Bombay high count: କେନ୍ଦ୍ର ମନ୍ତ୍ରୀଙ୍କ ବଙ୍ଗଳା ଉପରେ ଚାଲିବ ବୁଲଡୋଜର, ହାଇକୋର୍ଟ ଦେଲେ ବଡ଼ ଝଟକା
Advertisement
Article Detail0/zeeodisha/odisha1359680

Bombay high count: କେନ୍ଦ୍ର ମନ୍ତ୍ରୀଙ୍କ ବଙ୍ଗଳା ଉପରେ ଚାଲିବ ବୁଲଡୋଜର, ହାଇକୋର୍ଟ ଦେଲେ ବଡ଼ ଝଟକା

Bombay high count: ବମ୍ବେ ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କୋର୍ଟ 10 ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି ।

ସୌ: ସୋସିଆଲ ମିଡିଆ

Bombay high count: ବମ୍ବେ ହାଇକୋର୍ଟ ମଙ୍ଗଳବାର ଦିନ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ (Narayan Rane) ବଙ୍ଗଳା ଉପରେ ଚାଲିଥିବା ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (BMC) କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ମାଣରେ ଫ୍ଲୋର ସ୍ପେସ୍ ଇଣ୍ଡେକ୍ସ (SSI) ଓ କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ (CRZ) ନିୟମ ଉଲ୍ଲଂଘନ କରାଯାଇଛି ବୋଲି କୋର୍ଟ କହିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଅନଧିକୃତ ଅଂଶକୁ ଭାଙ୍ଗିବା ଓ ଏକ ସପ୍ତାହ ପରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୋର୍ଟ ବିଏମସିକୁ ନିର୍ଦ୍ଦେଶ ଦେଇଛି ।

ଜଷ୍ଟିସ୍ ଆର. ଡି ଧନୁକା ଓ ଜଷ୍ଟିସ କମଲ ଖତାଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ରାଣେ ପରିବାର ଦ୍ୱାରା ପରିଚାଳିତ କମ୍ପାନୀ ଦ୍ୱାରା ଦାଖଲ ହୋଇଥିବା ଦ୍ୱିତୀୟ ଆବେଦନକୁ ବ୍ରିହାନମମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅନୁମତି ଦେଇପାରିବ ନାହିଁ, କାରଣ ଏହା ଅନଧିକୃତ ନିର୍ମାଣକୁ ଉତ୍ସାହିତ କରିବ । କମ୍ପାନୀ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ଅନଧିକୃତ ନିର୍ମାଣକୁ ନିୟମିତ କରିବାକୁ ଦାବି କରାଯାଇଛି । କିନ୍ତୁ ଦୁଇ ସପ୍ତାହ ମଧ୍ୟରେ ଅନଧିକୃତ ଅଂଶକୁ ଭାଙ୍ଗିବା ଓ ଏକ ସପ୍ତାହ ପରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୋର୍ଟ ବିଏମସିକୁ ନିର୍ଦ୍ଦେଶ ଦେଇଛି ।

ଏହି ବେଞ୍ଚରେ ରାଣେଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି ଓ ଏହି ରାଶି ଦୁଇ ସପ୍ତାହ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଣେଙ୍କ ଓକିଲ ଶାର୍ଦ୍ଦୁଲ ସିଂ କୋର୍ଟଙ୍କୁ ତାଙ୍କ ନିର୍ଦ୍ଦେଶକୁ ଦୁଇ ସପ୍ତାହ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି, ଯାହା ଦ୍ୱାରା ସେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ । ତେବେ କୋର୍ଟ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ବମ୍ବେ ହାଇକୋର୍ଟ ରାଣେଙ୍କ ପରିବାର ମାଲିକାନାରେ ଥିବା କମ୍ପାନୀ କାଲ୍କା ରିଏଲ୍ ଇଷ୍ଟେଟ୍ସ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ଯେଉଁଥିରେ ବିଏମସି ଏହାର ପୂର୍ବ ଆବେଦନ ଦ୍ୱାରା ପ୍ରଭାବିତ ନହୋଇ ବଙ୍ଗଳାରେ ଅଣଅଧିକୃତ ନିର୍ମାଣକୁ ନିୟମିତ କରିବା ପାଇଁ ଏହାର ଦ୍ୱିତୀୟ ଆବେଦନ ଉପରେ ବିଚାର କରିବାକୁ ଅନୁରୋଧ କରାଯାଇଥିଲା । ଏହାପୂର୍ବରୁ ଜୁନ୍ ମାସରେ ବିଏମସି କମ୍ପାନୀର ନିୟମିତକରଣ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ନିର୍ମାଣରେ ଉଲ୍ଲଂଘନ ହୋଇଛି । ଏହା ପରେ କମ୍ପାନୀ ଜୁଲାଇରେ ଦ୍ୱିତୀୟ ଆବେଦନ କରିଥିଲା ।

ଏହା ବି ପଢନ୍ତୁ: High Court: ବିବାହକୁ ନେଇ ହାଇକୋର୍ଟ ଦେଲେ ବଡ ରାୟ

ଏହା ବି ପଢ଼ନ୍ତୁ: ୭ ବର୍ଷ ବୟସରେ ଦାଦା କରିଥିଲେ ଦୁଷ୍କର୍ମ, ୨୮ ବର୍ଷ ପରେ FIR ଦେବାକୁ ଥାନାରେ ପହଞ୍ଚିଲେ ମହିଳା, ପୋଲିସ ବେହୋସ!

ଏହା ବି ପଢ଼ନ୍ତୁ: Election Commission: ରାଜନୈତିକ ଦଳ ଗୁଡିକର ଛାତିରେ ଛନକା, ମୋଦି ସରକାରକୁ ଏମିତି ସୁପାରିଶ କଲା ନିର୍ବାଚନ ଆୟୋଗ