Ayushman Bharat Yojana: ଆୟୁଷ୍ମାନ କାର୍ଡରେ ଚିକିତ୍ସା ମିଳୁ ନଥିଲେ କିପରି କରିବେ ଅଭିଯୋଗ, ଜାଣନ୍ତୁ ?
Advertisement
Article Detail0/zeeodisha/odisha2327851

Ayushman Bharat Yojana: ଆୟୁଷ୍ମାନ କାର୍ଡରେ ଚିକିତ୍ସା ମିଳୁ ନଥିଲେ କିପରି କରିବେ ଅଭିଯୋଗ, ଜାଣନ୍ତୁ ?

Ayushman Bharat Yojana: ସାଧାରଣ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ କେନ୍ଦ୍ର ସରକାର ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଆରମ୍ଭ କରିଛନ୍ତି ଆୟୁଷମାନ ଭାରତ ଯୋଜନା। ଆୟୁଷ୍ମାନ କାର୍ଡ ପାଇବା ପରେ ମଧ୍ୟ ଯଦି ଡାକ୍ତରଖାନାରେ ମାଗଣା ଚିକିତ୍ସା ଯୋଗାଇବାକୁ ମନା କରିଦେଉଛନ୍ତି। ‌ତେବେ ବ୍ୟସ୍ତ ନ ହୋଇ କିପରି ଅଭିଯୋଗ କରିବେ ଜାଣନ୍ତୁ...

 

Ayushman Bharat Yojana: ଆୟୁଷ୍ମାନ କାର୍ଡରେ ଚିକିତ୍ସା ମିଳୁ ନଥିଲେ କିପରି କରିବେ ଅଭିଯୋଗ, ଜାଣନ୍ତୁ ?

Ayushman Bharat Yojana: ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।ସାଧାରଣ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ କେନ୍ଦ୍ର ସରକାର ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଆରମ୍ଭ କରିଛନ୍ତି ଆୟୁଷମାନ ଭାରତ ଯୋଜନା । ଏହି ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । 

ବର୍ତ୍ତମାନ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନା ଲାଗୁ ହୋଇଥିଲେ ସୁଦ୍ଧା ଆଗାମୀ ଦିନରେ ଆୟୁଷମାନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟର ବିଜେପି ସଭାପତି ସୂଚନା ଦେଇ ସାରିଛନ୍ତି । ତେବେ ଆୟୁଷମାନ ଯୋଜନା ମଧ୍ୟ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାରୁ କିଛି କମ୍‌ ନୁହେଁ । ଏହି ଯୋଜନାରେ ବି ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

ଉଭୟ ଗ୍ରାମାଞ୍ଚଳ ସହରାଞ୍ଚଳରେ ରହୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଯୋଜନାରେ ସମସ୍ତ ପ୍ରକାର ଲାଭ ପ୍ରଦାନ କରାଯାଉଛି । ଖାଲି ସେତିକି ନୁହେଁ, ଯେଉଁମାନେ ନିଜ ବାସସ୍ଥାନ ଛାଡ଼ି ବାହାରେ ରହୁଥିବେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି ସରକାର ।  ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ମାଗଣାରେ ଚିକିତ୍ସା କରାଯାଏ। ଏଥିପାଇଁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଏକ କାର୍ଡ ଉପଲବ୍ଧ ହେବା ଜରୁରୀ।

 ତେବେ ଆୟୁଷ୍ମାନ କାର୍ଡ ପାଇବା ପରେ ମଧ୍ୟ ଯଦି ଡାକ୍ତରଖାନାରେ ମାଗଣା ଚିକିତ୍ସା ଯୋଗାଇବାକୁ ମନା କରିଦେଉଛନ୍ତି। ‌ତେବେ ବ୍ୟସ୍ତ ନ ହୋଇ ଅଭିଯୋଗ କରନ୍ତୁ। 

 ଆୟୁଷ୍ମାନ ଭାରତ ଯୋଜନାରେ ମାଗଣାଚିକିତ୍ସା ସୁବିଧା ନ ପାଇଲେ କେଉଁଠାରେ ଓ କିପରି  ଅଭିଯୋଗ କରିବେ ଜାଣନ୍ତୁ-
 
 - ଯଦି ଆପଣ ଜଣେ ଆୟୁଷ୍ମାନ କାର୍ଡଧାରୀ ଅଟନ୍ତି ଏବଂ ଏହି ଯୋଜନା ଅଧୀନରେ ଥିବା ଏକ ରୋଗ ପାଇଁ ଚିକିତ୍ସା କରୁଛନ୍ତି, କିନ୍ତୁ ଡାକ୍ତରଖାନା ମନା କରିଦେଉଛି। ତେବେ ଆପଣ ଡାକ୍ତରଖାନାରେ ଅଭିଯୋଗ କରିପାରିବେ।

-: ଗ୍ରାହକ ଅନଲାଇନ୍ ସୁବିଧାକୁ କଲ କରି ଅଭିଯୋଗ କରିପାରିବେ । ୧୪୫୫୫ ନମ୍ବରରେ ଫୋନ୍ କରି ଅଭିଯୋଗ କରିପାରିବେ। 
-:ଏହା ସହିତ ପ୍ରଧାନ ମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାର ଅଫିସିଆଲ ୱେବସାଇଟରେ ମଧ୍ୟ  ଅଭିଯୋଗ କରିପାରିବେ
:-ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ( ଏନଏଚଏ )ରେ ମଧ୍ୟ ଆପଣ ଅଭିଯୋଗ କରିପାରିବେ।
ଆପଣଙ୍କ ଅଭିଯୋଗ ଯଥାଶୀଘ୍ର ଗ୍ରହଣ କରାଯାଇ କାର୍ଯ୍ୟକାରୀ କରାଯିବ।