ନୂଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ସ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଗତ ତିନିବର୍ଷ ମଧ୍ୟରେ ବ୍ୟାଙ୍କିଙ୍ଗ୍ ଠକେଇ ଯୋଗୁଁ ଟଙ୍କା ହରାଇଥିବା ଲୋକଙ୍କ ମଧ୍ୟରୁ ୧୭% ସେମାନଙ୍କ ଟଙ୍କା ଫେରସ୍ତ କରିବାରେ ସକ୍ଷମ ହୋଇଥିବାବେଳେ ୭୪% ଲୋକ ଏହାର ସମାଧାନ ଖୋଜି ପାଇ ନାହାଁନ୍ତି ।
ପୂର୍ବରୁ ହୋଇଥିବା ଏକ ସର୍ଭେରେ ଲୋକାଲ୍ ସର୍କଲ୍ ଖୁଲାସା କରିଛି ଯେ ୨୯ ପ୍ରତିଶତ ନାଗରିକ ସେମାନଙ୍କ ଏଟିଏମ୍ କିମ୍ବା ଡେବିଟ୍ କାର୍ଡ ପିନ୍ ବିବରଣୀକୁ ନିକଟ ପରିବାର ସଦସ୍ୟଙ୍କ ସହ ଅଂଶୀଦାର କରୁଥିବାବେଳେ, ୪ ପ୍ରତିଶତ ଲୋକ ଏହାକୁ ଘରୋଇ ଓ ଅଫିସ୍ କର୍ମଚାରୀଙ୍କ ସହ ସେୟାର କରିଛନ୍ତି । ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ୩୩ ପ୍ରତିଶତ ନାଗରିକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ, ଡେବିଟ୍ କିମ୍ବା କ୍ରେଡିଟ କାର୍ଡ ଓ ଏଟିଏମ୍ ପାସୱାର୍ଡ, ଆଧାର ଓ ପାନ୍ ନମ୍ବର ଇମେଲ କିମ୍ବା କମ୍ପ୍ୟୁଟରରେ ସଂରକ୍ଷଣ କରୁଥିବାବେଳେ ୧୧ ପ୍ରତିଶତ ନାଗରିକ ଏହି ବିବରଣୀକୁ ମୋବାଇଲ୍ ଫୋନ୍ କଣ୍ଟାକ୍ଟ ଲିଷ୍ଟରେ ସେଭ୍ କରନ୍ତି ।
ନୂଆ ସର୍ଭେରୁ ଜଣାପଡିଛି ଯେ ବ୍ୟାଙ୍କ ଆକାଉଣ୍ଟ ଠକେଇ, ଇ-କମର୍ସ ଅପରେଟରଙ୍କ ଦ୍ୱାରା ଠକେଇ, କ୍ରେଡିଟ ଓ ଡେବିଟ୍ କାର୍ଡ ଠକେଇ ଏହି ସମସ୍ୟାର ମୁଖ୍ୟ କାରଣ ଅଟେ । ଏକ ଫୋନର କଣ୍ଟାକ୍ଟ ଲିଷ୍ଟ, ଇମେଲ କିମ୍ବା କମ୍ପ୍ୟୁଟରରେ ସମ୍ବେଦନଶୀଳ ଆର୍ଥିକ ବିବରଣୀ ସଂରକ୍ଷଣ କରିବା ସାଇବର ଆକ୍ରମଣ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଥାଏ, ବିଶେଷତ ଯଦି ଗ୍ୟାଜେଟ୍ ଚୋରି ହୋଇଯାଏ କିମ୍ବା ଭୁଲ ଲୋକଙ୍କ ହାତରେ ଏହା ପଡ଼େ ।
ବ୍ୟାଙ୍କିଙ୍ଗ୍ ପାସୱାର୍ଡ ଓ ଏଟିଏମ୍, ବ୍ୟାଙ୍କ ଆକାଉଣ୍ଟ୍, ଇମେଲ୍ ଇତ୍ୟାଦିର ସବିଶେଷ ତଥ୍ୟ ସଂରକ୍ଷଣ କରିବା ପାଇଁ ସ୍ମାର୍ଟଫୋନର ଏକ ସମ୍ପର୍କ ତାଲିକା ବ୍ୟବହାର କରିବା ଏକ ସମ୍ବେଦନଶୀଳ ସୂଚନା / ପରିଚୟପତ୍ର ସଂରକ୍ଷଣ କରିବା ପାଇଁ ଏକ ଅସୁରକ୍ଷିତ ଉପାୟ, ଯେହେତୁ ଆଜିକାଲି ଅନଲାଇନ୍ ଆପ୍ କାହାର ସମ୍ପର୍କ ଓ ବାର୍ତ୍ତା ସଂରକ୍ଷଣ କରିବା ପାଇଁ ଅନୁମତି ମାଗିଥାଏ । ଏହି ସର୍ଭେରେ ଭାରତର ୩୦୧ ଟି ଜିଲ୍ଲାର ନାଗରିକଙ୍କ ପାଖାପାଖି ୩୨,୦୦୦ ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇଛି ।
ଏହା ବି ପଢ଼ନ୍ତୁ: ବିନାଶର ପଥରେ ଠିଆ ହୋଇଛି ବିଶ୍ୱ! ଜାତିସଂଘ ମୁଖ୍ୟ ସମସ୍ତ ଦେଶକୁ ଦେଲେ ଏହି ଆହ୍ୱାନ