Digital Rupee: ଜାଣନ୍ତୁ କେମିତି କରିବେ ବ୍ୟବହାର ଓ କ'ଣ ମିଳିବ ଫାଇଦା
Advertisement

Digital Rupee: ଜାଣନ୍ତୁ କେମିତି କରିବେ ବ୍ୟବହାର ଓ କ'ଣ ମିଳିବ ଫାଇଦା

Digital Rupee Benefits: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ରୁପି। ପ୍ରଥମ ଟି ହୋଲସେଲ ଟ୍ରାଞ୍ଜାକସନ ତଥା ବଡ ନେଣଦେଣ ପାଇଁ ଯାହା ପ୍ରଥମରୁ ନଭେମ୍ବର ୧ ରୁ ଆରମ୍ଭ ହୋଇସାରିଛି। ସେହିପରି ଦ୍ୱିତୀୟ ରିଟେଲରେ ସାଧାରଣ ଲୋକଙ୍କ ପାଇଁ ହେବ। ଯାହାକୁ ଆଜିଠାରୁ ଲଞ୍ଚ କରାଯିବା ନେଇ ଘୋଷଣା ସରିଛି। CBDC ବ୍ଲକଚେନ ଟେକ୍ନୋଲୋଜି ଉପରେ ଏହା ଆଧାରିତ ହେବ । 

Digital Rupee: ଜାଣନ୍ତୁ କେମିତି କରିବେ ବ୍ୟବହାର ଓ କ'ଣ ମିଳିବ ଫାଇଦା

Digital Rupee: ଦେଶରେ ଯେବେଠାରୁ ଡିଜିଟାଲ ଟ୍ରାଞ୍ଜାକସନ୍ ର ଧାରା ଆରମ୍ଭ ହୋଇଛି ସେବେଠାରୁ ପର୍ସରେ ଟଙ୍କା ରଖିବା ଲୋକ ଭୁଲି ହିଁ ଗଲେଣି। କାରଣ ଯେଉଁଠାରେ ବି ପେମେଣ୍ଟ କରିବାକୁ ହେଲେ ଲୋକମାନେ ଭିମ୍ ୟୁପିଆଇ, ଫୋନ ପେ, ଗୁଗୁଲ ପେ ର ବ୍ୟବହାର କରୁଛନ୍ତି। ତେବେ ଭାରତୀୟଙ୍କ ପାଇଁ ଆଜିଠାରୁ ଡିଜିଟାଲ ରୂପି ଆସିବାକୁ ଯାଉଛି। RBI ଆଜିଠାରୁ ରିଟେଲ Digital Rupee ର ଲଞ୍ଚ ଘୋଷଣା କରିଛି। ଯାହା ରିଟେଲ ଡିଜିଟାଲ କରେନ୍ସିର ପ୍ରଥମ ପାଇଲଟ ପ୍ରୋଜକ୍ଟ ହେବ। ତେବେ ଆସନ୍ତୁ ଜାଣିବା ଏହି ଡିଜିଟାଲ ରୁପିର ବ୍ୟବହାର କଣ ଫାଇଦା ମିଳିବ ଓ କଣ କ୍ଷତି ହେବ ।  

ରିଟେଲ ବ୍ୟବହାର ପାଇଁ ହେବ ଲଞ୍ଚ
୧ ନଭେମ୍ବର ୨୦୨୨ ରେ କେନ୍ଦ୍ରୀୟ ବ୍ୟାଙ୍କ (Central Bank) ହୋଲସେଲ ଟ୍ରାଞ୍ଜାକସନ୍ ପାଇଁ ଡିଜିଟାଲ ରୁପି ଲଞ୍ଚ କରିଥିଲେ । ମାତ୍ର ଏବେ ସେଣ୍ଟ୍ରାଲ ବ୍ୟାଙ୍କ ଏହି ଡିଜିଟାଲ କରେନ୍ସିର ରିଟେଲରେ ବ୍ୟବହାର ପାଇଁ ବି ଲଞ୍ଚ କରୁଛି । ଆରବିଆଇ ମୁତାବିକ୍, ରିଟେଲ ପାଇଁ ଡିଜିଟାଲ ରୁପିର ପାଇଲଟ ପ୍ରୋଜେକ୍ଟ ସମୟରେ ଏହାର ଡିଷ୍ଟ୍ରିବ୍ୟୁସନ ଓ ବ୍ୟବହାର ପୁରା ପ୍ରକ୍ରିୟାର ପରୀକ୍ଷା ନିରୀକ୍ଷା କରାଯିବ। ଏହାର ପରୀକ୍ଷଣ କିଛି ବଛାବଛା ସହର ମାନଙ୍କରେ କରାଯିବ। 

ଯେମିତି ଆମର ବ୍ୟାଙ୍କ ଆକାଉଣ୍ଟରେ ଡିଜିଟାଲ ରୂପରେ କ୍ୟାସ ଦେଖିଥାଇ । ପର୍ସରେ ନିଜର ବାଲାନ୍ସକୁ ଚେକ୍ କରିଥାଉ ସେହିପରି ଡିଜିଟାଲ ରୁପିକୁ (Digital Rupee) ମଧ୍ୟ ଦେଖିବା ସହ ରଖି ମଧ୍ୟ ପାରିବା। ଡିଜିଟାଲ ରୁପିକୁ ଦୁଇ ପ୍ରକାରରେ ଲଞ୍ଚ କରିବାକୁ ଯାଉଛି ଆରବିଆଇ। ପ୍ରଥମ ଟି ହୋଲସେଲ ଟ୍ରାଞ୍ଜାକସନ ତଥା ବଡ ନେଣଦେଣ ପାଇଁ ଯାହା ପ୍ରଥମରୁ ନଭେମ୍ବର ୧ ରୁ ଆରମ୍ଭ ହୋଇସାରିଛି। ସେହିପରି ଦ୍ୱିତୀୟ ରିଟେଲରେ ସାଧାରଣ ଲୋକଙ୍କ ପାଇଁ ହେବ। ଯାହାକୁ ଆଜିଠାରୁ ଲଞ୍ଚ କରାଯିବା ନେଇ ଘୋଷଣା ସରିଛି। CBDC ବ୍ଲକଚେନ ଟେକ୍ନୋଲୋଜି ଉପରେ ଏହା ଆଧାରିତ ହେବ । ପେପର କରେନ୍ସି (Paper Currency) ପରି ଏହାର ଲିଗାଲ ଟେଣ୍ଡର କରାଯିବ। ଆପଣ ଯେମିତି ପେମେଣ୍ଟ କରିବାକୁ ଚାହିଁବେ ସେମିତି ପେମେଣ୍ଟ କରିପାରିବେ ଏବଂ ତାହା ସେହି ଆକାଉଣ୍ଟରେ ସଠିକ ଭାବେ ପହଞ୍ଚିପାରିବ। 

ଇଲୋକ୍ଟ୍ରୋନିକ କ୍ୟାସ୍
CBDC ଇଲୋକ୍ଟ୍ରୋନିକ ରୂପରେ ଆକାଉଣ୍ଟରେ ଦେଖାଦେବ। CBDC କୁ ପେପର ନୋଟ ସହିତ ବଦଳାଯାଇପାରିବ। ଟଙ୍କା ମୁକାବିଲାରେ ଟ୍ରାଞ୍ଜାକସନ ଅତି ସହଜ ଏବଂ ସୁରକ୍ଷିତ ହେବ । ଏହାପୁରା ଟଙ୍କା ଭଳି ହିଁ କାମ କରିବ। ମାତ୍ର ଟେକ୍ନୋଲୋଜି ସାହାଯ୍ୟରେ ଏହା ପୁରା ହେବ। କହିବାକୁ ଗଲେ ଏହାକୁ ଇଲୋକ୍ଟ୍ରୋନିକ୍ସ କ୍ୟାସ (Electronics Cash) ବୋଲି କହିପାରିବା।

Also Read: World AIDS day 2022: ଏବେ ବି ରାଜ୍ୟରେ ସ୍ଥିତି ସାଙ୍ଘାତିକ, ଚିନ୍ତା ବଢାଇଲା ପଜିଟିଭ୍ ହାର

ପେମେଣ୍ଟ ମିଡିୟମ ହେବ E-Rupee
RBI ର କହିବାନୁସାରେ CBDC (Digital Rupee) ଏକ ପେମେଣ୍ଟର ମାଧ୍ୟମ ହେବ । ଯାହା ସବୁ ସାଧାରଣ ନାଗରିକ, ବିଜିନେସ ଓ ସରକାର ପାଇଁ ଲିଗାଲ ଟେଣ୍ଡର ହେବ । ଏହାର ମୂଲ୍ୟ ସେଫ୍ ଷ୍ଟୋର ତଥା ଲିଗାଲ ଟେଣ୍ଡର ନୋଟର ସମାନତା ହୋଇପାରିବ। ଡିଜିଟାଲ କରେନ୍ସି ଆସିବା ପରେ ଲୋକ ନିଜ ପାଖରେ କ୍ୟାସ ରଖିବା କମ କରିବା ଆରମ୍ଭ କରିବେ।  

Also Read: LPG Price: ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

କରେନ୍ସି ନୋଟର ଡିଜିଟାଲ ସ୍ୱରୁପ (Digital Currency Notes)

E-Rupee ଏକ ଡିଜିଟାଲ ଟୋକନ ପରି କାମ କରିବ। ଅର୍ଥାତ୍ CBDC RBI ତରଫରୁ ଜାରି କରାଯାଇଥିବା କରେନ୍ସି ନୋଟ ର ଡିଜିଟାଲ ସ୍ୱରୁପ ଅଟେ । ଏହାର ବ୍ୟବହାର କରେନ୍ସି ପରି ହିଁ ନେଣଦେଣ କରିପାରିବେ । RBI ଅନୁସାରେ, ଇ ରୁପିର ଡିଷ୍ଟ୍ରିବ୍ୟୁସନ ବ୍ୟାଙ୍କ ଜରିଆରେ ହିଁ କରାଯିବ। ଡିଜିଟାଲ ୱାଲେଟ ମାଧ୍ୟମରେ ବ୍ୟକ୍ତିଠାରୁ ବ୍ୟକ୍ତିକୁ ଓ ବ୍ୟକ୍ତିଠାରୁ ବ୍ୟବସାୟୀ ସହ ସିଧାସଳଖ ନେଣଦେଣ ହୋଇପାରିବ । ଏହାସହ  QR କୋଡ ସ୍କାନ (QR Code Scan) କରିକି ମଧ୍ୟ ପେମେଣ୍ଟ କରାଯାଇପାରିବ। 

Also Read: Bizarre incident: ମୋବାଇଲ ଚେକିଂ ବେଳେ ଛାତ୍ରୀଙ୍କ ସ୍କୁଲ ବ୍ୟାଗରୁ ବାହାରିଲା..., ଯାହାକୁ ଦେଖି ଛାନିଆ ହୋଇଗଲେ ଶିକ୍ଷକ

E-Rupee ବ୍ୟବହାରର ବଡ ଫାଇଦା

  • ଡିଜିଟାଲ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାକୁ ସାହାଯ୍ୟ କରିବ
  • ପକେଟରେ ଟଙ୍କା ରଖିବା ଦରକାର ପଡ଼ିବନି
  • ମୋବାଇଲ ୱାଲେଟ ପରି ପେମେଣ୍ଟ କରିବାକୁ ମିଳିବ ସୁବିଧା
  • ଡିଜିଟାଲ ରୁପିକୁ ବ୍ୟାଙ୍କରେ ଟଙ୍କା ଓ କ୍ୟାସ ରେ ସହଜରେ କନଭର୍ଟ କରିପାରିବେ
  • ବିଦେଶକୁ ଟଙ୍କା ନେଣଦେଣ ପ୍ରକ୍ରିୟାରେ ହ୍ରାସ ଘଟିବ
  • ବିନା ଇଣ୍ଟରନେଟରେ ବି କାମ କରିବ E-Rupee
  • ଟଙ୍କାର ବରାବର ହେବ E-Rupee ର ମୂଲ୍ୟ