Bihar Canon Blast: ସୈନ୍ୟ ପ୍ରଶିକ୍ଷଣ ସମୟରେ ଏକ ତୋପର ଗୋଳା ଏହାର ଫାୟାରିଂ ରେଞ୍ଜ ବାହାରକୁ ଚାଲିଯିବାରୁ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ହୋଲି ଅବସରରେ ବିହାର ଗୟା ଜିଲ୍ଲାରେ ଘଟିଯାଇଛି ଏଭଳି ଅଘଟଣ।
Trending Photos
Three People Died By Canon Blast In Bihar: ହୋଲି ଅବସରରେ ବିହାର ଗୟା ଜିଲ୍ଲାରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗୟା ଜିଲ୍ଲାରେ ସେନା ତାଲିମ ସମୟରେ ଘଟିଯାଇଛି ଏକ ବଡ଼ ଧରଣର ଦୁର୍ଘଟଣା। ସୈନ୍ୟ ପ୍ରଶିକ୍ଷଣ ସମୟରେ ଏକ ତୋପର ଗୋଳା ବିସ୍ଫୋରଣରୁ ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସେତେବେଳେ ଘଟିଥିଲା, ତୋପରୁ ଛଡ଼ା ଯାଇଥିବା ଗୋଳା ଏହାର ଫାୟାରିଂ ରେଞ୍ଜ ବାହାରକୁ ଚାଲିଯାଇଥିଲା। ଫାୟାରିଂ ରେଞ୍ଜ ବାହାରକୁ ଚାଲିଯିବା ତୋପର ଗୋଳା ସିଧା ଯାଇ ସେଠାରେ ଥିବା ଏକ ଗ୍ରାମରେ ପଡିଥିଲା। ଏଭଳି ଅଘଟଣ ବାରାଚଟ୍ଟୀ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା କାରଣରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତୋପର ଗୋଳା ବିସ୍ଫୋରଣ ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା।
ଗାୟା ଜିଲ୍ଲାରେ ହୋଲିର ରଙ୍ଗ ଏଭଳି ଏକ ଅଘଟଣ କାରଣରୁ ଫିକା ପଡ଼ିଯାଇଥିଲା। ଜିଲ୍ଲାର ବାରାଚଟ୍ଟୀ ଅଞ୍ଚଳର ଲୋକ ସକାଳୁ ସକାଳୁ ହୋଲି ପାଳନ କରୁଥିଲେ। ସମଗ୍ର ଗ୍ରାମରେ ହୋଲିର ପରିବେଶ ସୃଷ୍ଟି ହୋଇଥିଲା। ଲୋକେ ଖୁସିରେ ପରସ୍ପର ଉପରକୁ ରଙ୍ଗ ପକାଇ ହୋଲି ଖେଳୁଥିଲେ। ହେଲେ ହୋଲି ଖେଳିବା ବେଳେ ହଠାତ ଘଟିଯାଇଥିଲା ଏକ ଅଘଟଣ। କେହି କିଛି ବୁଝିବା ଆଗରୁ ଅଚନାକ ସେଠାରେ ଏକ ତୋପର ଗୋଳା ଆସି ପଡ଼ିଥିଲା। ଏଭଳି ଘଟଣା ଗୟା ଜିଲ୍ଲାର ବାରାଚଟ୍ଟୀ ଥାନା ଅଧୀନସ୍ଥ ଥିବା ବୁମେର ପଞ୍ଚାୟତର ଗୁଲରବେଦ ଗ୍ରାମରେ ଘଟିଯାଇଥିଲା। ହୋଲି ଖେଳୁଥିବା ବେଳେ ଲୋକଙ୍କ ମଝିରେ ଏକ ତୋପର ଗୋଳା ଆସି ପଡ଼ିଯାଇଥିଲା ଏବଂ ଏଥିରେ ବିସ୍ଫୋରଣ ହୋଇଥିଲା। ଏହାର ସଂଶ୍ପର୍ଷରେ ଆସିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ।
ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହଇଛି। ଅନ୍ୟ ୨ ଜଣ ମହିଳା ଏବଂ ଜଣେ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ଗୟାସ୍ଥିତ ଅନୁଗ୍ରହ ନାରାୟଣ ମଗଧ ମେଡିକାଲ ଠାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଗୋଲା ମାଞ୍ଝୀଙ୍କ ଜ୍ୱାଇଁ ଡୋବି ନିବାସୀ ଗୋବିନ୍ଦ ମଞ୍ଜୀ (୨୫) ଏବଂ ଗୁଲରବେଦ ଗ୍ରାମର ସୁରଜ କୁମାର (୧୮) ଏବଂ କାଞ୍ଚନ କୁମାରୀ (୪୫) ଅଛନ୍ତି। ଆହତଙ୍କ ମଧ୍ୟରେ ଗୀତା କୁମାରୀ (୧୧), ରାଶୋ ଦେବୀ (୧୦), ପିଣ୍ଟୁ ମାଞ୍ଝୀ (୨୫) ସାମିଲ ଅଛନ୍ତି। ଏନେଇ ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଘଟଣାରେ ପ୍ରତିକ୍ରିୟା ରଖି ବାରାଚଟ୍ଟୀ ଥାନା ଅଧ୍ୟକ୍ଷ ରାମ ଲକ୍ଷ୍ମଣ ପଣ୍ଡିତ କହିଛନ୍ତି ଯେ ବୁମର ପଞ୍ଚାୟତର ଗୁଲରବେଦ ଗ୍ରାମରେ ତୋପ ଗୋଳା କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଦୁଇ ତିନି ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମଗଧ ମେଡିକାଲ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଛି।