ମହାରାଷ୍ଟ୍ରରେ ବୁରାଡି ରିଟର୍ଣ୍ଣ ! ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha1226733

ମହାରାଷ୍ଟ୍ରରେ ବୁରାଡି ରିଟର୍ଣ୍ଣ ! ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଉଦ୍ଧାର

ଦିଲ୍ଲୀରେ ୨୦୧୮ ମସିହାରେ ଏମିତି ଏକ ଘଟଣା ସାରା ଦେଶକୁ ଚକିତ କରିଥିଲା।ଏଠାରେ ଅବସ୍ଥିତ ଭାଟିଆ ପରିବାରର ୧୧ ଜଣ ଏକାସହ ଆତ୍ମହତ୍ୟା କରିଥିଲେ। ସମସ୍ତଙ୍କ ମୃତଦେହ ପାଖାପାଖି ହୋଇ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। 

ମହାରାଷ୍ଟ୍ରରେ ବୁରାଡି ରିଟର୍ଣ୍ଣ ! ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ପେଶାରେ ଘର ମୁରବୀ ପଶୁ ଡାକ୍ତର ବୋଲି ଜଣାପଡ଼ିଛି। ଏହି ଘଟଣା ମହାରାଷ୍ଟ୍ରର ସାଙ୍ଗଲି ଅଞ୍ଚଳରେ ଘଟିଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାରେ ସମସ୍ତେ ଆତ୍ମହତ୍ୟା କରିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ସୂଚନାନୁସାରେ, ଦିଲ୍ଲୀରେ ୨୦୧୮ ମସିହାରେ ଏମିତି ଏକ ଘଟଣା ସାରା ଦେଶକୁ ଚକିତ କରିଥିଲା।ଏଠାରେ ଅବସ୍ଥିତ ଭାଟିଆ ପରିବାରର ୧୧ ଜଣ ଏକାସହ ଆତ୍ମହତ୍ୟା କରିଥିଲେ। ସମସ୍ତଙ୍କ ମୃତଦେହ ପାଖାପାଖି ହୋଇ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ହେଲେ ଘରର ବରିଷ୍ଠ ଥିବା ବୃଦ୍ଧାଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନେକ ତଦନ୍ତ ଓ ତର୍ଜମା ପରେ ଏହା ସମୂହ ଆତ୍ମହତ୍ୟା ବୋଲି ଜଣାପଡ଼ିଥିଲା। 

ସେହିପରି ବର୍ଷ ୨୦୨୧ ନଭେମ୍ବରରେ ଭୋପାଳରେ ଦେଖିବାକୁ ମିଳିଥିଲା ସମାନ ଘଟଣା। ଗୋଟିଏ ପରିବାରର ୫ ଜଣ ଏକା ସାଙ୍ଗେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏପରିକି ଘରେ ପାଳିଥିବା ନୀରିହ କୁକୁର ଓ ମୂଷାଙ୍କ ମୁହଁରେ ବି ଜହର ଦେଇଦେଇଥିଲେ ଏହି ପରିବାର ।