Defence News: ବିଦେଶକୁ ତୋପ ରପ୍ତାନୀ କରିବ ପ୍ରସ୍ତୁତ ଭାରତ, ମିଲିଲା ୧୫୫ ମିଲିୟନ୍ ଡଲାର ମୂଲ୍ୟର ଅର୍ଡର
Advertisement
Article Detail0/zeeodisha/odisha1433443

Defence News: ବିଦେଶକୁ ତୋପ ରପ୍ତାନୀ କରିବ ପ୍ରସ୍ତୁତ ଭାରତ, ମିଲିଲା ୧୫୫ ମିଲିୟନ୍ ଡଲାର ମୂଲ୍ୟର ଅର୍ଡର

କେବେ ସେନାବାହିନୀ ପାଇଁ ତୋପ ଅଭାବର ସାମ୍ନା କରିଥିବା ଭାରତ ଏବେ ବିଶ୍ୱକୁ ତୋପ ରପ୍ତାନୀ କରିବାକୁ ପ୍ରସ୍ତୁତ ଅଛି। ଭାରତର ଘରୋଇ କମ୍ପାନୀ କଲ୍ୟାଣୀ ଏହାର ସ୍ୱଦେଶୀ ତୋପ ବିକ୍ରୟ କରିବାକୁ ଏକ ବଡ ରପ୍ତାନୀ ଅର୍ଡର ପାଇଛି। ଏନେଇ ହୋଇଥିବା ଚୁକ୍ତିର ମୂଲ୍ୟ ପ୍ରାୟ ୧୫୫ ମିଲିୟନ ଡଲାର। ଯଦିଓ କେଉଁ ଦେଶ ପକ୍ଷରୁ ଏହି ରପ୍ତାନୀ ଅର୍ଡର ପଠାଯାଇଛି ତାହା କମ୍ପାନୀ

Defence News: ବିଦେଶକୁ ତୋପ ରପ୍ତାନୀ କରିବ ପ୍ରସ୍ତୁତ ଭାରତ, ମିଲିଲା ୧୫୫ ମିଲିୟନ୍ ଡଲାର ମୂଲ୍ୟର ଅର୍ଡର

India: କେବେ ସେନାବାହିନୀ ପାଇଁ ତୋପ ଅଭାବର ସାମ୍ନା କରିଥିବା ଭାରତ ଏବେ ବିଶ୍ୱକୁ ତୋପ ରପ୍ତାନୀ କରିବାକୁ ପ୍ରସ୍ତୁତ ଅଛି। ଭାରତର ଘରୋଇ କମ୍ପାନୀ କଲ୍ୟାଣୀ ଏହାର ସ୍ୱଦେଶୀ ତୋପ ବିକ୍ରୟ କରିବାକୁ ଏକ ବଡ ରପ୍ତାନୀ ଅର୍ଡର ପାଇଛି। ଏନେଇ ହୋଇଥିବା ଚୁକ୍ତିର ମୂଲ୍ୟ ପ୍ରାୟ ୧୫୫ ମିଲିୟନ ଡଲାର। ଯଦିଓ କେଉଁ ଦେଶ ପକ୍ଷରୁ ଏହି ରପ୍ତାନୀ ଅର୍ଡର ପଠାଯାଇଛି ତାହା କମ୍ପାନୀ ପ୍ରକାଶ କରି ନାହିଁ। ହେଲେ କଲ୍ୟାଣ ଗ୍ରୁପ୍ ବିଏସଇ ଅର୍ଥାତ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କୁ ଏକ ବିଜ୍ଞପ୍ତିରେ କହିଛି ଯେ କଲ୍ୟାଣୀ ଷ୍ଟ୍ରାଟେଜିକ୍ ସିଷ୍ଟମ ଲିମିଟେଡ୍ କୁ 'ନନ୍ କଲଫ୍ଲିକ୍ଟ ଜୋନ୍' ପକ୍ଷରୁ ୧୫୫ ଏମଏମ ଆର୍ଟିଲରି ଗନ୍ ଅର୍ଡର ମିଳିଛି।

ଏହି ରପ୍ତାନୀ ଅର୍ଡର ମୂଲ୍ୟ ହେଉଛି ୧୫୫ ମିଲିୟମ ଡଲାର। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ପ୍ରାୟ ୧୨୬୧ କୋଟି ଟଙ୍କା। କମ୍ପାନୀ ସୂଚନା ଦେଇଛି ଏହି ତୋପ ଅର୍ଡର ଆସନ୍ତା ୩ ବର୍ଷ ମଧ୍ୟରେ ପହଞ୍ଚାଇବାକୁ ହେ। 'ନନ୍ କଲଫ୍ଲିକ୍ଟ ଜୋନ୍' (Non Conflict Zone) ଅର୍ଥ ହେଉଛି  ଏକ ଦେଶରୁ ଏକ ରପ୍ତାନୀ ଆଦେଶ ଗ୍ରହଣ କରାଯାଇଛି।  ଯାହାର ଭୌଗୋଳିକ ଅବସ୍ଥିତିରେ କୌଣସି ଯୁଦ୍ଧ ଅଞ୍ଚଳ ନାହିଁ। ଏନେଇ କୁହାଯାଉଛି ଯେ ଏହି ସାଉଦି ଆରବ ପଠାଯାଇପାରେ। କାରଣ ୨ ବର୍ଷ ପୂର୍ବେ କଲ୍ୟାଣ ଗୋଷ୍ଠୀ ଏହାର ଦୁଇଟି ତୋପକୁ ପରୀକ୍ଷଣ ପାଇଁ ସାଉଦି ଆରବ ପଠାଇଥିଲା।

ପୁଣେ ଭିତ୍ତିକ କମ୍ପାନୀ ମଧ୍ୟ ଭାରତୀୟ ସେନା ପାଇଁ ସ୍ୱଦେଶୀ ଆଡଭାନ୍ସଡ୍ ଟୋଏଡ୍ ଆର୍ଟିଲିରି ବନ୍ଧୁକ ପ୍ରଣାଳୀ (Advanced Towed Artillery Gun System) ଏଟିଏଜିଏସ (ATAGS) ବିକଶିତ କରୁଛି। ଏହି ତୋପ ସହିତ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଲାଲକିଲଲ୍ଲାରୁ  ୨୧ ତୋପ ସଲାମୀ ଅଭିବାଦନ ଗ୍ରହଣ କରାଯାଇଥିଲା। ଏହା ବ୍ୟତୀତ କଲ୍ୟାଣୀ ଗୋଷ୍ଠୀ ଏମ-୪ ଯୁଦ୍ଧ ଯାନକୁ (M4 Combat Vehicle) ଭାରତୀୟ ସେନା ଲାଗି କ୍ରୟ କରାଯାଇଥିଲା। ଯାହାକୁ ପୂର୍ବ ଲଦାଖରେ ଏବଂ ଚୀନ ନିକଟରେ ଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଅଞ୍ଚଳରେ ଭାରତୀୟ ସୈନ୍ୟଙ୍କ ଗତିବିଧି ପାଇଁ ବ୍ୟବହାର କରିଯିବ। 

କେଉଁ ୧୫୫ ଏମଏମ ତୋପ ରପ୍ତାନୀ କରାଯିବ ତାହା କଲ୍ୟାଣ ଗ୍ରୁପ୍ ପ୍ରକାଶ କରିନାହିଁ। କାରଣ କଲ୍ୟାଣୀ ଗ୍ରୁପ୍ ଅନେକ ପ୍ରକାରର  ୧୫୫ ଏମଏମ ତୋପ ତିଆରି କରିଥାଏ।  ଏହା ମଧ୍ୟରେ ଏଟିଏଜିଏସ ବନ୍ଧୁକ ମଧ୍ୟ ଅନ୍ତର୍ଭୂକ୍ତ। ଯାହାକି ୧୫୫ ଏମଏମ ୫୨ କ୍ୟାଲିବର୍ କ୍ଷମତାସମ୍ପନ। ଏହା ବ୍ୟତୀତ ଭରତ-୫୨ ତୋପ ମଧ୍ୟ ରହିଛି। ଯାହାକି ୧୫୫ ଏମଏମ ୫୨ କ୍ୟାଲିବର୍ ଯୁକ୍ତ। ମଲ୍ଟି-ଟେରେନ୍ ଆର୍ଟିଲିରି ବନ୍ଧୁକ, ଏମଆରଜି ମଧ୍ୟ ଅଛି ଯାହାକି ୧୫୫ ଏମଏମ ୩୯ କ୍ୟାଲିବର୍ ଯୁକ୍ତ। ଯାହାକୁ ଭାରୀ ମୋଟର ଯାନ ଉପରେ ଲଗାଯାଇଛି। ଏହା ବ୍ୟତୀତ କଲ୍ୟାଣୀ ଗୋଷ୍ଠୀ ଅନେକ ପ୍ରକାରର ବନ୍ଧୁକ ନିର୍ମାଣ କରୁଛି।

କଲ୍ୟାଣ ଗ୍ରୁପ୍ ନିଶ୍ଚିତ ଭାବରେ ବିଏସଇ ଉଦ୍ଦେଶ୍ୟରେ ଦେଇଥିବା  ବିଜ୍ଞପ୍ତିରେ କହିଛି ଯେ ଏହି ତୋପ ରପ୍ତାନୀ ଅର୍ଡର ଭାରତ ସରକାରଙ୍କ ଆତ୍ମନିର୍ଭରଶୀଳ ହେବା ପାଇଁ ଇଣ୍ଡିଜେନିୟସ୍ ଡିଜାଇନ୍  ଡେଭଲପଡ୍ ଏବଂ ମ୍ୟାନୁଫ୍ୟାକ୍ଚର (Indigenous Design Developing and Manufacturing) ଆଇଡିଡିଏମ୍ (IDDM) ମଞ୍ଚରେ ରପ୍ତାନୀ ପାଇଁ କରାଯାଇଥିବା ପ୍ରୟାସର ଫଳାଫଳ। ନିକଟରେ ଗୁଜୁରାଟ ରାଜଧାନୀ ଗାନ୍ଧୀ ନଗରରେ ନିକଟରେ ଶେଷ ହୋଇଥିବା ପ୍ରତିରକ୍ଷା ଏକ୍ସପୋ (Defence Expo) ସମୟରେ କଲ୍ୟାଣୀ ଗ୍ରୁପ୍ ନିଜର ବନ୍ଧୁକ ଏବଂ ସଶସ୍ତ୍ର ଯାନର ଏକ ବଡ଼ ପ୍ରଦର୍ଶନ କରିଥିଲା।