Petrol Price: ୧୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ପେଟ୍ରୋଲ ଡିଜେଲ ଦର, ଜାଣନ୍ତୁ କେବେ ହେବ ଘୋଷଣା !
Advertisement
Article Detail0/zeeodisha/odisha2064250

Petrol Price: ୧୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ପେଟ୍ରୋଲ ଡିଜେଲ ଦର, ଜାଣନ୍ତୁ କେବେ ହେବ ଘୋଷଣା !

Petrol Price: ଏଠାରେ କହିରଖୁଛୁ ଯେ, ଜୁଲାଇ-ସେପ୍ଟେମ୍ବର ତ୍ରୈୟମାସରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ୫୮୨୬.୯୬ କୋଟି ଟଙ୍କା ଲାଭ କରିଛି। ଯେଉଁଠାରେ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ସମାନ ତ୍ରୈୟମାସରେ ୮ହଜାର ୨୪୪ କୋଟି ଟଙ୍କା ଲାଭ କରିଛି। 

 

Petrol Price: ୧୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ପେଟ୍ରୋଲ ଡିଜେଲ ଦର, ଜାଣନ୍ତୁ କେବେ ହେବ ଘୋଷଣା !

Petrol Price: ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ଖୁବ୍ ଶୀଘ୍ର ହ୍ରାସ ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ ଥରରେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦ ଟଙ୍କାକୁ ହ୍ରାସ କରାଯାଇପାରେ। ସରକାରୀ ତୈଳ କମ୍ପାନୀଗୁଡିକ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି ବୋଲି ଆଲୋଚନା ହେଉଛି। ଯଦି ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ଏତେ ହ୍ରାସ ହୁଏ ତେବେ ଅନେକ ଜିନିଷର ମୂଲ୍ୟ ହ୍ରାସ ପାଇବ କାରଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ସେମାନଙ୍କ ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ । 

ପ୍ରକୃତରେ ଡିସେମ୍ବର ୨୦୨୩ ତ୍ରୈମାସରେ ତୈଳ କମ୍ପାନୀଗୁଡିକର ଲାଭ ୭୫ହଜାର କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଏପରି ପରିସ୍ଥିତିରେ ସାଧାରଣ ଜନତା ମଧ୍ୟ ଏଥିରୁ ଉପକୃତ ହୋଇପାରିବେ। ଏଠାରେ କହିରଖୁଛୁ ଯେ, ଏପ୍ରିଲ୍ ୨୦୨୨ ପରେ ସରକାରୀ ତୈଳ କମ୍ପାନୀଗୁଡିକ ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ କୌଣସି ହ୍ରାସ କରିନାହାଁନ୍ତି।

ତେଲ କମ୍ପାନୀ ଗୁଡିକର ହୋଇଛି ବହୁତ ଲାଭ
ବର୍ତ୍ତମାନ କୁହାଯାଉଛି ଯେ ତୈଳ କମ୍ପାନୀଗୁଡିକର ପ୍ରଫିଟ୍ ମାର୍ଜିନ(Profit Margin) ଲିଟର ପିଛା ଦଶ ଟଙ୍କା ପର୍ଯ୍ୟନ୍ତ ହୋଇପାରେ, ଏଭଳି ପରିସ୍ଥିତିରେ ଏହା ବର୍ତ୍ତମାନ ଜନସାଧାରଣଙ୍କୁ ମଧ୍ୟ ଦିଆଯିବ। ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷ ତୂଳନାରେ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ତୈଳ କମ୍ପାନୀଗୁଡିକ ବହୁତ ଲାଭ କରିଛନ୍ତି । ତୃତୀୟ ତ୍ରୈୟମାସରେ ମଧ୍ୟ ସମାନ ଧାରା ଜାରି ରହିବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ତୈଳ କମ୍ପାନୀଗୁଡ଼ିକ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି। ଏଠାରେ କହିରଖୁଛୁ ଯେ, ଜୁଲାଇ-ସେପ୍ଟେମ୍ବର ତ୍ରୈୟମାସରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (Hindustan Petroleum Corporation Limited) ୫୮୨୬.୯୬ କୋଟି ଟଙ୍କା ଲାଭ କରିଛି। ଯେଉଁଠାରେ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ସମାନ ତ୍ରୈୟମାସରେ ୮ହଜାର ୨୪୪ କୋଟି ଟଙ୍କା ଲାଭ କରିଛି। ତେବେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ, ଯେ ବର୍ତ୍ତମାନ ଭାରତରେ ତେଲ ମୂଲ୍ୟ କେବଳ ତେଲ କମ୍ପାନୀ ଦ୍ୱାରା ସ୍ଥିର କରାଯାଉଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (Odisha Petrol Price)(୧ ଲିଟର) ୧୦୩.୧୮ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୭୫ ରହିଛି।ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୬.୭୨ ରହିଥିବା ବେଳେ ଡିଜେଲ(୧ ଲିଟର) ୮୯.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୩୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି।ସେପଟେ  ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୬୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୦୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୭୬ ରହିଛି। 

Also Read: Petrol Diesel Price Today: ଜାଣନ୍ତୁ ଆଜିର ପେଟ୍ରୋଲ ଡିଜେଲ ଦର, ଓଡ଼ିଶାରେ ଲିଟର ପିଛା...

Also Read: Flight Service Disruption: କେବଳ କୁହୁଡ଼ି ନୁହେଁ ଏହି ୩ କାରଣରୁ ବଢୁଛି ଯାତ୍ରୀଙ୍କ ସମସ୍ୟା