ଚୀନର ଏହି ପଦକ୍ଷେପରୁ ଭାରତ ଓ ଆମେରିକାର ବଢ଼ିଲା ଟେନସନ୍!
Advertisement
Article Detail0/zeeodisha/odisha1304644

ଚୀନର ଏହି ପଦକ୍ଷେପରୁ ଭାରତ ଓ ଆମେରିକାର ବଢ଼ିଲା ଟେନସନ୍!

Yuan Wang 5: ଏହାପୂର୍ବରୁ ଶ୍ରୀଲଙ୍କା ଏହି ଜାହାଜକୁ ବନ୍ଦରକୁ ଆସିବାକୁ ଅନୁମତି ଦେଇ ନଥିଲା । ତେବେ ଚୀନ (China) ର ବିରୋଧ ପରେ ଏହାକୁ ଅନୁମତି ଦିଆଯାଇଥିଲା ।

ଚୀନର ଏହି ପଦକ୍ଷେପରୁ ଭାରତ ଓ ଆମେରିକାର ବଢ଼ିଲା ଟେନସନ୍!

ନୂଆଦିଲ୍ଲୀ: Yuan Wang 5: ଚୀନର 'ଗୁଇନ୍ଦା' ଜାହାଜ (Chinese Spy Ship) କୁହାଯାଉଥିବା ୟୁଆନ ୱାଙ୍ଗ-5 (Yuan Wang 5) ମଙ୍ଗଳବାର ଶ୍ରୀଲଙ୍କା (Sri Lanka) ର ହାମ୍ବନଟୋଟା ବନ୍ଦର (Hambantota Port) ରେ ପହଞ୍ଚିଛି । ବିଶେଷ କଥା ହେଉଛି ପୂର୍ବରୁ ଭାରତ (India) ଓ ଆମେରିକା (America) ଏ ବିଷୟରେ ଚିନ୍ତା ପ୍ରକଟ କରିସାରିଛନ୍ତି । ଖବର ମୁତାବକ, ଉପଗ୍ରହ ଓ ଇଣ୍ଟରକଣ୍ଟିନେଣ୍ଟାଲ କ୍ଷେପଣାସ୍ତ୍ର ଟ୍ରାକିଂ ସୁବିଧା ସହିତ ସଜ୍ଜିତ ଏହି ଜାହାଜ ଅଗଷ୍ଟ ୨୨ ପର୍ଯ୍ୟନ୍ତ ହାମ୍ବନଟୋଟା ଠାରେ ରହିବ ।

ଏହାପୂର୍ବରୁ ଶ୍ରୀଲଙ୍କା ଏହି ଜାହାଜକୁ ବନ୍ଦରକୁ ଆସିବାକୁ ଅନୁମତି ଦେଇ ନଥିଲା । ତେବେ ଚୀନ (China) ର ବିରୋଧ ପରେ ଏହାକୁ ଅନୁମତି ଦିଆଯାଇଥିଲା । ଏହାପୂର୍ବରୁ ଏହି ଜାହାଜ ଅଗଷ୍ଟ ୧୧ରୁ ୧୭ ମଧ୍ୟରେ ହେମ୍ବନଟୋଟା ଠାରେ ପହଞ୍ଚିବାର ଥିଲା । ତେବେ ବର୍ତ୍ତମାନର ଅନୁମତି ନେଇ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱେନବିନ ମଧ୍ୟ ନିରବ ଅଛନ୍ତି ।

ଭାଷା ଅନୁଯାୟୀ, ଯେତେବେଳେ ୱାଙ୍ଗଙ୍କୁ ପଚରାଯାଇଗଲା କି କିଛି ବିଚାର ବିମର୍ଶ ହୋଇଛି କି ସେ କହିଛନ୍ତି ଯେ, ଆପଣ ଯେଉଁ ପ୍ରଶ୍ନ ପଚାରିଛନ୍ତି, ତାହାର ଜବାବରେ କହିବାକୁ  ଚାହୁଁଛି ଯେ ଆମେ ଅନେକ ଥର ଚୀନର ସ୍ଥିତିକୁ ସ୍ପଷ୍ଟ କରିଛୁ । ଯେତେବେଳେ ଶ୍ରୀଲଙ୍କା ଚୀନକୁ ଜାହାଜର ପ୍ରବେଶକୁ ସ୍ଥଗିତ ରଖିବାକୁ କହିଲା, ଚୀନ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଥିଲା କି କିଛି ଦେଶ ଦ୍ୱାରା କଲମ୍ବୋ ଉପରେ ଚାପ ପକାଇବା ତଥାକଥିତ ସୁରକ୍ଷା ଚିନ୍ତା ଦର୍ଶାଇବା ଓ ତା'ର ଆଭ୍ୟନ୍ତରୀଣ ବ୍ୟାପାରରେ ସମ୍ପୂର୍ଣ୍ଣ ହସ୍ତକ୍ଷେପ କରିବା ସମ୍ପୂର୍ଣ୍ଣ ଅନୁଚିତ ।

ଏହା ବି ପଢ଼ନ୍ତୁ:- ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ଜୋରଦାର ଝଟକା! ଦଳ ଛାଡ଼ିବେ ୬ ବିଧାୟକ

ଏହା ବି ପଢ଼ନ୍ତୁ:-ନୀତିଶ କ୍ୟାବିନେଟରୁ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହାଙ୍କର କଟିଲା ପତା, ଅସନ୍ତୁଷ୍ଟ ହୋଇ ପହଞ୍ଚିଲେ ଦିଲ୍ଲୀ!

ଏହା ବି ପଢ଼ନ୍ତୁ:-୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି? ହେବ ବଡ଼ ଖେଳ

ଚୀନ ତରଫରୁ ବଡ଼ ଧରଣର ଋଣ ଦେବା ପରେ ମୁଖ୍ୟତଃ ବିକଶିତ ହେମ୍ବନଟୋଟା ବନ୍ଦର, ଏହାର ଅବସ୍ଥାନ ଯୋଗୁଁ ରଣନୀତିଗତ ଭାବେ ଗୁରୁତ୍ୱପୂର୍ଣ୍ଣ । ଭାରତ କହିଛି ଯେ, ସୁରକ୍ଷା ଓ ଆର୍ଥିକ ହିତ ସହ ଜଡିତ କୌଣସି ଘଟଣାକ୍ରମ ଉପରେ ସେ ତୀକ୍ଷ୍ଣ ନଜର ରଖିଛି । ବିଶେଷ କଥା ହେଉଛି ଏହି ଚାଇନିଜ୍ ଜାହାଜ ସ୍ୟାଟଲାଇଟ ଓ ଇଣ୍ଟରକଣ୍ଟିନେଣ୍ଟାଲ କ୍ଷେପଣାସ୍ତ୍ରକୁ ଟ୍ରାକିଂ କରିବାରେ ସକ୍ଷମ ।

ଭାରତ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିସାରିଛି । କାରଣ ଜାହାଜର ଟ୍ରାକିଂ କ୍ଷମତା ଭାରତୀୟ ସିଷ୍ଟମ ଉପରେ ଗୁଇନ୍ଦା ହୋଇପାରେ । ଭାରତ ପୂର୍ବରୁ ଭାରତ ମହାସାଗରରେ ଚୀନ ଜାହାଜର ଉପସ୍ଥିତିକୁ ବିରୋଧ କରିସାରିଛି ।