Chinese President Jinping: ୩୨ ମାସ ପରେ ଗୁମ୍ଫାରୁ ବାହାରିବେ ଜିନପିଙ୍ଗ, କାହାକୁ ଭେଟିବେ?
Advertisement

Chinese President Jinping: ୩୨ ମାସ ପରେ ଗୁମ୍ଫାରୁ ବାହାରିବେ ଜିନପିଙ୍ଗ, କାହାକୁ ଭେଟିବେ?

Chinese Presidents Foreign Trip:  ପ୍ରାୟ ୩୨ ମାସର ବ୍ୟବଧାନ ପରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ କାହିଁକି ଦେଶରୁ ସୀମା ଅତିକ୍ରମ ବାହାରକୁ ଯାଉଛନ୍ତି ତାହାର କାରଣ ସାମ୍ନାକୁ ଆସିଛି।  

 Chinese President Jinping: ୩୨ ମାସ ପରେ ଗୁମ୍ଫାରୁ ବାହାରିବେ ଜିନପିଙ୍ଗ, କାହାକୁ ଭେଟିବେ?

Chinese President Jinping: ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିତ ସପ୍ତାହରେ ପ୍ରଥମ ଥର ଲାଗି ବିଦେଶ ଗସ୍ତ କରୁଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ପ୍ରଥମ ବିଦେଶ ଗସ୍ତରେ ସେ କାଜାଖସ୍ତାନ ଗସ୍ତ କରିବେ। ଉଜବେକିସ୍ତାନ ଠାରେ ଆୟୋଜିତ ହେଉଥିବା ସଂଘାଇ ସହଯୋଗ ସଙ୍ଗଠନ ସମ୍ମିଳନୀରେ ଯୋଗଦେବେ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ ଏକ ବିବୃତ୍ତିରେ କହିଛନ୍ତି ଯେ, ସଂଘାଇ ସହଯୋଗ ସଙ୍ଗଠନ ରାଷ୍ଟ୍ରାଧ୍ୟକ୍ଷ ପରିଷଦର ୨୨ ତମ ବୈଠକରେ ଯୋଗଦେବେ ଦେଶର ରାଷ୍ଟ୍ରପତି ଜିନପିଙ୍ଗ। ସେପ୍ଟେମ୍ବର ୧୪ ତାରିଖରୁ ୧୬ ପର୍ଯ୍ୟନ୍ତ କାଜାଖସ୍ତାନ ଏବଂ ଉଜବେକିସ୍ତାନ ଗସ୍ତ କରିବେ ଚୀନ ରାଷ୍ଟ୍ରପତି। 

ସେପ୍ଟମ୍ବର ୧୪ ତାରିଖରେ କାଜାଖସ୍ତାନ ଗସ୍ତ କରିବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ (Chinese President Jinping)। ଯାହା ୨୦୨୦ ଜାନୁୟାରୀ ପର ଠାରୁ ତାଙ୍କର ପ୍ରଥମ ବିଦେଶ ଗସ୍ତ ହେବ। ରାଷ୍ଟ୍ରପତି ଜିନପିଙ୍ଗ ଶେଷ ଥର ପାଇଁ ୨୦୨୦ ଜାନୁଆରୀ ୧୭-୧୮ ତାରିଖରେ ମିଆଁମାର ଗସ୍ତ କରିଥିଲେ। ସେଠାରୁ ଫେରିବା କିଛି ଦିନ ପରେ ଚୀନ ଉହାନ ସହରରୁ ବ୍ୟପିଥିବା କୋରୋନା ଭାଇରସ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଥିଲା। ଯାହାର ପ୍ରକୋପରେ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। 

କୋରୋନା ଭାଇରସ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯିବା ପର ଠାରୁ ଚୀନ ରାଷ୍ଟ୍ରପତି ଜିନିପିଙ୍ଗ କୌଣସି ବିଦେଶ ଯାତ୍ରା କରିନାହାଁନ୍ତି। ସେ ଭର୍ଚ୍ୟୁଆଲ ମାଧ୍ୟମରେ ବିଭିନ୍ନ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଉଛନ୍ତି। ବର୍ତ୍ତମାନ ସେ ପ୍ରଥମେ କାଜାଖସ୍ତାନ ଗସ୍ତ କରିବେ। ଏହା ପରେ ପଡୋଶୀ ଉଜବେକିସ୍ତାନ ଗସ୍ତ କରିବେ। ଯେଉଁଠାରେ ସେପ୍ଟେମ୍ବର ୧୫-୧୬ ତାରିଖରେ ସଂଘାଇ ସହଯୋଗ ସଙ୍ଗଠନ (Shanghai Cooperation Organisation) ଏସସିଓ ଶିଖର ସମ୍ମିଳନୀ (SCO Summit 2022) ଆୟୋଜିତ ହୋଇଛି। ବେଜିଂ ମୁଖ୍ୟାଳୟ ଭିତ୍ତିକ ଏସସିଓ ହେଉଛି ଚୀନ, ଋଷିଆ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ଉଜବେକିସ୍ତାନ, ଭାରତ ଏବଂ ପାକିସ୍ଥାନ ଆଦି ଦେଶକୁ ନେଇ ଗଠିତ ଏକ ଆଠ ସଦସ୍ୟ ବିଶିଷ୍ଟ ଅର୍ଥନୈତିକ ଏବଂ ସୁରକ୍ଷା ସଙ୍ଗଠନ।

ଏହି ଶିଖର ବୈଠକ ପରେ ଭାରତ ମଧ୍ୟ ଏସିଆ ଗଣରାଜ୍ୟର ଏହି ପ୍ରଭାବଶାଳୀ ଗୋଷ୍ଠୀର ଅଧ୍ୟକ୍ଷତା ଗ୍ରହଣ କରିବ। ଏହି ସମ୍ମିଳନୀରେ ଇରାନ ଆନୁଷ୍ଠାନିକ ଭାବରେ ଏସସିଓ ସଙ୍ଗଠନରେ ଅନ୍ତର୍ଭୂକ୍ତ କରାଯିବାର ସମ୍ଭାବନା ରହିଛି। ଚୀନ ରାଷ୍ଟ୍ରପତି ଜିନିପିଙ୍ଗଙ୍କୁ ଛାଡ଼ି 
ଏସସିଓ ଶିଖର ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Indian PM Narendra Modi) ଏବଂ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଯୋଗଦେବେ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଫେବୃଆରୀରେ ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ପରେ (Russia Ukraine War) ଉଭୟ ଚୀନ-ଋଷିଆ ରାଷ୍ଟ୍ରପତି ପୁତିନ-ଜିନପିଙ୍ଗ ଏସସିଓ ଶିଖର ସମ୍ମିଳନୀରେ ପରସ୍ପରକୁ ସାକ୍ଷାତ କରିବେ ବୋଲି ଋଷୀୟ ଅଧିକାରୀ କହିଛନ୍ତି।

Also Read: ଖୁବ ଶୀଘ୍ର ପରସ୍ପରକୁ ସାକ୍ଷାତ କରିବେ ଭାରତ-ପାକିସ୍ତାନ ପ୍ରଧାନମନ୍ତ୍ରୀ

ରବିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି (Prime Minister Narendra Modi) ସେପ୍ଟେମ୍ବର ୧୫-୧୬ ତାରିଖରେ ଉଜବେକିସ୍ତାନ ଗସ୍ତରେ ଆସି ଏସସିଓ ସଙ୍ଗଠନ ଶିଖର ବୈଠକରେ ଅଂଶଗ୍ରହଣ କରିବେ। ଶିଖର ସମ୍ମିଳନୀରେ କିଛି ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଉଜବେକିସ୍ତାନର ରାଷ୍ଟ୍ରପତି ଶବକତ୍ ମିର୍ଜିୟୋଏଭଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୧୫-୧୬ ତାରିଖରେ ସମରକନ୍ଦ ଗସ୍ତରେ ଆସି ଏସସିଓ ରାଷ୍ଟ୍ରାଧ୍ୟକ୍ଷ ପରିଷଦର ୨୨ ତମ ବୈଠକରେ ଯୋଗଦେବେ।

ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ, ଋଷୀୟ ରାଷ୍ଟ୍ରପତି ପୁତିନ୍ ଏବଂ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କ (Pakistan Prime Minister Shehbaz Sharif) ସମେତ ଅନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୨୦୧୯ ମସିହା ପରେ ଚଳିତ ମାସରେ ଅନୁଷ୍ଠିତ ହେଉଥିବା ଏସସିଓ ଶିଖର ସମ୍ମିଳନୀ ଉପରେ ସମସ୍ତଙ୍କ ନଜର। ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନୀ ପ୍ରତିପକ୍ଷ ସରିଫ କିମ୍ବା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ଏହି ଶିଖର ସମ୍ମିଳନୀ ବେଳେ କୌଣସି  ବୈଠକ କରିବେ ନା ନାହିଁ ସେ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି ହୋଇନାହିଁ। ହେଲେ ଦୀର୍ଘ ସମୟ ପରେ ଏହି ସମସ୍ତ ଦେଶର ରାଷ୍ଟ୍ରମୁଖ୍ୟ ଏକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଗୋଟିଏ ସ୍ଥାନରେ ଏକାଠି ହେବେ।

ଗତ ୨୦୧୯ ବର୍ଷରେ ବ୍ରାଜିଲ ଠାରେ ଆୟୋଜିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ (Brazil BRICS Summit2019) ହୋଇଥିବା ସାକ୍ଷାତକାର ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଜିନପିଙ୍ଗ ପରସ୍ପରକୁ  ଭେଟିବାକୁ ଯାଉଛନ୍ତି। ଗତ ୨୦୨୦ ବର୍ଷରେ ହୋଇଥିବା ସମାରିକ ବିବାଦ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ-ଚୀନ ରାଷ୍ଟ୍ରମୁଖ୍ୟ ପରସ୍ପରକୁ ସିଧାସଳଖ ଭେଟିନାହାଁନ୍ତି.