Namaz in Train: ଟ୍ରେନ ମଧ୍ୟରେ ପଢଗଲା ନମାଜ, କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି
Advertisement
Article Detail0/zeeodisha/odisha1406654

Namaz in Train: ଟ୍ରେନ ମଧ୍ୟରେ ପଢଗଲା ନମାଜ, କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି

Controversy for Namaz:  ସର୍ବସାଧାରଣ ସ୍ଥାନରେ ନମାଜ ପଢିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ସଦ୍ୟ ଉତ୍ତର ପ୍ରଦେଶ କୁଶୀନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

Namaz in Train: ଟ୍ରେନ ମଧ୍ୟରେ ପଢଗଲା ନମାଜ, କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି

Namaz in Public Place: ସର୍ବସାଧାରଣ ସ୍ଥାନରେ ନମାଜ ପଢିବା ପ୍ରସଙ୍ଗ ସମଗ୍ର ଦେଶର ବିତର୍କର ବିଷୟ ପାଲଟିଛି। ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିନାହିଁ। ସର୍ବସାଧାରଣରେ ନମାଜ ପଢାଯିବାର ଭିଡିଓ ବିଭିନ୍ନ ସମୟରେ ଭାଇରାଲ ହୋଇଛି। ସଦ୍ୟ ଉତ୍ତର ପ୍ରଦେଶ କୁଶୀନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ୪ ଜଣ ମୁସଲମାନ ପୁରୁଷ ଟ୍ରେନ ମଧ୍ୟରେ ନମାଜ ପଢୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବିଜେପି ନେତା ଦୀପଲାଲ ଭାରତୀଙ୍କ ଦ୍ୱାରା ଏହି ଭିଡ଼ିଓ ସୁଟ କରାଯାଇଛି। ଯେଉଁଥିରେ ଦେଖିବାକୁ ଏକ ଭିଡିଓରେ ଖଡଡା ରେଳ ଷ୍ଟେସନରେ ଟ୍ରେନ୍ ଅଟକି ରହିଥିବା ବେଳେ ନମାଜ ପଢା ଯାଉଥିବାର ଦେଖିବାକୁ ମିଳୁଛି। ଏହି ଘଟଣା ଗତ ୨୦ ତାରିଖରେ ଘଟିଥିବାର କୁହାଯାଉଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଦୀପଲାଲ ଭାରତୀ। ଏନେଇ ସେ କହିଛନ୍ତି ମୁଁ ଯେତେବେଳେ ସତ୍ୟାଗ୍ରହ ଏକ୍ସପ୍ରେସ ଯୋଗେ ଯାତ୍ରା କରୁଥିଲି, ସେତେବେଳେ ଦେଖିଲେ ଯେ ୪ ଜଣ ଲୋକ ରାସ୍ତା ବନ୍ଦ କରି ନମାଜ ପଢୁଛନ୍ତି। ଯେତେବେଳେ ସେମାନେ ନମାଜ ପଢୁଥିଲେ ସେତେବେଳେ ମୁଁ ଏହି ଭିଡିଓ ପ୍ରସ୍ତୁତ କରିଥିଲି। ରାସ୍ତା ବନ୍ଦ ଟ୍ରେନ ମଧ୍ୟରେ ନମାଜ ପଢିବା କାରଣରୁ ଲୋକଙ୍କୁ ଯିବା ଆସିବା କରିବାରେ ବହୁତ ଅସୁବିଧା ହେଉଥିଲା। ଏଭଳି ଲୋକେ କିପରି ସର୍ବସାଧାରଣ ସ୍ଥାନରେ ନମାଜ ପଢିପାରିବେ? ଏହା ଭୁଲ। 

ବିଜେପି ନେତା ଅଭିଯୋଗ କରିଛନ୍ତି ଯେ ସେମାାନେ ଉଭୟ ପାର୍ଶ୍ୱରୁ ୨ ଜଣ ଲୋକଙ୍କୁ ଟ୍ରେନ ମଧ୍ୟରେ ପ୍ରବେଶ କରିବାରୁ ଅଟକାଇଥିଲେ। ଏହି ଘଟଣାରେ ଦୀପଲାଲ ଭାରତୀ ଭାରତୀୟ ରେଳ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Also Read: Namaz in Train: ଟ୍ରେନ ମଧ୍ୟରେ ପଢଗଲା ନମାଜ, କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି 

ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ସର୍ବସାଧାରଣ ସ୍ଥାନରେ ନମାଜ ପଢିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଉତ୍ତର ପ୍ରଦେଶରେ ଏଭଳି ଘଟଣା ପୂର୍ବରୁ ଘଟିସାରିଛି। ଏହା ପୂର୍ବରୁ ରାଜଧାନୀ ଲକ୍ଷ୍ନୌସ୍ଥିତ ଲୁଲୁ ମଲ ପରିସରେ ନାମାଜ ପଢା ଯାଉଥିବାର ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ତେଜିଥିଲା। ଲକ୍ଷ୍ନୌ ଗଲ୍ଫ ସିଟିସ୍ଥିତ ଅମର ସହିଦ ପଥରେ ଅବସ୍ଥିତ ଏହି ମଲ ପରିସରରେ ପୁନର୍ବାର ପଢାଯାଇଛି ନମାଜ। ଲୁଲୁ ମଲ ପରିସରରେ ନମାଜ ପଢୁଥିବାର ଜଣେ ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡିଆ ଯୋଗେ ଭାଇରାଲ ହୋଇଥିଲା।

ଚଳିତ ବର୍ଷ ଜୁଲାଇରେ ଖୋଲାଯାଇଥିବା ଏହି ମଲ୍ ପରିସରରେ ପୂର୍ବରୁ ମଧ୍ୟ ନମାଜ ପଢାଯାଇଥିଲା। ମଲ୍ ଖୋଲିବାର ୨ ଦିନ ପରେ ସୋସିଆଲ ମିଡିଆ ଯୋଗେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ କିଛି ଲୋକଙ୍କୁ ନମାଜ ପଢୁଥିବାର ଦେଖାଯାଇଥିଲା। ସେମାନଙ୍କୁ ସପିଂ ମଲ୍‌  ପରିସରରେ ଏକ ଖୋଲା ସ୍ଥାନରେ ନମାଜ ପଢୁଥିବାର ଦେଖିବାକୁ ମିଳିଥିଲା। 

Also Read: Lucknow Lulu Mall: ମଲ୍ ମଧ୍ୟରେ ପଢାଗଲା ନମାଜ, ଭିଡି଼ଓ ଭାଇାରଲ ପରେ ଉଠିଲା ପ୍ରଶ୍ନ

ମଲ ପରିସରରେ ନମାଜ ପଢିବା ମାମଲାରେ ୪ ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ସେହି ସମସ୍ତ ୪ ଜଣ ନାମାଜୀ, ଯେଉଁମାନେ ନମାଜ ପଢୁଥିଲେ ସେମାନେ ସମସ୍ତେ ମୁସଲମାନ ଥିଲେ। ସେମାନେ ହେଉଛନ୍ତି ମହମ୍ମଦ ରେହାନ, ଆଟିଫ ଖାନ ଏବଂ ଭାଇ ମହମ୍ମଦ ଲୁକମାନ ଏବଂ ମହମ୍ମଦ ନୋମାନ।  ଗିରଫ ହୋଇଥିବା ନମାଜୀ ଲକ୍ଷ୍ନୌ ଇନ୍ଦିରା ନଗର ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଥିଲା।